Odisha news

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରହୁଥିବା ହିମାଳୟ ଭାଲୁ କୁଲୁର ମୃତ୍ୟୁ

0

ବାରଙ୍ଗ:  ନନ୍ଦନକାନନ  ପ୍ରାଣୀଉଦ୍ୟାନ ର ୧୫ନଂ ଖୁଆଡରେ  ରହୁଥିବାମାଇ ହିମାଳୟଭାଲୁ କୁଲୁର ମଙ୍ଗଳବାରଦିନ ମୃତ୍ୟୁ  ବରଣ କରିଛି ।୨୫ବର୍ଷ ବୟସ୍କ ଏହି ଭାଲୁ କୁଲୁ ଗତ କିଛି ଦିନହେବ ଯକ୍ଷ୍ମାରେ ପଡିତ ହୋଇ ଛକିତ୍ସିତ ହେଉଥିଲା ।୨୬ଡିସେମ୍ବର୧୯୯୫ରେ ଜନ୍ମଗ୍ରହଣ କରିଥିବା କୁଲୁ ୧୭ମେ୨୦୨୦ରୁ ଅସୁସ୍ଥ ହେବାକୁ ଆରମ୍ଭ କରିବା ସହ ଗତ ବୁଧବାରଦିନ ଅସୁସ୍ଥତା ପରିମାଣ ବଢିଯାଇଥିଲା ।ତାକୁ ସେହି ଖୁଆଡର ଫିଡିଂଚାମ୍ବରରେ ରଖାଯାଇ ଓୟୁଏଟି  ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ଚିକିତ୍ସ୍ୟା ଆଗେଇଥିଲା ।

ହେଲେ ତାକୁ ବଂଚାଇବାରେ ଡାକ୍ତରମାନେ ସଫଳ ହୋଇପାରିନଥିଲେ । ମଙ୍ଗଳବାରଦିନ ଅପରାହ୍ନ ୩ଟାରେ ତାର ମୃତୂ୍ୟ ଘଟିଥିଲା ।ମୃତୁ୍ୟପରେ ହିମାଳୟକଳାଭାଲୁ ସଂଖ୍ୟ୍ୟା ହ୍ରାସ ପାଇ ୨ଅଣ୍ଡିରା ଓ ୩ମାଇକୁ ମିଶାଇ ସଂଖ୍ୟା ୫ରେ ପହଁଚିଛି ।ତେବେ ସାଧାରଣତ ଏହି ଭାଲୁମାନେ ୨୫ବର୍ଷ ବଂଚନ୍ତି ।ସେ ବଂଚିଥିବା ସମୟରେ ନନ୍ଦନକାନନକୁ ୪ଟିଛୁଆ ଦେଇଛି ।ଯକ୍ଷ୍ମାରେ ଆକ୍ରାନ୍ତ ହୋଇ  ତାର ମୃତୁ୍ୟ ଘଟିଛି ବୋଲି ଉପ-ନିଦେ୍ର୍ଦଶକ ଜୟନ୍ତକୁମାରଦାସ କହିଛନ୍ତି ।

Leave A Reply