ନୂଆଦିଲ୍ଲୀ : ଛତିଶ ଗଡରେ କୋରିଆ ଜିଲ୍ଲାରେ ଭାଲୁର ଆକ୍ରମଣରେ ୪ ଜଣ ଲୋକଙ୍କର ମୃତ୍ୟୁ ହେବ ପରେ ଗୋଟିଏ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ,ଯେଉଁଥିରେ ଦେଖିବାକୁ ମିଳିଛି କାଙ୍କେର ଅଂଚଳର ଗୋଟିଏ ପୋଲିସ ଷ୍ଟେସନରେ ତିନୋଟି ଭାଲୁ ଛୁଆଙ୍କୁ ଦେଖିବାକୁ ମିଳିଛି l ୨୦ ସେକେଣ୍ଡର ଏହି ଭିଡିଓରେ ଏହି ଭାଲୁ ଛୁଆ ମାନେ ପୋଲିସ ଷ୍ଟେସନ ଭିତରକୁ ଯାଉଥିବାର ଦେଖିବାକୁ ମିଳିଛି l ପୋଲିସ ଷ୍ଟେସନ ପରିସରରେ ବୁଲୁଥିବା ଏହି ଭାଲୁ ମାନଙ୍କର ଭିଡିଓ କୁ IPS ଅଧିକାରୀ ଦୀପାଆଂସୂ କାବେରା ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ କାଙ୍କରାରେ ଅଧ ରାତିରେ ଥାନା ପରିସରକୁ ପଶି ଆସିଥିଲେ ତିନୋଟି ଭାଲୁ l
କର୍ତ୍ତବ୍ୟର ମୁତୟନ ହୋଇଥିବା ଯବାନ ମାନେ ବାହାଦୁରି ସହିତ ଏହି ପରିସ୍ଥିତିକୁ ସାମ୍ନା କରିଥିଲେ ,ସେମାନଙ୍କୁ ସଲାମ l ସାବଧାନ ରୁହନ୍ତୁ ଏବଂ ସୁରକ୍ଷାକୁ ଧ୍ୟାନ ରଖନ୍ତୁ l ଭିଡ଼ିଓଟି ଭାଇରଲ ହେବ ପରେ ଅଧିକ ପରିମାଣରେ ଲୋକମାନେ ଏହାକୁ ସେୟାର କରି ନିଜର ମତ ଦେଇଥିଲେ l ଜଣେ ୟୁଜର ଲେଖିଥିଲେ ବୋଧହୁଏ ଭାଲୁଟି ନିଜର ଅଭିଯୋଗ ଲେଖାଇବାକୁ ଆସିଥିଲେ l ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି ଏହା ପୋଲିସ ଭାଇ ମାନଙ୍କ ପାଇଁ ଭାଲୁ ମାନଙ୍କର ସପ୍ରାଇଜ ଭିଜିଟ ଥିଲା l