ଭୁବନେଶ୍ୱର, ୦୧ ଜୁଲାଇ – ଭୁବନେଶ୍ୱର ବିଡିଏ ଅଫିସରୁ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦୁଇ ଦିନ ପାଇଁ ବିଡିଏ ଅଫିସକୁ ବନ୍ଦ କରାଯାଇଛି । ଏହି ଦୁଇ ଦିନ କୌଣସି କର୍ମଚାରୀ ଅଫିସ ଆସିବେ ନାହିଁ ବୋଲି ବିଡିଏର ଭାଇସ୍ ଚେୟାରମ୍ୟାନ ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।
ବୁଧବାର ଓ ଗୁରୁବାର ଏହି ଦୁଇ ଦିନ ଅଫିସ୍ ବନ୍ଦ ରହିବା ମଧ୍ୟରେ ଅଫିସକୁ ସାନିଟାଇଜ୍ କରାଯିବ । କର୍ମଚାରୀମାନେ ୱାର୍କ ଫ୍ରମ୍ ହୋମ୍ କରୁଛନ୍ତି ବୋଲି ସେ କହିଛନ୍ତି ।
ସୂଚନା ଅନୁଯାୟୀ ଗତ ୫ ଦିନ ପୂର୍ବେ ବିଡିଏ ଇଞ୍ଜିନିୟରିଂ ବିଭାଗର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ବିଭାଗର ସମସ୍ତ କର୍ମଚାରୀଙ୍କୁ କ୍ୱାରେଂଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଗତକାଲି ପ୍ଲାନିଂ ଡିପାର୍ଟମେଂଟର ଜଣେ ସିକ୍ୟୁରିଟି ଗାର୍ଡଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ସଂକ୍ରମଣ ରୋକିବା ପାଇଁ ଅଫିସକୁ ୪୮ ଘଂଟା ପାଇଁ ବନ୍ଦ କରାଯାଇଛି । ଶୁକ୍ରବାର ଇଞ୍ଜିନିୟରିଂ ଏବଂ ପ୍ଲାନିଂ ବିଭାଗର କର୍ମଚାରୀଙ୍କୁ ବାଦ୍ ଦେଇ ଅନ୍ୟ ବିଭାଗର କର୍ମଚାରୀମାନେ ଅଫିସରେ କାମ କରିବେ ।
