Odisha news

ବେଆଇନ୍ ଭାବେ ଗଚ୍ଛିତ ଥିବା ତିନୋଟି ବାଣ ଦୋକାନ ଉପରେ ବେଲଗୁଣ୍ଠା ପୋଲିସ୍ ର ଚଢ଼ାଉ; ଲକ୍ଷାଧିକ ଟଙ୍କାର ବାଣ ଜବତ, ତିନି ମାମଲା ରୁଜୁ

0

ବେଲଗୁଣ୍ଠା, 23/10, ରାତି ପାହିଲେ ଦୀପାବଳୀ I ଏହାକୁ ଆଖି ଆଗରେ ରଖି ବିଭିନ୍ନ ସ୍ଥାନରେ ବାଣ ବେପାର ଜୋର୍ ଧରିଛି I କିଛି ସ୍ଥାନରେ ବେଆଇନ୍ ବାଣ କାରବାର ମଧ୍ୟ ଚାଲୁଥିବା ଦେଖିବାକୁ ମିଳିଛି I ବେଲଗୁଣ୍ଠା ଅଞ୍ଚଳରେ ଏହିପରି ବେଆଇନ୍ ବାଣ ବେପାର ଚାଲିଥିବା ତିନୋଟି ଦୋକାନ ଉପରେ ବେଲଗୁଣ୍ଠା ପୋଲିସ୍ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହିତ ତିନୋଟି ମାମଲା ରୁଜୁ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I ସୂଚନା ପ୍ରକାରେ  ବେଲଗୁଣ୍ଠା ମେଇନ ରୋଡ଼୍ ରେ ଥିବା ରାମକୃଷ୍ଣ ମହାପାତ୍ର(57)ଙ୍କ ଘରେ ବେଆଇନ୍ ବାଣ ଗଚ୍ଛିତ ଥିବାର ଖବର ପାଇ ସେଠାରେ ଗତ କାଲି ରାତ୍ରି ନଅ ଘଣ୍ଟା ସମୟରେ ବେଲଗୁଣ୍ଠା ପୋଲିସ୍ ଚଢ଼ାଉ କରି ସେଠାରୁ ପ୍ରାୟ 60 ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ବାଣ ଜବତ କରିବା ସହ 332/22 ରେ ଏକ ମାମଲା ରୁଜୁ କରି ବେଲଗୁଣ୍ଠା ଥାନା ଏଏସ୍ଆଇ  ବିଶ୍ଵନାଥ ମଲିକ ଘଟଣାର ତଦନ୍ତ କରୁଛନ୍ତି I ସେହିପରି ବେଲଗୁଣ୍ଠା ମେଇନ୍ ରୋଡ଼୍ ବ୍ଳକ୍ ଛକରେ ଥିବା ଲିଟୁ ପାତ୍ର(40) ଙ୍କ ଚାଉଳ ଗୋଦାମ ଏବଂ ରହିବା ଘରେ ପୋଲିସ୍ ଚଢ଼ାଉ କରି ସେଠାରୁ ପ୍ରାୟ 70 ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ଜବତ କରିବା ସହ 333/22 ରେ ଏକ ମାମଲା ରୁଜୁ କରି ବେଲଗୁଣ୍ଠା ଥାନା ଏଏସ୍ଆଇ ଜ୍ୟୋତ୍ସ୍ନାରାଣୀ ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି I ଆଜି ବାଣତୁମ୍ବ ମେଇନ୍ ରୋଡ଼୍ ରେ ଦୋକାନ କରିଥିବା କୁନା ଓରଫ ତପନ ପାତ୍ର (50) ଙ୍କ ଘର ଉପରେ ଚଢ଼ାଉ କରି 80 ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ବାଣ ଜବତ କରିବା ସହ 334/22 ରେ ଏକ ମାମଲା ରୁଜୁ କରି ବେଲଗୁଣ୍ଠା ଥାନା ଏସ୍ଆଇ ଅଭୟ ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି I

IEC 2 years
Leave A Reply