Odisha news

ଦିଲ୍ଲୀରେ ବିଜେପିର ଐତିହାସିକ ବିଜୟ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା , ମୋଦୀଙ୍କ କଲ୍ୟାଣକାରୀ ଓ ଡବଲ ଇଞ୍ଜିନ ମଡେଲକୁ ଦିଲ୍ଲୀ ସ୍ୱୀକୃତି ଦେଇଛି : ଧର୍ମେନ୍ଦ୍ର ପ୍ରଧାନ

0
• ଦିଲ୍ଲୀବାସୀ ଓ ପ୍ରବାସୀ ଓଡ଼ିଆଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ, ଗୃହ ମନ୍ତ୍ରୀ ଓ ଦିଲ୍ଲୀ ପ୍ରଦେଶ ସଭାପତିଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
• ‘ଆମ ଆଦମୀ’ ପାର୍ଟିର ଭ୍ରଷ୍ଟ ଶାସନରେ ଦିଲ୍ଲୀବାସୀ ବହୁତ କଷ୍ଟରେ ଥିଲେ
• ବିକାଶର ବିଜୟ ଓ ଅହଙ୍କାରର ପରାଜୟ ହୋଇଛି
• ଜନାଦେଶ ପ୍ରମାଣିତ କରିଛି, ମିଛ, ଦୁର୍ନୀତି ଓ ଭ୍ରଷ୍ଟାଚାର ରାଜନୀତି ଅଧିକ ଦିନ ଚାଲେ ନାହିଁ
ନୂଆଦିଲ୍ଲୀ/ଭୁବନେଶ୍ୱର, ଫେବୃୟାରୀ ୦୮ – ଦିଲ୍ଲୀର ଜନସାଧାରଣ ମୋଦୀଙ୍କ କଲ୍ୟାଣକାରୀ ଏବଂ ଡବଲ ଇଞ୍ଜିନ ମଡେଲକୁ ସ୍ୱୀକୃତି ଦେଇଛନ୍ତି ବୋଲି ଦିଲ୍ଲୀରେ ବିଜେପିର ଐତିହାସିକ ବିଜୟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ କଲ୍ୟାଣକାରୀ ମଡେଲ୍ ଉପରେ ବିଶ୍ୱାସ କରି ବିଜେପିକୁ ବିଜୟୀ କରିଥିବାରୁ ଦିଲ୍ଲୀବାସୀ ଓ ପ୍ରବାସୀ ଓଡ଼ିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଗୃହ ମନ୍ତ୍ରୀ ଅମିତ ଶାହ, ଦିଲ୍ଲୀ ପ୍ରଦେଶର ସଭାପତି ବୀରେନ୍ଦ୍ର ସଚଦେବାଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଯେ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ‘ଆମ ଆଦମୀ’ ପାର୍ଟିର ଭ୍ରଷ୍ଟ ଶାସନରେ ଦିଲ୍ଲୀବାସୀ ବହୁତ କଷ୍ଟରେ ଥିଲେ । ଆପଦା ସରକାରରେ ଜନସାଧାରଣ ଉନ୍ନତମାନର ରାସ୍ତା, ସ୍ୱଚ୍ଛ ପାନୀୟ ଜଳ ଏବଂ ମୌଳିକ ସୁବିଧାରୁ ବଞ୍ଚିତ ଥିଲେ । ଆଜିର ଜନାଦେଶ ଦ୍ୱାରା ୧୦ ବର୍ଷ ଧରି ଦିଲ୍ଲୀବାସୀଙ୍କୁ ଭ୍ରମରେ ରଖୁଥିବା ଲୋକଙ୍କ ମୁଖା ଫିଟିଛି । ବିକାଶର ବିଜୟ ଓ ଅହଙ୍କାରର ପରାଜୟ ହୋଇଛି । ନିଜକୁ ସଚ୍ଚୋଟତାର ଡିଣ୍ଡିମ ପିଟୁଥିବା କେଜ୍ରିଓ୍ୱାଲଙ୍କ ଅହଙ୍କାର ଓ ଅରାଜକତାର ରାଜନୀତି ଶେଷ ହୋଇଛି । ଆଜିର ଫଳାଫଳ ଏହା ପ୍ରମାଣିତ କରିଛି ଯେ ମିଛ, ଦୁର୍ନୀତି ଓ ଭ୍ରଷ୍ଟାଚାର ରାଜନୀତି ଅଧିକ ଦିନ ଚାଲେ ନାହିଁ । ଦିଲ୍ଲୀର ଦିଲ୍ ରେ ମୋଦୀ ଅଛନ୍ତି । ଏହି ଭବ୍ୟ ବିଜୟ ଦିଲ୍ଲୀର ଜନସାଧାରଣଙ୍କ ବିଜୟ । ଆଜିର ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଥିବା ଅତୁଟ ବିଶ୍ୱାସର ପ୍ରତିଫଳନ । ଜନସେବା ପ୍ରତି ବିଜେପିର ଦାୟିତ୍ୱ ବଢିଛି ବୋଲି ସେ କହିଛନ୍ତି ।

 

Leave A Reply