Odisha news

ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଠିକା ମ୍ୟାନେଜମେଣ୍ଟ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବେଲଗୁଣ୍ଠା : ବିଭିନ୍ନ ଦାବୀ ନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଅଧୀନରେ କାର୍ଯ୍ୟ କରୁ୍ଥିବା ପ୍ରୋଗ୍ରାମ୍ ମ୍ୟାନେଜମେଣ୍ଟ ଠିକା କର୍ମଚାରୀମାନେ ଫେବ୍ରୁ mୟାରୀ ପାଞ୍ଚ ତାରିଖ ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି I ସୂଚନା ପ୍ରକାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଅନ୍ତର୍ଗତ ବ୍ଳକ୍, ଜିଲ୍ଳା ଏବଂ ରାଜ୍ୟ ସ୍ତରୀୟ ପ୍ରୋଗ୍ରାମ୍ ମ୍ୟାନେଜମେଣ୍ଟ ୟୁନିଟ୍ ରେ କାର୍ଯ୍ୟରତ ତିନି ହଜାର ଠିକା ମ୍ୟାନେଜରିଆଲ୍ କର୍ମଚାରୀ ଗତ ଜାନୁୟାରୀ 26 ତାରିଖରେ ନିଜର ପାଞ୍ଚ ଦଫା ଦାବି ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗ ମିଶନ୍ ନିର୍ଦ୍ଦେଶକ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିଥିଲେ ମଧ୍ୟ ବିଭାଗ ତରଫରୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ନ ଯିବା ଫଳରେ କର୍ମଚାରୀ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ସମସ୍ତ କାର୍ଯ୍ୟରେ ଅସହଯୋଗ କରି ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ବ୍ଳକ୍ ଜନ ସ୍ଵାସ୍ଥ୍ୟ ଚିକିତ୍ସା ଅଧିକାରୀଙ୍କ ମାଧ୍ୟମରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି I କର୍ମଚାରୀମାନଙ୍କ ଦାବି ଗୁଡ଼ିକ ହେଲା ନନ୍ ମେଡିକୋ ପବ୍ଳିକ୍ ହେଲଥ୍ ମ୍ୟାନେଜମେଣ୍ଟ କ୍ୟାଡର୍ ସୃ୍ଷ୍ଟି କରି ସେମାନଙ୍କୁ ସ୍ଥାୟୀ ନିଯୁ୍କ୍ତି ପ୍ରଦାନ, ସ୍ଥାୟୀ ନିଯୁକ୍ତି ପର୍ଯ୍ୟନ୍ତ ଦରମାରେ ଥିବା ଅସଙ୍ଗତ ଦୂର କରି ସପ୍ତମ ବେତନ ସୁପାରିଶ୍ ଅଧାରରେ ଦରମା ଓ ଭତ୍ତା ପ୍ରଦାନ, ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ସ୍ଵରୁପ ଭବିଷ୍ୟନିଧି ବ୍ୟବସ୍ଥା ଲାଗୁ କରିବା, ସମସ୍ତ କର୍ମଚାରୀ ଓ ତାଙ୍କ ପରିବାର ପାଇଁ ସ୍ୱାସ୍ଥ୍ୟ ବୀମା ଓ ଗୋଷ୍ଠୀ ବୀମା ବ୍ୟବସ୍ଥା କରିବା ଏବଂ କୋଭିଡ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବାରୁ ପ୍ରୋତ୍ସହନ ରାଶି ଭାବେ ଅଧିକ ଏକ ମାସର ଦରମା ପ୍ରଦାନ କରିବା I ପ୍ରକାଶ ଥାଉକି ଗତ ବର୍ଷ ନଭେମ୍ୱର 17 ତାରିଖରେ ନନ୍ ମେଡିକୋ ପବ୍ଳିକ୍ ହେଲଥ୍ ମ୍ୟାନେଜମେଣ୍ଟ କ୍ୟାଡର୍ ସୃ୍ଷ୍ଟି ପାଇଁ ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ କମିଟିର ସ୍ଥାଣୁତା କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି I ତେଣୁ କର୍ମଚାରୀ ମାନେ ସେମାନଙ୍କ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ସାରା ରାଜ୍ୟରେ କୋଭିଡ ଟୀକାକରଣ କାର୍ଯ୍ୟ ସମେତ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟରେ ଅସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି I ମ୍ୟାନେଜମେଣ୍ଟ କର୍ମଚାରୀଙ୍କ ଆନ୍ଦୋଳନରେ ଆଜି ବେଲଗୁଣ୍ଠା ବିପିଏମ୍ ଦୁର୍ଗାପ୍ରସାଦ ପଟ୍ଟନାୟକ, ବ୍ଳକ୍ ଆକାଉଣ୍ଟ ମ୍ୟାନେଜର୍ ଦିଲ୍ଲୀପ୍ ସ୍ୱାଇଁ, ଡାଟା ମ୍ୟାନେଜର୍ ପବିତ୍ର ପାଣିଗ୍ରାହୀ ଏବଂ ଟିବି ସୁପରଭାଇଜର ଦୁର୍ଗାପ୍ରସାଦ ପାତ୍ର ପ୍ରମୁଖ କଳା ବ୍ଯାଜ୍ ପିନ୍ଧି ନିଜ କାର୍ଯ୍ୟ କରିଥିଲେ I ଏବେ ଦେଖିବାକୁ ବାକି ରହିଲା ଏହି କର୍ମଚାରୀମାନଙ୍କ ଦାବି ପୂରଣ ଦିଗରେ  ସରକାରଙ୍କ ନିଦ କେବେ ଭାଙ୍ଗୁଛି I

Comments are closed.