ଭୁବନେଶ୍ୱର,(ନି.ପ୍ର): ଦାଦା ବଟି ପାଇଁ ଲୋକଙ୍କୁ ମାରଧର କରି ଭୟ ସୃଷ୍ଟି କରିବା ଅଭିଯୋଗରେ ଏୟାରଫିଲ୍ଡ ଥାନା ପୁଲିସ ମଙ୍ଗଳବାର ଦୁଇ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବୋତଣ୍ଡା ଅଞ୍ଚଳର ବିଶ୍ୱରଞ୍ଜନ ପାଇକରାୟ ଓ ସୁଧିର କୁମାର ବେହେରା ।
ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖ ରାତିରେ ଗଙ୍ଗାଯମୁନା ଆପାର୍ଟମେ ରେ ଦୁଇ ଅଭିଯୁକ୍ତ ମାରଣାସ୍ତ୍ର ଧରି ପଶି ଆପାର୍ଟମେ ର ସିକୁ୍ୟରିଟ ଗାର୍ଡକୁ ମାଡମାରିବା ସହ ସେଠାରେ ରହୁଥିବା ଲୋକଙ୍କ ଭିତରେ ଭୟ ସାର କରିଥିଲେ ।
ଏନେଇ ଆପାର୍ଟମେ ର ୪୦ରୁ ଅଧିକ ବ୍ୟକ୍ତି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି ।
