Odisha news

ଓଡିଶା ଦିବସ ଅବସରରେ ମାନ୍ୟବର ବାଚସ୍ପତିଙ୍କ ବାର୍ତ୍ତା

0

ଅପ୍ରେଲ ୧ ତାରିଖ ଆମ ସମସ୍ତଙ୍କ ପାଇଁ ଅବିସ୍ମରଣୀୟ ଦିବସ l ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଜନ୍ମଲାଭ କରିଥିଲା ସ୍ୱତନ୍ତ୍ର ଓଡିଶା ପ୍ରଦେଶ l ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ଓଡ଼ିଆ ଜାତିର ସ୍ୱତନ୍ତ୍ର ପରିଚୟ ପାଇଁ ଯେଉଁ ବରପୁତ୍ର ମାନଙ୍କର ଅବଦାନ ରହିଛି, ସେମାନଙ୍କ ପ୍ରତି ଆମେ ଚିର କୃତଜ୍ଞ l ଭାଷାଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟ l ଓଡ଼ିଶାର ନିଜସ୍ୱ ଏକ ସ୍ୱତନ୍ତ୍ର ଏବଂ ସମୃଦ୍ଧ ଭାଷା ତଥା ସଂସ୍କୃତି ରହିଛି l ଆସନ୍ତୁ, ଏକ ସମୃଦ୍ଧ ବିକଶିତ ଓଡିଶା ଗଠନ ଦିଗରେ ଆମେ ସଂକଳ୍ପ ବଦ୍ଧ ହେଵା l ଏହି ପବିତ୍ର ଓଡିଶା ଦିବସ ଅବସରରେ, ମୂଁ ଓଡ଼ିଶାବାସୀ ଭାଇ ଭଉଣୀ ମାନଙ୍କୁ ହାର୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି l

Leave A Reply