କରୋନା ଯୋଗୁ ଚଳିତ ଶିକ୍ଷା ବର୍ଷକୁ ପରିବର୍ତ୍ତନ କରି ନଭେମ୍ବର ପରେ ନୂତନ ଶିକ୍ଷାବର୍ଷ ପାଇଁ ଦାବୀ , ଓଡିଶା ଅଭିଭାବକ ମହାସଂଘ
ଭୁବନେଶ୍ୱର ତା 18-09-20 ରିଖ : ଭାରତ ବର୍ଷ ରେ ପ୍ରାୟତଃ ଏପ୍ରିଲ ମାସ ସୁଦ୍ଧା ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇ ଯାଏ ଓ ମେ ଜୁନ ରେ ଗ୍ରୀଷ୍ମ କାଳୀନ ଛୁଟି ହୋଇ ଜୁନ ଠାରୁ ପାଠ ପଢ଼ା ସ୍ୱାଭାବିକ ହୋଇ ପୁନର୍ବାର ମାର୍ଚ୍ଚ ମାସ ଯାଏ ଚାଲି ଶେଷ ପରୀକ୍ଷା କରାଯାଇଥାଏ l ହେଲେ ଏ ବର୍ଷ କରୋନା ପାଇଁ ମାର୍ଚ୍ଚ ମାସରୁ ସ୍କୁଲ, କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି l ପ୍ରାଥମିକ ସ୍ତରରେ ସ୍କୁଲ ଗୁଡିକ ସେପ୍ଟେମ୍ବର ମାସରୁ ଖୋଲିବାକୁ ଲକ୍ଷ ରଖି ସିବିଏସଇ, ଆଇସିଏସଇ ଓ ପରବର୍ତୀ ସମୟରେ ଆମ ରାଜ୍ୟରେ ମଧ୍ୟ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ 25 ରୁ 30% ପର୍ଯ୍ୟନ୍ତ ପାଠ୍ୟକ୍ରମ କୁ କମାଇ ଦିଆଯାଇଛି l
ହେଲେ ବର୍ତମାନ ସେପ୍ଟେମ୍ବର ମାସ ଶେଷ ଓ ରାଜ୍ୟ ସରକାର ମଧ୍ୟ ଅକଟୋବର ଶେଷ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିଛନ୍ତି l କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ବର୍ତମାନ ସ୍ଥିତିରେ କଣ କରାଯାଇ ପାରିବ ସେଥିପାଇଁ ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଂଚଳ, ସିବିଏସଇ, ଏ ଆଇ ସି ଟି ଇ, ୟୁ ଜି ସି, ଏନ ସି ଟି ଇ ଓ ଶିକ୍ଷା ବିଶେଷଜ୍ଞ ମାନଙ୍କ ଠାରୁ ମତାମତ ଲୋଡିଛନ୍ତି l ମହାମାରୀ କାରଣରୁ ଅନଲାଇନ କ୍ଲାସ ଚାଲୁ ପାଇଁ ସରକାର ଘୋଷଣା କରିଛନ୍ତି ଓ ଚାଲିଛି ମଧ୍ୟ l ହେଲେ ବିଭିନ୍ନ କାରଣରୁ ସରକାରୀ ତଥ୍ୟ ରେ 22 ଲକ୍ଷ ପିଲା ସରକାରୀ ସ୍କୁଲରେ ଅନଲାଇନ ରେ ପାଠ ପଢୁଛନ୍ତି ଓ 38 ଲକ୍ଷ ପିଲା ମୋବାଇଲ ଅଭାବରୁ ହେଉ କି ନେଟୱର୍କ ନଥିବା କାରଣରୁ ପାଠ ପଢି ପାରୁନାହାନ୍ତି l ହେଲେ ବାସ୍ତବିକ ସ୍ଥିତି କୁ ଲକ୍ଷ କଲେ ମାତ୍ର 10 ଲକ୍ଷ ପିଲା ହିଁ ଅନଲାଇନ ରେ ପାଠ ପଢୁଛନ୍ତି l ବେସରକାରୀ ସ୍କୁଲରେ ମଧ୍ୟ 50 ରୁ 60% ପିଲ୍ଲାହିଁ ଅନଲାଇନ କ୍ଲାସ କରିପାରୁଛନ୍ତି l
