ଭୁବନେଶ୍ୱର ତା-୧୯.୦୧ .୨୦୨୫ : ଓଡ଼ିଶା ଷ୍ଟାଫସିଲେକ୍ସନକମିଶନ(ଓଡିଶା କର୍ମଚାରୀ ଚୟନ ଆୟୋଗ)ର୩୧ବର୍ଷଅତିକ୍ରାନ୍ତ ହେବା ଅବସରରେଆୟୋଗର୩୨ତମପ୍ରତିଷ୍ଠାଦିବସତଥାବାର୍ଷିକଉତ୍ସବଗତ କାଲି ଜାନୁଆରୀ ୧୮ତାରିଖଶନିବରେପାଳନ କରାଯାଇଛି । ପ୍ରତିଷ୍ଠା ଦିବସ ଜାନୁଆରୀ ୧୯ ତାରିଖରେ ପଡ଼ୁଥିବାରୁ ଏବଂ ଆଜି ରବିବାର ସରକାରୀ ଛୁଟି ଥିବା ହେତୁ ଗତକାଲି ଏହା ପାଳନ କରାଯାଇଥିଲା । ଏହି ଅବସରରେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ତରଫରୁ ବିବରଣୀରେ ପ୍ରକାଶ ପାଇଛି । ୨୦୨୪ ମସିହାରେଏହା ଆୟୋଗ ଦ୍ୱାରା, ଖାଲିଥିବା ୮୯୩୩ଟିବିଭିନ୍ନପଦବୀପାଇଁ୧୨ ଟିବିଜ୍ଞାପନପ୍ରକାଶିତହୋଇଥିଲା।ଏହିବର୍ଷମୋଟ୨୯ ଟିପରୀକ୍ଷା ( ୧୨ ଟିପ୍ରାଥମିକଏବଂ୧୭ ଟିମୁଖ୍ୟଲିଖିତ ପରୀକ୍ଷା) ଅନୁଷ୍ଠିତ ହୋଇଥିଲା । ଆହୁରିମଧ୍ୟଏହିବର୍ଷ୫ଟିକମ୍ପ୍ୟୁଟରଦକ୍ଷତାପରୀକ୍ଷା, ଟାଇପିଂଟେଷ୍ଟ,ଷ୍ଟେନୋଗ୍ରାଫିପରୀକ୍ଷାକରାଯାଇଥିଲା। ଏହିବର୍ଷ୧୫ ଟିବିଭିନ୍ନପରୀକ୍ଷାରେ ସର୍ଟଲିଷ୍ଟେଡ୍ ହୋଇ ଚୂଡ଼ାନ୍ତ ଚୟନ ହୋଇଥିବା ୧୧,୧୦୧ରୁରୁଅଧିକପ୍ରାର୍ଥୀଙ୍କସାର୍ଟିଫିକେଟ୍ୟାଞ୍ଚକରାଯାଇଥିଲା । ମୋଟ୪୫୦୭ଜଣପ୍ରାର୍ଥୀଙ୍କୁସେମାନଙ୍କସପକ୍ଷରେବିଭିନ୍ନପଦବୀରେନିଯୁକ୍ତିଆଦେଶପ୍ରଦାନକରିବାକୁସେମାନଙ୍କନାମସମ୍ପୃକ୍ତନିଯୁକ୍ତିଦାତାଙ୍କନିକଟକୁସୁପାରିଶକରାଯାଇଥିଲା । ଏହି ଅବସରରେ ଓଏସଏସସି ମଧ୍ୟ ଗତ ୩୧ ବର୍ଷ ମଧ୍ୟରେତୁଳନାତ୍ମକ ଉପଲବ୍ଧି ପ୍ରକାଶ କରିଛି । ଏହି ବର୍ଷ ମଧ୍ୟରେ ଅନୁଷ୍ଠିତ ନିଯୁକ୍ତି ପରୀକ୍ଷା ସଂଖ୍ୟା ଏବଂ ମନୋନୀତ ପ୍ରାର୍ଥୀଙ୍କ ସଂଖ୍ୟାରେ ଉନ୍ନତି ଘଟିଥିବା ଜଣାଯାଇଛି ।
ପଠାଣି ରାଉତ ଲୋକ ସଂପର୍କ ଅଧିକାରୀ