Odisha news

ଆଇସିଏଆଇର ୫୧ତମ ବାର୍ଷିକ ଅଧିବେଶନ ଓ ନୂତନ ପଦାଧିକାରୀ ଚୟନ

0

ଭୁବନେଶ୍ୱର :ଆଇସିଏଆଇ  ଭୁବନେଶ୍ୱର ·ପ୍ଟରର ୫୧ତମ ବାର୍ଷିକ ଅଧିବେଶନ ଅନ୍ଲାଇନ୍ (ୱେବିନ୍ଟ୍) ଦ୍ୱାରା ସଫଳତାର ସହିତ ସମାପନ ହୋଇଯାଇଅଛି । ଉକ୍ତ ଅଧିବେଶନ ସମାପନ ପରେ ୨୦୧୯-୨୩ ବର୍ଷ ପାଇଁ ନିର୍ବାଚିତ ହୋଇଥିବା ପରି·ଳନା ପଦାଧିକାରୀ ତାଙ୍କର ପ୍ରଥମ ବୈଠକରେ କୋଭିଡ଼୍-୧୯ର ନିୟନ୍ତ୍ରଣ ନିମନ୍ତେ ସାମାଜିକ ଦୂରତ୍ୱ ତଥା ଅନ୍ୟାନ୍ୟ ସତର୍କତା ଅବଲମ୍ବନ କରି ନୂତନ ଅଧ୍ୟକ୍ଷ ଭାବେ ସିଏମ୍ଏ ମୁକେଶ ଚୌବେ, ଉପାଧ୍ୟକ୍ଷ ଭାବେ ସି.ଏମ୍.ଏ ହିମୋଜ ମିଶ୍ରଙ୍କୁ, ସମ୍ପାଦକ ଭାବେ ସିଏମ୍ଏ ଅଜୟ କୁମାର ସାମଲଙ୍କୁ, କୋଷାଧ୍ୟକ୍ଷ ଭାବେ ସି.ଏମ୍.ଏ ପ୍ରଣବ କୁମାର ବେହେରାଙ୍କୁ ଚୟନ କରିଛନ୍ତିି ।

ଅନ୍ୟ ସଦସ୍ୟମାନଙ୍କ ମଧ୍ୟରୁ ସିଏମ୍ଏ ଶକ୍ତିଧର ସିଂହଙ୍କୁ ପ୍ରଫେସନାଲ ଡେଭେଲପ୍ମେଂଟ କମିଟି ଅଧ୍ୟକ୍ଷ, ସିଏମ୍ଏ ଶାନ୍ତନୁ କୁମାର ରାଉତଙ୍କୁ କୋଚିଂ କମିଟି ଅଧ୍ୟକ୍ଷ, ସିଏମ୍ଏ ଆଶୁତୋଷ ଦେବତାଙ୍କୁ ବ୍ରାଣ୍ଡିଂ ଏବଂ ନିଯୁକ୍ତି କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଅର୍ପଣ କରାଯାଇଅଛି । ଉକ୍ତ ପ୍ରଥମ ବୈଠକରେ ପୂର୍ବତନ ଅଧ୍ୟକ୍ଷ ସିଏମ୍ଏ ଶକ୍ତିଧର ସିଂହ ନବ ଚୟନ ଅଧ୍ୟକ୍ଷ ସିଏମ୍ଏ ମୁକେଶ ଚୌବେଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ସିଏମ୍ଏ ତାପସ ରଞ୍ଜନ ସ୍ୱାଇଁ, ସିଏମ୍ଏ ସୂର୍ଯ୍ୟନାରାୟଣ ତ୍ରିପାଠୀ ଓ ଆଇ.ସି.ଏ.ଆଇ – କେନ୍ଦ୍ରାଂଚଳ ସଭ୍ୟ ତଥା ପରୋକ୍ଷ କର କମିଟିର ଅଧ୍ୟକ୍ଷ ସିଏମ୍ଏ ନିରଞ୍ଜନ ମିଶ୍ରଙ୍କ ଉପସ୍ଥିତିରେ ପ୍ରଥମ ବୈଠକଟି ସମାପନ ହୋଇଯାଇଅଛି ।

Leave A Reply

Your email address will not be published.