Odisha news

ଜୁଆ ଆଡ୍ଡା ଉପରେ ପୋଲିସ୍ ର ଚଢ଼ାଉ ; ନଗଦ 14,800 ଟଙ୍କା ସହ ପାଞ୍ଚ ଜୁଆଡି ଗିରଫ I

0

ବେଲଗୁଣ୍ଠା , 29/09, ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସମୟରେ ଲକ୍ ଡ଼ାଉନ୍ ର ସୁଯୋଗ ନେଇ ଗାଆଁ ଗାଆଁରେ ଜୁଆ ଖେଳ ବେଶ୍ ଜମୁଥିଲା I କେତେ ଜୁଆଡି ମଧ୍ୟ ପୋଲିସ୍ ହାବୁଡରେ ପଡ଼ି ଗିରଫ ହୋଇଥିଲେ I ବର୍ତ୍ତମାନ ଜିଲ୍ଲାରେ କରୋନା ସଂକ୍ରମଣ ହାର କମି ଲକ୍ ଡାଉନ୍ ହଟିଥିଲେ ମଧ୍ୟ କିଛି ଗାଁରେ ଲୋକ ମାନେ କାମ ଧନ୍ଦାକୁ ନ ଯାଇ ଗ୍ରାମର ବିଭିନ୍ନ ସ୍ଥାନରେ ଜୁଆ ଖେଳରେ ମାତି ଯାଉଛନ୍ତି I ଯାହା ପୋଲିସ୍ ର ମୁଣ୍ଡ ବ୍ୟଥାର କାରଣ ପାଲଟିଛି I

ଗତ କାଲି ସନ୍ଧ୍ୟା 7 ଘଣ୍ଟା 30 ମିନିଟ୍ ସମୟରେ ଗାଙ୍ଗପୁର ପୋଲିସ୍ ପେଟ୍ରୋଲିଂ କରୁଥିବା ବେଳେ ବେଲଗୁଣ୍ଠା ବ୍ଲକ୍ ବଡ଼ ବୋର୍ସିଂ ପଞ୍ଚାୟତର ବାଙ୍କଲେଡି ଗ୍ରାମରେ ଚାଲି ଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ପାଞ୍ଚ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ 14,800 ଟଙ୍କା ଜବତ କରିଛି I ଆଗକୁ କୁମାର ପୂର୍ଣ୍ଣିମା ଆସୁଥିବାରୁ ଆଗାମୀ ଦିନରେ ଜୁଆ ଖେଳର ମାତ୍ରା ବଢ଼ି ପାରେ ବୋଲି ଆଶଙ୍କା କରାଯାଉଛି I ଏନେଇ ଗାଙ୍ଗପୁର ଥାନା ଅଧିକାରୀ ଧୀରେସ୍ କୁମାର ଦାସଙ୍କ ସହ ଯୋଗଯୋଗ କରିବାରୁ ଆସନ୍ତା ଦିନରେ ପେଟ୍ରୋଲିଂ କଡ଼ାକଡି କରାଯିବା ସହ ଜୁଆଡିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି I

Nalco
Leave A Reply