ବେଲଗୁଣ୍ଠା-୧୫/୯-ସମଗ୍ର ବିଶ୍ୱ ସମାଜ କରୋନା ବିରୋଧରେ ଲଢ଼େଇ ଜାରି ରଖିଛି ।କରୋନା ବିଗାଡି ଦେଇଛି ବିଭିନ୍ନ ବର୍ଗର ଜନସାଧାରଣଙ୍କ ଜୀବନ ଜିବିକାକୁ ।ବହୁ ବର୍ଗର ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି ।ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକ ମଧ୍ୟ କରୋନା ସଂକ୍ରମଣ କାରଣରୁ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବନ୍ଦ ରହିଛି ।

ବିଦ୍ୟାଳୟ ଗୁଡିକରେ ଅନଲାଇନ ପାଠପଢା ଚାଲୁରହିଛି ।କିନ୍ତୁ ସ୍କୁଲ ଫି ଓ।ପ୍ରବେଶିକା ଫିସ୍ କୁ ନେଇ ଦ୍ୱନ୍ଦ ରେ ପଡିଛନ୍ତି ଅଭିବାବକ ମାନେ ।ଗୋଟିଏ ପଟେ କରୋନା ପାଇଁ କିଛି ଅଭିବାବକଙ୍କ ଆର୍ଥିକ ଅବସ୍ଥା ଭଲ ନଥିବା ମଧ୍ୟ ଦେଖିବାପାଇଁ ମିଳିଛି ।

ଏହି ଅବସରରେ ବେଲଗୁଣ୍ଠା ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଛାତ୍ରଛାତ୍ରୀ ମାନଙ୍କର ଏହି ବର୍ଷର ପ୍ରବେଶିକା ଫିସ୍ ର ୫୦ ପ୍ରତିଶତ ଓ ୬ ମାସର ସ୍କୁଲ ଫିସ୍ ସମ୍ପୂର୍ଣ୍ଣ ଛାଡ କରି ନିଜ ମହାନତା ଦେଖାଇବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛି ।ବିଦ୍ୟାଳୟର ସଭାପତି ତଥା ବେଲଗୁଣ୍ଠାର ବିଶିଷ୍ଟ ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର ଓ ଅନୁଷ୍ଠାନର ସମ୍ପାଦକ ଅଭିନାଶ ଚୌଧୁରୀ ଅନ୍ୟ ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରି ଅଭିବାବକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ନାମଲେଖା ଫିସ୍ ର ୫୦ ପ୍ରତିଶତ ଓ ୬ ମାସର ସ୍କୁଲ ଫିସ୍ ଛାଡ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଏ ନିଷ୍ପତ୍ତିରେ ବିଦ୍ୟାଳୟର ଅଭିବାବକ ସନ୍ତୋଷ କୁମାର ସାହୁ, ଅନନ୍ତ କୁମାର ସାହୁ ଏହା ଏକ ମହାନ କାର୍ଯ୍ୟ ବୋଲି ଅଭିହିତ କରିବା ସହ ସମସ୍ତ ଅଭିବାବକଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରିବା ସହ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here