Odisha news

ପେଟର ଚର୍ବିକୁ ହ୍ରାସ କରିଥାଏ ଏହିସବୁ ପାନୀୟ, ରହିବେ ଫିଟ ଓ ଫାଇନ

0

ଆଜିକାଲି ପୁଅ ଝିଅ ପ୍ରାୟ ସମସ୍ତେ ନିଜ ନିଜର ପେଟର ଚର୍ବି କୁ ନେଇ ଚିନ୍ତିତ ରହୁଛନ୍ତି l ତେଣୁ ଏହାକୁ ହ୍ରାସ କରିବା ପାଇଁ ଆମେ ବିଭିନ୍ନ ଉପାୟ ଗ୍ରହଣ କରିଥାଉ l ଏହାଛଡା ପେଟରେ ଜମିଥିବା ଚର୍ବି ହ୍ରାସ ହେବାକୁ ମଧ୍ୟ ସବୁଠୁ ଅଧିକ ସମୟ ଲାଗିଥାଏ l ସେଥିପାଇଁ ବ୍ୟାୟାମ ଓ ଡାଏଟ ଉଭୟ ଆବଶ୍ୟକ ହୋଇଥାଏ l କିନ୍ତୁ ଗବେଷକଙ୍କ ମତରେ ଯଦି ଜଣେ ଉପଯୁକ୍ତ ଡାଏଟ ଗ୍ରହଣ କରିବେ ତେବେ ଓଜନ ହ୍ରାସ ହୋଇପାରିବ l ଆଜି ଆମେ ଏଭଳି ଡ୍ରିଂକ୍ସ ବିଷୟରେ ଜାଣିବା ଯାହାକି ଓଜନ ହ୍ରାସ କରିବା ପାଇଁ ସାହାଯ୍ୟ କରିଥାଏ l

– ଓଜନ ହ୍ରାସ କରିବା ପାଇଁ ଗୋଟିଏ ଚାମଚ ମହୁ, ଗୋଟିଏ ଗ୍ଲାସ ଗରମ ପାଣି, ଫାଳେ ଲେମ୍ବୁରସ ଓ ଖଣ୍ଡିଏ ଲେମ୍ବୁ ନିଅନ୍ତୁ l ଏହି ସମସ୍ତ ଜିନିଷକୁ ମିଶାଇ ଅଧଘଣ୍ଟା ପର୍ଯ୍ୟନ୍ତ ଘୋଡାଇ ରଖି ଦିଅନ୍ତୁ l ଏହାପରେ କିଛି ସମୟ ପରେ ପିଅନ୍ତୁ l ଏଭଳି ନିୟମିତ ସେବନ କରିବା ଦ୍ୱାରା ପେଟ ଚର୍ବି ହ୍ରାସ ହୋଇଥାଏ l

– ପ୍ରତିଦିନ ସକାଳୁ ୨ ଚାମଚ ଚିଆ ସିଡ୍ସ ନିଅନ୍ତୁ, ତାହାକୁ ଗୋଟିଏ ଗ୍ଲାସ ପାଣିରେ ବତୁରାଈ ଦିଅନ୍ତୁ, ଏହାପରେ ସେଥିରେ କିଛି ଅଦା ମିଶାଇ ନିଅନ୍ତୁ l ଏହାକୁ ଭଲରେ ଗ୍ରାଇଣ୍ଡର ରେ ପେଷି ସେଥିରେ କିଛି ଲେମ୍ବୁ ମିଶାଇ ସେବନ କରନ୍ତୁ l ଏପରି ନିୟମିତ କରିବା ଦ୍ୱାରା ପେଟର ଚର୍ବି ହ୍ରାସ ହୋଇଥାଏ l

– ଏଲୋଭେରା ଗୋଟିଏ ପ୍ରାକୃତିକ ସାମଗ୍ରୀ ଅଟେ l ଏହାକୁ ଆପଣ ଚର୍ବି ହ୍ରାସ ପାଇଁ ବ୍ୟବହାର କରିପାରିବେ l ତେଣୁ ପ୍ରତିଦିନ ଏଲୋଭେରା କିଛି ଆଣନ୍ତୁ l ଏହାକୁ ଠିକ ଭାବରେ ଧୋଇନେଇ ଗୋଟିଏ ସ୍ଥାନରେ ରଖି ଦିଅନ୍ତୁ l କିଛିସମୟା ପରେ ସେଥିରୁ ଏଲୋଭେରାର ଭିତର ପାର୍ଶ୍ଵର ନାଳୁଆ ଅଂଶକୁ ବାହାରକରି ନିଅନ୍ତୁ l ସେଥିରେ କିଛି ମାତ୍ରାରେ ଲେମ୍ବୁ ରସ ମିଶାଇ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ l ଏହାପରେ ନିୟମିତ ସକାଳୁ ସେବନ କରନ୍ତୁ l ଏହା ପେଟର ଚର୍ବି ହ୍ରାସ କରିଥାଏ l

Leave A Reply