Odisha news

ଦୁଇ ମୋଟରସାଇକେଲ୍ ଚୋର ଗିରଫ ; ଛଅ ବାଇକ୍ ଏବଂ ପାଣି ପମ୍ପ୍ ଜବତ

0
ବେଲଗୁଣ୍ଠା, 01/05, ମେଲୋଡି କାର୍ଯ୍ୟକ୍ରମ ନିକଟରୁ ମୋଟରସାଇକେଲ୍ ଚୋରି କରିବା ଦୁଇ ଜଣ ଚୋରଙ୍କ ପାଇଁ ମହଙ୍ଗା ପଡିଛି l ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ତଦନ୍ତ ବେଳେ ଦୁଇ ଚୋରଙ୍କ ନିକଟରୁ ଗାଙ୍ଗପୁର ପୋଲିସ୍ ଛଅଟି ମୋଟରସାଇକେଲ୍ ଏବଂ ପାଣି ପମ୍ପ୍ ଜବତ କରିଛି I ସୂଚନା ପ୍ରକାରେ ଗତ 27 ତାରିଖରେ ଗାଙ୍ଗପୁର ଥାନା ଅନ୍ତର୍ଗତ ବାଙ୍ଗରଡା ଗ୍ରାମର ଅଶ୍ୱିନୀ କୁମାର ଜେନା ଏବଂ ସିଂହମର୍ଦ୍ଦନ ଗ୍ରାମର ଚିକୁନ୍ ଗୌଡ଼ ଏହି ଥାନା ଅନ୍ତର୍ଗତ ଖଣ୍ଡରାବଳି ଗ୍ରାମକୁ ମେଲୋଡି ଦେଖିବାକୁ ଯାଇ ରାସ୍ତା କଡ଼ରେ ସେମାନଙ୍କ ହିରୋହଣ୍ଡା ସ୍ପେଣ୍ଡର୍ ମୋଟରସାଇକେଲ୍ ଟିକୁ ରଖି ମେଲୋଡି କାର୍ଯ୍ୟକ୍ରମ ଦେଖୁଥିଲେ I କିଛି ସମୟ ପରେ ସେଠାରେ ସେମାନଙ୍କର ମୋଟରସାଇକେଲ୍ ଟି ନଥିବା ଜାଣିବାକୁ ପାଇବା ପରେ ସେମାନେ ଏନେଇ ଗାଙ୍ଗପୁର ଥାନାରେ ଏତାଲା ଦାୟର କରିଥିଲେ I ସେମାନଙ୍କ ଏତାଲାକୁ ଭିତ୍ତି କରି ଗାଙ୍ଗପୁର ପୋଲିସ୍ 298/23 ଏବଂ 299/23 ରେ ଦୁଇଟି ମାମଲା ରୁଜୁ କରି ଚୋରି ଘଟଣାରେ ସଂପୃକ୍ତ ଆସିକା ଥାନା ଅନ୍ତର୍ଗତ ଚଢିଆପଲ୍ଲୀ ଗ୍ରାମର ଭଣ୍ଡାରୀ ଜେନା ଏବଂ ପ୍ରଭାକର ସାହୁଙ୍କୁ ଗିରଫ କରିଥିଲା I ତଦନ୍ତ ବେଳେ ପୋଲିସ୍ ସେମାନଙ୍କ ନିକଟରୁ ଛଅଟି ମୋଟରସାଇକେଲ୍ ଏବଂ ପାଣି ପମ୍ପ୍ ଜବତ କରିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ୍ ସୂତ୍ରରୁ ପ୍ରକାଶ I
Leave A Reply