ବର୍ତମାନ ସାରା ଭାରତର ନଜର ରହିଛି ଦିଲ୍ଲୀ ଦରବାର ଉପରେ, ଫେବୃଆରୀ ୨୦ ତାରିଖ ଗୁରୁବାର ଦିନ ରାଜଧାନୀ ବାସୀ ପାଇବେ ନୂଆ ମୁଖ୍ୟମନ୍ତ୍ରୀ, ଯାହାକି ଭବ୍ୟ ଓ ଐତିହାସିକ ହେବାକୁ ଯାଉଛି, ବିଜେପି ୨୭ ବର୍ଷ ପରେ ଦିଲୀ ରେ ଦରବାର ଖୋଲିବାକୁ ଯାଉଛି, ଦିଲ୍ଲୀ ରେ ମୁଖ୍ୟମନ୍ତ୍ରୀ ଆସନ କିଏ ଅଳଂକୃତ କରିବେ ତାହା ମଧ୍ୟ ବର୍ତମାନ ରହିଛି ଗୋଟିଏ ପ୍ରଶ୍ନବାଚୀ ହୋଇ, କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀ ମଣ୍ଡଳ ସହିତ କେଉଁ ସମୟ ରେ ଶପଥ ନେବେ , କିଏ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ , ଏବଂ କେଉଁ ସ୍ଥାନରେ ଶପଥ ଗ୍ରହଣ ସମାରୋହ ହେବ ତାହା ସବୁକିଛି ଧାର୍ଯ୍ୟ ହୋଇ ସାରିଲାଣି l
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦିନ ୧୨ ଟା ୩୫ମିନିଟ ରେ ଶପଥ ଗ୍ରହଣ କରିବେ ଏବଂ ଏହି ସମାରୋହ ପ୍ରାୟ ୨ଘଣ୍ଟା ଧରି ଚାଲିବ l ଏବଂ ଏହି ସମାରୋହ ରାମଲୀଳା ମୈଦାନ ରେ ଅନୁଷ୍ଠିତ ହେବାକୁ ଯାଉଛି l ଏହା ହେଉଛି ସେହି ଐତିହାସିକ ରାମଲୀଳା ମୈଦାନ ଯାହାକି ରାଜନୀତି କୁ ନେଇ ସବୁବେଳେ ରହିଥାଏ ଚର୍ଚାରେ l
ସେଥିପାଇଁ ବିଜେପି ନିଜର ଜ୍ୟୋତିଷ ବିଦ୍ୟା ମଧ୍ୟ ଆରମ୍ଭ କରି ଦେଇଛି, ୨୦ ଫେବୃଆରୀ ଗୁରୁବାର ଦିନ ଗ୍ରହ ନକ୍ଷତ୍ର ମାନଙ୍କର ୭ଟି ଶୁଭ ସଂଯୋଗ କୁ ଗୁରୁତ୍ୱ ଦେଇଛି , ଏହିଦିନ ଫାଲଗୁନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶପଥ ନେବେ, ଅଷ୍ଟମୀ ତିଥି ଜୟ ତିଥି ବୋଲି ଜ୍ୟୋତିଷ ମାନେ ଗଣନା କରିଛନ୍ତି, ଏହିଦିନ ରବି ଯୋଗ, ବୁଦ୍ଧାଦିତ୍ୟ ଯୋଗ, ଶଷ ରାଜଯୋଗ ମଧ୍ୟ ରହିଛି l କହିବାକୁ ଗଲେ ଏହିଦିନ ଟିକୁ ବିଜେପି ଗୋଟିଏ ଶୁଭ ଦିନ ଭାବରେ ଗ୍ରହଣ କରିଛି l
ଓଡିଶା ର ଦୁଇ ଉପ ମୁଖ୍ୟମନ୍ତ୍ରୀ ହେବେ କାର୍ଯ୍ୟକ୍ରମ ରେ ସାମିଲ –
ଦିଲ୍ଲୀ ,ମୁଖ୍ୟମନ୍ତ୍ରୀ ଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ନିମନ୍ତ୍ରଣ ସହିତ ଅତିଥି ତାଲିକା ମଧ୍ୟ ପ୍ରସ୍ତୁତ ହୋଇ ସାରିଛି l ଏହି ଶପଥ ଗ୍ରହଣ ସମାରୋହ ରେ ପ୍ରଧାନମନ୍ତ୍ରୀ ଙ୍କ ସହିତ ଅନେକ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ, ଅତିଥି ତାଲିକା ଅନୁସାରେ ଦିନ ୧୧ ଟା ରୁ ୧୨ ଟା ମଧ୍ୟରେ ସମସ୍ତ ଅତିଥି ରାମଲୀଳା ମୈଦାନ ରେ ଉପସ୍ଥିତ ହେବେ, ଏହି ଶପଥ ଗ୍ରହଣ ସମାରୋହ ରେ ଉପସ୍ଥିତ ରହୁଥିବା ଅତିଥି ହେଲେ –
ଉତ୍ତରପ୍ରଦେଶ ର ୨ ଡେପୁଟି ଚିଫ ମିନିଷ୍ଟାର କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରୁଜେସ ପାଠକ, ମହାରାଷ୍ଟ୍ର ର ଦୁଇ ଡେପୁଟି ଚିଫ ମିନିଷ୍ଟାର ଏକନାଥ ସିନ୍ଧେ ଓ ଅଜିତ ପାୱାର, ମଧ୍ୟ ପ୍ରଦେଶ ୨ ଡେପୁଟି ଚିଫ ମିନିଷ୍ଟାର ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେବଡl , ଡେପୁଟି ଚିଫ ମିନିଷ୍ଟାର ରାଜସ୍ଥାନ ଦିୟା କୁମାରୀ ଓ ପ୍ରେମ ଚନ୍ଦ୍ର ବୈରବା , ଓଡିଶା ର ଦୁଇ ଡେପୁଟି ଚିଫ ମିନିଷ୍ଟାର ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂଦେଓ , ଛତିଶଗଡ଼ ର ଦୁଇ ଉପ ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଓ ଅରୁଣ ସାଵ, ଅରୁଣାଚଳ ପ୍ରଦେଶ ର ଦୁଇ ଉପମୁଖ୍ୟମନ୍ତ୍ରୀ , ଆନ୍ଧ୍ର ପ୍ରଦେଶ ର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ, ବିହାର ର ଦୁଇ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିନହା ଓ ସମ୍ରାଟ ଚୌଧୁରୀ, ମେଘାଳୟ ର ଦୁଇ ଉପମୁଖ୍ୟମନ୍ତ୍ରୀ, ନଗାଲ୍ୟାଣ୍ଡ ର ଦୁଇ ଉପ ମୁଖ୍ୟମନ୍ତ୍ରୀ l