ଅନଲାଇନ କ୍ଲାସ ରେ ପିଲାମାନେ ପାଠ କିଛି ଭଲଭାବେ ବୁଝି ପାରୁନାହାନ୍ତି ଓ ଅବୁଝା ପାଠ କୁ ଠିକ ଭାବେ ବୁଝିବା ଓ ବୁଝାଇବା ମଧ୍ୟ ଏହି ବ୍ୟବସ୍ଥା ରେ ସମ୍ଭବ ନୁହେଁ l ବର୍ତମାନ ପ୍ରାୟତଃ ଅଧା ଶିକ୍ଷା ବର୍ଷ ସରି ଗଲାଣି l ଏପରି ସ୍ଥଳେ ପିଲାମାନେ ପାଠ କିପରି ପଢିବେ l ଓ ଯଦି ପାଠ୍ୟକ୍ରମ କମାଯାଏ ତେବେ ଆଗାମୀ ଦିନରେ ଏବଂ ଉପର ଶ୍ରେଣୀ ରେ ପାଠ ବୁଝିବାରେ କଷ୍ଟ ହୋଇପାରେ l ତେଣୁ ସରକାର ଶିକ୍ଷା ବର୍ଷ କୁ ପରିବର୍ତ୍ତନ କରି ନଭେମ୍ବର ରୁ ଜୁନ ପର୍ଯ୍ୟନ୍ତ ନୂଆ ଶିକ୍ଷା ବର୍ଷ କରି ଏହି ବ୍ୟବସ୍ଥା ରେ ଦୁଇ ତିନି ବର୍ଷରେ ପୁରୁଣା ବ୍ୟବସ୍ଥା କୁ ଆଡ଼ଜଷ୍ଟ କରିବାର ବନ୍ଦୋବସ୍ତ କରିବାକୁ ଦାବୀ ଜଣାଇଛି ଓଡିଶା ଅଭିଭାବକ ମହାସଂଘ l ସେପଟେ ଏ ଆଇ ସି ଟି ଇ ମଧ୍ୟ ଅକଟୋବର ମାସରୁ ନୂତନ ଶିକ୍ଷାବର୍ଷ ଆରମ୍ଭ କରିବାକୁ ଘୋଷଣା କରିଛି l ମହାରାଷ୍ଟ୍ର ଓ ଅନ୍ୟାନ୍ୟ କେତେକ ରାଜ୍ୟ ମଧ୍ୟ ଶିକ୍ଷା ବର୍ଷ ରେ ପରିବର୍ତ୍ତନ ପାଇଁ ମତ ଦେଲେଣି l
ତେଣୁ ଓଡିଶା ସରକାର ମଧ୍ୟ ନୂତନ ଶିକ୍ଷା ବର୍ଷ କୁ ନଭେମ୍ବର ମାସରେ କରୋନାର ସମସ୍ତ ନିୟମ ଅନୁପାଳନ କରାଇ ଆରମ୍ଭ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମହାସଂଘର ଅଧକ୍ଷ ବାସୁଦେବ ଭଟ୍ଟ ଦାବୀ ଜଣାଇବା ସହିତ ଏହି ପ୍ରକ୍ରିୟା କୁ ଦେଶରେ ମଧ୍ୟ ଲାଗୁ କରିବାକୁ କେନ୍ଦ୍ର ସରକାର ଙ୍କୁ ସୁପାରିଶ କରିବାକୁ ଅନୁରୋଧ କରିଛି l ଏହା କରାଗଲେ ଆମ ପିଲାମାନଙ୍କ ଭବିଷ୍ୟତ କୁ ସୁଦୃଢ କରାଯାଇପରିବ l ତୁରନ୍ତ ଶିକ୍ଷା ବିଭାଗ ଏକ ବୈଠକ କାରୀ ଅଭିଭାବକ, ସ୍କୁଲ ଓ ଶିକ୍ଷକ/ ଶିକ୍ଷାବିତ ଙ୍କ ପରାମର୍ଶ ରେ ନିଷ୍ପତି ନେବାପାଇଁ ମଧ୍ୟ୍ୟ ଅନୁରୋଧ କରିଛି
