Odisha news

ପୁଣି ଖୋର୍ଦ୍ଧା ଜିଲ୍ଲା ନମ୍ବର ଏକ : ଦିନକରେ ଜିଲ୍ଲାରେ ସର୍ବାଧିକ ୪୪୩ ଆକ୍ରାନ୍ତ , ସଂକ୍ରମିତଙ୍କ ସଂଖ୍ୟା ୭୫,ooo ଟପିଛି

0

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ପୁଣି ନମ୍ବର ଏକ l କ୍ରମାଗତ ଏଗାର ଦିନ ଧରି ହଟସ୍ପଟ ଗଞ୍ଜାମ ସମେତ ସବୁ ଜିଲ୍ଲାକୁ ବହୁ ପଛରେ ପକାଇ ଦେଇଛି l ଦିନକରେ ଜିଲ୍ଲାରେ ସର୍ବାଧିକ ୪୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ସେହିପରି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା  ୭୫,ooo ଟପିଯାଇଛି ।

ବର୍ତମାନ  ସୁଦ୍ଧା ରାଜ୍ୟରେ କରୋନା ପରୀକ୍ଷା ୧୨,୩୩,୮୦୫ରେ ପହଞ୍ଚିଛି ।  ୨୪ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୩୨ ପ୍ରତିଶତ ମହିଳା ଓ  ୬୮ ପ୍ରତିଶତ ପୁରୁଷ । ୨୯ ଜିଲ୍ଲାରେ ୨୮୧୯ ନୂଆ ସଂକ୍ରମିତ ଚିହ୍ନଟ ପରେ ମୋଟ୍‍ ସଂଖ୍ୟା ୭୫,୫୩୭କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୧୨୮ ସ୍ଥାନୀୟ ସଂକ୍ରମଣ ଓ  ୧୬୯୧ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର । ସେହିଭଳି ମୋଟ୍‍ ସଂକ୍ରମିତଙ୍କ ମଧ୍ୟରୁ ୫୦,୫୦୩ ଜଣ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ୨୪,୫୮୨ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ମହାମାରୀ କରୋନା ଆଉ ୯ଜଣଙ୍କ ମୁଣ୍ଡ ନେଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୩୯୯ରେ ପହଞ୍ଚିଛି । ମୃତକ ୯ଜଣଙ୍କ ମଧ୍ୟରେ କଟକରୁ ୩, ସୁନ୍ଦରଗଡରୁ ୨, ବଲାଙ୍ଗିର, ଗଞ୍ଜାମ, ମାଲକାନଗିରି ଓ ରାୟଗଡରେ ଜଣେ କରି ମୃତ୍ୟୁବରଣ କରିଛନ୍ତି ।

ଅନ୍ୟପକ୍ଷରେ ନୂଆ  ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲା bele କଟକରେ ୨୫୭, ମୟୁରଭଞ୍ଜରେ ୨୧୯ ଓ ଗଞ୍ଜାମରେ ୧୯୨, ରାୟଗଡାରେ ୧୪୭, ସମ୍ବଲପୁରରେ ୧୪୫, ବରଗଡରେ ୧୩୬, ଯାଜପୁରରେ ୧୨୦, ବାଲେଶ୍ୱରରେ ୧୦୫, ପୁରୀରେ ୧୦୯, ଢେଙ୍କାନାଳରେ ୧୦୦ ଜଣ ଚିହ୍ନଟ ହୋଇଛନ୍ତି ।ସେହିଭଳି ମାଲକାନଗିରିରେ ୮୩, କୋରାପୁଟରେ ୮୧, ଭଦ୍ରକରେ ୭୭, ନୟାଗଡରେ ୬୪, ଝାରସୁଗୁଡାରେ ୬୩, କେନ୍ଦ୍ରାପଡା ଓ ଗଜପତିରେ ୬୨କରି, ସୁନ୍ଦରଗଡରେ ୫୭, ବଲାଙ୍ଗିରରେ ୫୬, କଳାହାଣ୍ଡିରେ ୫୫ ଜଣ ଚିହ୍ନଟ ହୋଇଛନ୍ତି ।

Leave A Reply