ବେଲଗୁଣ୍ଠା: ଗତ ତିନି ଦିନ ତଳେ ବାଲେଶ୍ବର ଜିଲ୍ଲାର ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ଶହ ଶହ ମୃତ୍ୟୁ ଘଟିଥିବା ବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି ।ଏହା ଶତାବ୍ଦୀର ସବୁଠାରୁ ବଡ଼ ଦୁର୍ଘଟଣା ।ଏହି ପରିପ୍ରେକ୍ଷୀରେ ବେଲଗୁଣ୍ଠା ବ୍ଲକ ଗୋବରା ଗାନ୍ଧୀ ମଣ୍ଡପ ଠାରୁ କେଣ୍ଡାଲ ଶୋଭାଯାତ୍ରା ଆରମ୍ଭ ହୋଇ ବଞ୍ଚାନିଧି ପଟ୍ଟନାୟକ ମଣ୍ଡପରେ ଶେଷ ହୋଇଥିଲା । ଏଥିରେ ବିଶ୍ୱ ଭାରତୀ ଅଧକ୍ଷ କୁଞ୍ଜ ବିହାରୀ ନାୟକ, ପୂର୍ବତନ ଅଧକ୍ଷ ସନ୍ତୋଷ ବିଶ୍ୱାଳ, ଗୋବରା ସମିତି ସଭ୍ୟ ବିଭୁପାଦ ଜେନା, ପ୍ରଧାନ ଶିକ୍ଷକ ଗୋପାଳ କୃଷ୍ଣ ନାୟକ, ସମାଜସେବୀ ଗୋପାଳ ଲେଙ୍କା, ଶିକ୍ଷାବିତ ରାମକୃଷ୍ଣ ପାତ୍ର, ଶିକ୍ଷକ ଅରୁଣ ମିଶ୍ର, ଚନ୍ଦ୍ରଶେଖର ପଣ୍ଡା, ବିଜୟ ସାହୁ, ଅସିତ ସାହୁ, ୱାର୍ଡ ସଭ୍ୟ ଚିତ୍ରସେନ ସ୍ୱାଇଁ ଙ୍କ ସମେତ ବିଜୁପଟ୍ଟନାୟକ ସ୍ୱୟଂ ସହାୟକ ସଙ୍ଘ,ନବୀନ ସ୍ୱୟଂ ସହାୟକ ସଙ୍ଘ, ଶାନ୍ତି ମୈତ୍ରୀ ସ୍ୱୟଂ ସହାୟକ ସଙ୍ଘ ଯୋଗଦେଇଥିଲେ l ଶେଷରେ ଶ୍ରଦ୍ଧାଞ୍ଜଳି ସଭା ସହ ନୀରବ ପ୍ରାର୍ଥନା କରାଯାଥିଲା l