Odisha news

ଅନଲାଇନ ଡେଲିଭେରି ଆଳରେ କାଉଣ୍ଟରରେ ଚାଲିଥିଲା ବିୟର ବିକ୍ରି : ତା ପରେ ….

0

ଭୁବନେଶ୍ୱର,(ନି.ପ୍ର): ସଟ୍ଡାଉନ୍ ନିୟମ ଉଲ୍ଲଙ୍ଘନ କରି ମଦ ବିକ୍ରି କରୁଥିବା ଅଭିଯୋଗରେ ରବିବାର ଦିନ ବିଏମ୍ସି ଓ ଲିଙ୍ଗରାଜ ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇ ହୋଟେଲ ଉକ୍ରଳ ଇନ୍କୁ ସିଲ କରାଯାଇଛି । ସ୍ଥାନୀୟ ଗ୍ୟାରେଜ ଛକ ଠାରେ ସକାଳୁ ସକାଳୁ ଅନ୍ଲାଇନ୍ ଡେଲିଭରି ଆଳରେ କାଉଣ୍ଟର ଖୋଲାରହି ବିକ୍ରୀ ହେଉଥିବା ସମୟରେ ଖବରପାଇ ବିଏମସି ଓ ପୋଲିସ ମିଳିତଭାବେ ଚଢାଉ କରିଥିଲେ ।
ମହାମାରୀ କରୋନାକୁ ନିୟନ୍ତ୍ରଣ କରିବାପାଇଁ ସଟ୍ଡାଉନ୍ ଏବଂ ଲକ୍ଡାଉନ୍ ହେଉଛି ଏକ ମାଧ୍ୟମ । କରୋନା ସଂକ୍ରମତିଙ୍କୁ ଚିହ୍ନଟ କରିବା ଏବଂ ସଂକ୍ରମଣକୁ ରୋକିବାପାଇଁ ଭୁବନେଶ୍ୱରରେ ଶନିବାର ଏବଂ ରବିବାର ସଟ୍ଡାଉନ୍ ଘୋଷଣା କରାଯାଇଛି ।

ମାତ୍ର ସଟ୍ଡାଉନ ନିୟମ ଉଲ୍ଲଙ୍ଘନ କରି ବେଆଇନ ଭାବରେ ଚାଲିଛି ଚୋରା ମଦ କାରବାର ଏବଂ ବିକ୍ରି । ରବିବାର ଦିନ ସ୍ଥାନୀୟ ଗ୍ୟାରେଜ ଛକ ଠାରେ ଥିବା ହୋଟେଲ୍ ଉକ୍ରଳ ଇନ୍ ବାର୍ ଆଣ୍ଡ ରେସ୍ତାରଁରେ ଚାଲିଥିଲା ମଦ ବିକ୍ରି । ଏପରିକି ଅନ୍ଲାଇନ୍ ଡେଲିଭେରି ଆଳରେ କାଉଣ୍ଟରରେ ଚାଲିଥିଲା ବିୟର ବିକ୍ରି । ବିଶେଷ ସୂତ୍ରରୁ ଖବରପାଇ ଭୁବନେଶ୍ୱର ମହାନଗର ନିଗମର ଦକ୍ଷିଣ-ପୂର୍ବ ଜୋନ୍ ଟିମ୍ ଏବଂ ଲିଙ୍ଗରାଜ୍ ଥାନା ପୋଲିସ ମିଳିତଭାବେ ହୋଟେଲ୍ ଉପରେ ଚଢାଉ କରିଥିଲେ । ଚଢାଉ ସମୟରେ ହୋଟେଲ୍ ନିକଟରେ ଯୁବକମାନଙ୍କର ଭିଡ ଏବଂ ଭିତର ଯାଞ୍ଚ କରିବାପରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ବିଏମସି ପକ୍ଷରୁ ଉକ୍ତ ହୋଟେଲକୁ ସିଲ୍ କରାଯାଇଛି । ପରବର୍ତ୍ତୀ ନିଦେ୍ର୍ଦଶାନାମ ପର୍ଯ୍ୟନ୍ତ ହୋଟେଲ୍ ସିଲ୍ ରହିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି ।

IEC 2 years
Leave A Reply