ଭୁବନେଶ୍ୱର,(ନି.ପ୍ର): ଗତ କିଛି ଦିନ ହେବ ଖଣ୍ଡଗିରି ଅଞ୍ଚଳରେ ନିଶା ମାଫିଆ ଉତ୍ପାତ କରୁଛନ୍ତି । କେବଳ ମାଫିଆ ନୁହଁନ୍ତି ସେବନକାରୀ ମଧ୍ୟ ନିଶାରେ କେତେକେଳେ କ’ଣ ଘଟାୁଛନ୍ତି ତାହା ଜାଣିବା ମଧ୍ୟ କଷ୍ଟ । ଡାଲି ଚାଉଳ ଦୋକାନକୁ ସଉଦା କିଣିବାକୁ ଯାଉଥିବା ଜଣେ ନାବାଳାକଠାରୁ ଟଙ୍କା ଛଡାଇ ତାଙ୍କୁ ନେବା ସହ ଆକ୍ରମଣ କରିଥିଲେ ଦୁବୃର୍ତ୍ତ । ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ନାବାଳକ ଅଶ୍ୱିନୀ ପାଢୀ(୧୫)ଙ୍କ ମୃତ୍ୟୁ ହୋଇଛି ।

ଏହି ଘଟଣା ପ୍ରଚାରିତ ହେବାପରେ ରାତିରେ ହସ୍ପିଟାଲ ନିକଟରେ ଉତ୍ତେଜନା ପ୍ରକାଶ ପାଇଥିଲା । ବୁଧବାର ଭରତପୁରରେ ତୀବ୍ର ଉତ୍ତେଜନା ସୃଷ୍ଟି ହେବା ସାଙ୍ଗକୁ ନିଶାଡିଙ୍କ ଦୌରାତ୍ମ୍ୟ ସମ୍ପର୍କରେ ଲୋକେ ଗଣମାଧ୍ୟମକୁ କହିଛନ୍ତି । ପୋଲିସ ନିଶାଡିଙ୍କ ଉତ୍ପାତକୁ ସ୍ୱିକାର କରିନଥିବାବେଳେ କ୍ଳବ ଗଣ୍ଡଗୋଳକ ନେଇ ନାବାଳକକୁ ହତ୍ୟା କରାଯାଇଥିବା କହିଛି । ହତ୍ୟାକାଣ୍ଡ ଘଟଣାରେ ଖଣ୍ଡଗିରି ଥାନା ପୋଲିସ ଭରତପୁରର ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଭରତପୁରର ଶିବ ଦାସ, ରଞ୍ଜନ ଦାସ ଓ ତାର ଦୁଇ ସହଯୋଗୀ । ଗିରଫ ଅଭିଯୁକ୍ତମାନଙ୍କୁ ଗୁରୁବାର ଦିନ କୋର୍ଟ ଚାଲାଣ କରାଯିବ । ସେହିଭଳି ଅଶ୍ୱିନୀ ମୃତୁ୍ୟ ଘଟଣାରେ ଆହୁରୀ ୮ରୁ ଅଧିକ ଅପରାଧୀ ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି । ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସଙ୍କୁ ମଧ୍ୟ ମୁତୟନ କରାଯାଇଥିବା ଜଣାପଡିଛି ।

ଗତ ୨ ତାରିଖ ଦିନ ପୂର୍ବାହ୍ନରେ ଅଶ୍ୱିନୀ ଘରୁ ହଜାର ଟଙ୍କା ନେଇ ଦୋକାନକୁ ଯାଇଥିଲେ । ରାସ୍ତାରେ ସେହି ଅଞ୍ଚଳର କିଛି ନିଶାଖୋର ଯୁବକ ତାଙ୍କୁ ଅଟକାଇ ଟଙ୍କା ଛଡାଇଥିଲେ । ସେ ମନା କରିବାରୁ ତାକୁ ଉଠାଇ ନେଇ ନିସ୍ତୁକ ମାଡ ମାରିବା ସହ ଭୁଜାଲି ଓ ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଏକ ଘରୋଇ ହସ୍ପିିଟାଲରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ସେଠାରେ ତାଙ୍କର ମୃତୁ୍ୟ ଘଟିଥିଲା । ଏହାକୁ ନେଇ ହସ୍ପିଟାଲ ପାଖ ଓ ଭରତପୁରରେ ଉତେଜନା ପ୍ରକାଶ ପାଇଥିଲା । ପୋଲିସ ପହଞ୍ଚô ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ଲାଗି ପୋଲିସ ଚଢାଉ ଚଳାଇଛି ।
ଖଣ୍ଡଗିରି ଥାନା ଅଞ୍ଚଳରେ ନସିଶା କାରବାରକୁ ମାଫିଆ ସୁରଖିତ ମନେ କରୁଛନ୍ତି । ସେ ଗଞ୍ଜେଇ ହେଇ କିମ୍ବା ବ୍ରାଉନସୁଗାର ହେଉ ସେହି ଅଞ୍ଚଳ ଦେଇ ଭିଲ୍ କରାଯାଉଛି ।

ଚଳିତବର୍ଷ ଖଣ୍ଡଗିରି ଥାନା ଅଞ୍ଚଳରୁ ବହୁବାର କେଜିଏରୁ ଉଦ୍ଧ୍ୱର୍ ଲେଖାଏଁ ବ୍ରାଉନସୁଗାର ସହ ମାଫିଆଙ୍କୁ ଗିରଫ କରାଯାଇ ସେମାନଙ୍କଠାରୁ ବ୍ୟବହୃତ କାର୍ ମଧ୍ୟ ଜବତ କରାଯାଉଛି । ଯେତିକି ବ୍ରାଉନସୁଗାର ଧରା ହେଲାଣି ତାହା ଓଡିଶା ପୋଲିସ ଇତିହାରେ ହୋଇନଥିଲା । କେତେବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଢାଉ କରି ଗିରଫ କରୁଛିତ ଆଉ କେତେବେଳେ ଏସଆଇଜି ଓ ପୋଲିସ ହାତରେ ଧରାପଡୁଚନ୍ତି ନିଶା ମାଫିଆ । ନିଶାଡି ନାବାଳକଙ୍କ ଠାରୁ ଟଙ୍କା ଛଡାଇ ତାଙ୍କୁ ଆକ୍ରମଣ କରିଥବବାରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ କହୁଥିବାବେଳେ ପୋଲିସ ଏହାକୁ ଅସ୍ୱିକାର କରିଛି । ଭରତପୁର କ୍ଳବ ବିବାଦକୁ ମୃତ ଅଶ୍ୱିନଙ୍କ ଉପରେ ଲଦିଦେବା କେତେଦୂର ଯର୍ଥାଥ ବୋଲି ଚର୍ଚ୍ଚା ହେଉଛି । ୧୪/୧୫ ବର୍ଷର ନାବାଳକ କ୍ଲବ ବିବାଦରେ ମୁଖ୍ୟ ଭୂମିକା ନେଇଥିବା କହିବା ପୋଲିସ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here