ଭୁବନେଶ୍ୱର,(ନି.ପ୍ର): ପୋଲିସକୁ ଦୁର୍ବ୍ୟବହାର ଅଭିଯୋଗରେ ଲିଙ୍ଗରାଜ ପୋଲିସ ଫେରାର ଅଭିଯୁକ୍ତକୁ ସୋମବାର ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଗଡମହବୀର ଅଞ୍ଚଳର ଗୁଲସନ୍୍ କୁମାର ଶତପଥୀ(୩୧) । ଜୁଲାଇ ୩୧ ତାରିଖ ରାତ୍ରି କାଳୀନ କର୍ଫୁ୍ୟ ସମୟରେ ଶ୍ରୀଲିଙ୍ଗରାଜ ପୋଲିସ ପକ୍ଷରୁ ଗ୍ୟାରେଜ ଛକରେ ଏମଭି ଚେକିଂ ହେଉଥିଲା । ଥାନାର ଜଣେ ମହିଳା ପୋଲିସ ଅଫିସରଙ୍କ ସହ ଅନ୍ୟ କର୍ମଚାରୀ ଡ୍ୟୁଟି କରୁଥିଲେ ।
ଏହି ସମୟରେ କପିଳେଶ୍ୱର ଅଞ୍ଚଳର ପ୍ରଭାତ ରଞ୍ଜନ ମହାନ୍ତି ନାମକ ଯୁବକ ବିନା ମାସ୍କ ଓ ହେଲମେଟରେ ଘରକୁ ଫେରୁଥିବାରୁ ପୋଲିସ ଅଟକାଇ ପଚରାଉଚରା କରିବାରୁ ଶ୍ରୀ ମହାନ୍ତି ସ୍ଥାନୀୟ ଲୋକେ କହି ପୋଲିସକୁ ଦୁର୍ବ୍ୟବହାର କରିବା ସହ ତା’ର ସହଯୋଗୀ କିଛି ଯୁବକଙ୍କୁ ଫୋନ କରି ଡାକି ପୋଲିସକୁ ଅସଭ୍ୟ ଭାଷାରେ ଗାଳିମନ୍ଦ କରିଥିଲା । ସେଠାରେ ଡୁ୍ୟଟିରେ ଥିବା ପୋଲିସ କର୍ମଚାରୀ ଯୁବକମାନଙ୍କୁ ଗୋଡାଇବାରୁ ସେମାନେ ଦୌଡି ପଳାଇଥିଲେ ।
ଏ ନେଇ ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ପ୍ରଭାତ ରଞ୍ଜନକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ଘଟଣାରେ ଅନ୍ୟତମ ଫେରାର ଅଭିଯୁକ୍ତ ଗୁଲସନକୁ ଆଜି ଗିରଫ କରି କୋର୍ଟଚାଲାଣ କରିଛି ।
