ଭୁବନେଶ୍ଵର(Suvendra Pattanaik) : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ) ପକ୍ଷରୁ ଆଜି ଭୁବନେଶ୍ଵର ଠାରେ”ଟ୍ରାନ୍ସଫର୍ମିଙ୍ଗ ଆଲୁମିନିୟମ ଟୁଗେଦର – ଟୁଡେ, ଟୁ ମରୋଆଣ୍ଡ ବିୟଣ୍ଡ” ବିଷୟ ବସ୍ତୁ ଆଧାରିତ “ଅଖିଳ ଭାରତୀୟ ଗ୍ରାହକ ସମ୍ମିଳନୀ ୨୦୨୫ “ଆୟୋଜିତ ହୋଇ ଯାଇଛି।
ଏହି ଅବସରରେ ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ନିର୍ଦ୍ଦେଶକ (ବାଣିଜ୍ୟିକ) ଶ୍ରୀ ସଦାଶିବ ସାମନ୍ତରାୟ,ଏବଂ ନିର୍ଦ୍ଦେଶକ (ଉତ୍ପାଦନ) ଶ୍ରୀ ପଙ୍କଜ କୁମାର ଶର୍ମା ଉପସ୍ଥିତ ରହିଥିଲେ।ପୂର୍ବତଟ ରେଳପଥର ପ୍ରିନ୍ସିପାଲ ଚିଫ୍କମର୍ଶିଆଲ ମ୍ୟାନେଜର ଶ୍ରୀ ସଞ୍ଜୟ କୁମାର ମିଶ୍ର (ଆଇଆରଟିଏସ) କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ନିଜ ଅଭି ଭାଷଣରେ ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ “ବିକଶିତ ଭାରତ୨୦୪୭” ସ୍ୱପ୍ନକୁ ସାକାର କରିବା ଦିଗରେ ଆଲୁମିନିୟମ ଧାତୁର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ସେ ନାଲକୋର ସମସ୍ତ ବ୍ୟବସାୟିକ କାର୍ୟ୍ୟ ଶୈଳୀରେ ଗୁଣବତ୍ତା, ତ୍ୱରିତତା ଏବଂ କାର୍ୟ୍ୟରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ କମ୍ପାନୀ ପ୍ରତିବଦ୍ଧ ବୋଲି କହିଥିଲେ । ବ୍ୟବସାୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ସେ ଅଂଶ ଗ୍ରହଣକାରୀ ମାନଙ୍କୁ ସେମାନଙ୍କର ଉତ୍ପାଦ ସମ୍ବନ୍ଧୀୟ ଆବଶ୍ୟକତା ନିମନ୍ତେ ଯୋଗା ଯୋଗ, ପରାମର୍ଶ ଓ ନିରନ୍ତର ମତ ବିନିମୟ ଉପରେ ଗୁରୁତ୍ତ୍ଵାରୋପ କରିଥିଲେ।
କମ୍ପାନୀର ଘରୋଇ ଏବଂ ଅନ୍ତର୍ଜାତୀୟ ଗ୍ରାହକଙ୍କ ଉତ୍ପାଦ ସମ୍ବନ୍ଧୀୟ ଆବଶ୍ୟକତା ଓ ସହ ଯୋଗ, ପାରସ୍ପରିକ ଆଲୋଚନା ଓ ମୂଲ୍ୟବାନ ମତାମତ ଆଧାରରେ ଆଲୁମିନା-ଆଲୁମିନିୟମର ବ୍ୟବସାୟିକ ଦୃଶ୍ୟ ପଟକୁ ଏକ ନୂତନ ରୂପ ଦେବା ଉଦ୍ଦେଶ୍ୟରେ ଏହି କାର୍ୟ୍ୟକ୍ରମର ଆୟୋଜନ କରଯାଇଥିଲା।
ଏହି ଅବସରରେ ସିଆରୟୁ ଇଣ୍ଟରନ୍ୟାଶନାଲ ସହଯୋଗରେ “ଆଲୁମିନିୟମ ଲଣ୍ଡଷ୍ଟ୍ରୀ ଆଉଟ ଲୁକ୍” ବିଷୟ ଉପରେଏକ ବିଶ୍ଳେଷଣାତ୍ମକ ଅଧିବେଶନର ମଧ୍ୟ ଆୟୋଜନ କରା ଯାଇଥିଲା। କାର୍ୟ୍ୟକ୍ରମକୁ ସ୍ମରଣୀୟ କରିବା ନିମନ୍ତେ ତଥା କମ୍ପାନୀ ସହ ଦୀର୍ଘ ସମୟ ଧରି ଯୋଡ଼ିହୋଇ ଥିବା ସହଯୋଗୀ ମାନଙ୍କୁ ସେମାନଙ୍କର ନିରନ୍ତର ବିଶ୍ୱାସ ଏବଂ ଭରସା ପାଇଁ ସମ୍ମାନିତ କରାଯାଇଥିଲା।