Odisha news

ଗାଙ୍ଗପୁରରେ ହଇଜା ସଚେତନତା କାର୍ଯ୍ୟକ୍ରମ

0

ବେଲଗୁଣ୍ଠା, 13/10, ବର୍ତ୍ତମାନ ବେଲଗୁଣ୍ଠା ବ୍ଳକ୍ ର କିଛି ଗ୍ରାମରେ ହଇଜା ବ୍ୟାପୁଥିବା ନଜରକୁ ଆସିବା ପରେ ବେଲଗୁଣ୍ଠା ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି I ଏହି ଅବସରରେ ଆଜି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ୱର ଷଡଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ  ଏକ ବ୍ଳକ୍ ସ୍ତରୀୟ ମେଡିକାଲ୍ ଟିମ୍ ବ୍ଲକ୍ ର ଗାଙ୍ଗପୁର ବଡ଼ଦାଣ୍ଡ ସାହିରେ ପହଞ୍ଚି ସେଠାରେ ହଇଜାର ସ୍ଥିତି ପରଖିବା ସହିତ ହଇଜା ସମ୍ପର୍କରେ ଜନ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି I ଆଜି ବ୍ଳକ୍ ସ୍ଵାସ୍ଥ୍ୟ ବିଭାଗୀୟ ଟିମ୍ ଗାଙ୍ଗପୁରରେ ପହଞ୍ଚିବା ପରେ ଗାଙ୍ଗପୁର କୋଠଘର ଠାରେ ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସ୍ଵାସ୍ଥ୍ୟ ପରିଦର୍ଶକ ଶୁଭ୍ରମନ୍ୟୁ କର, ସିଡ଼ିପିଓ ଗାୟତ୍ରୀ ମିଶ୍ର, ଆଇସିଡିଏସ୍ ସୁପରଭାଇଜର, ଅଙ୍ଗନୱାଡ଼ି କର୍ମୀ ତ୍ରିପୁରା ମୋହିନୀ ବିଷୋୟୀ, ରଞ୍ଜିତା ବିଷୋୟୀ,ଜନପ୍ରତିନିଧି,ଏଲ୍ଏଚଭି ବାସନ୍ତୀ ସାହୁ, ଆର୍.ବି.ଏସ୍.କେ ଟିମ୍ ର ଡ଼ାକ୍ତର ଘନଶ୍ୟାମ ମହାପାତ୍ର ଓ ସହଯୋଗୀ, ସୌମ୍ୟରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତରହି ହଇଜାର କାରଣ ଏବଂ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ I ଏହାପରେ ଗ୍ରାମରେ ସଚେତନତା ଶୋଭାଯାତ୍ରା କରାଯିବା ସହିତ ଡାକବାଜି ପ୍ରଚାର ମାଧ୍ୟମରେ ଲୋକଙ୍କୁ ସ୍ଵଚ୍ଛ ପାନୀୟ ଜଳ, ଫୁଟା ପାଣି ବ୍ୟବହାର କରିବା ଏବଂ ପୋଖରୀରେ ନଗାଧୋଇବା ପାଇଁ ପରାମର୍ଶ ଦିଆଯାଇଥିଲା I ଗ୍ରାମରେ ବ୍ଲିଚିଂ ବଣ୍ଟନ କରାଯିବା ସହିତ 132 ଟି କୁଅରେ ବ୍ଲିଚିଂ ପକାଇ ଜଳ ଶୋଧନ କରାଯାଇଥିଲା I ସୂଚନା ପ୍ରକାରେ ହଇଜାରେ ପୀଡ଼ିତ ଗ୍ରାମର ଲକ୍ଷ୍ମୀ ସାହୁ, ଦୀପ୍ତି ବିଷୋୟୀ, ନିଲୁ ଡାକୁଆ ମେଡିକାଲ୍ ରୁ ସୁସ୍ଥ ହୋଇ ଫେରିଥିବା ବେଳେ ଆଜି ପାଞ୍ଚ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା I ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀ କର ପ୍ରକାଶ କରିଛନ୍ତି I

Nalco
Leave A Reply