ଭୁବନେଶ୍ୱର,(ନି.ପ୍ର): ସାମାନ୍ୟ କଥାକୁ ନେଇ ଜେନୈକ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରିବା ଅଭିଯୋଗରେ ବୁଦବାର ଏୟାରଫିଲ୍ଡ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା ବିରିବନ୍ଧ ଗ୍ରାମର ଦେବାଶିଷ୍ ପ୍ରଧାନ । ତାଙ୍କ ଜାମିନ୍ ନାମଞ୍ଜୁର ହୋଇଯିବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ମଙ୍ଗଳବାର ଦିନ ଏୟାରଫିଲ୍ଡ ଥାନା ଅଧୀନ ବିରିବନ୍ଧ ଗ୍ରାମର ଦେବାଶିଷ୍ ପ୍ରଧାନ ନିଶା ଖାଇ ଅଞ୍ଚଳରେ ଆତଙ୍କ ଖେଳାଇବା ସହ ଜଣେ ଯୁଦ୍ଧିଷ୍ଟିର ବର ନାମକ ଯୁବକକୁ ଏକ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲା । ଏ ନେଇ ଯୁଦ୍ଧିଷ୍ଟିର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ମାମଲା ରୁଜୁକରି ବୁଦବାର ଅଭିଯୁକ୍ତକୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here