ଭୁବନେଶ୍ୱର,(ନି.ପ୍ର): ଭୁବନେଶ୍ୱର ପୁରୁଣା ଷ୍ଟେସନ ବଜାର ଟାଟା ଏସିରୁ ଶବ ଉଦ୍ଧାର ଘଟଣାକୁ ମାସେ ବିତି ଗଲାଣି । ୩୦୨ରେ ହତ୍ୟା ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଭିସେରାକୁ ପ୍ରତିକ୍ଷା କରିଛି । ଭିସେରା ରିପୋର୍ଟ ଆସିବାପରେ ମୃତ୍ୟୁ ରହସ୍ୟ ଉନ୍ମୋଚନ ହେବବୋଲି ପୋଲିସ କହୁଛି । ଅନ୍ୟପକ୍ଷରେ ଯେଉଁ ଗାଡିରୁ ଶବ ଉଦ୍ଧାର ହୋଇଥିଲା କୋର୍ଟ ଅନୁମତି କ୍ରମେ ତାହାକୁ ପୋଲିସ ରିଲିଜ୍ କରିଛି ।
ରହସ୍ୟଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ ତାହା ହତ୍ୟା କିମ୍ବା ଦୁର୍ଘଟଣା ଜନିତ ମୃତ୍ୟୁ ତାହା ପୋଲିସ ସ୍ପଷ୍ଟ ହୋଇପାରି ନାହିଁ । ବ୍ୟବଚ୍ଛେଦ କରିଥିବା ଡାକ୍ତରୀ ଟିମ୍କୁ ଭିସେରା ମିଳିନଥିବାରୁ ବ୍ୟବଚ୍ଛେଦ ରିପୋର୍ଟ ଦେଇନାହିଁ ବୋଲି ପୋଲିସ ସୂଚନା ଦେଇଛି ।
କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଘର ଗଞ୍ଜାମ ଜିଲ୍ଲାରେ । ସେ ଚିନ୍ତାମଣିଶ୍ୱେର ନିକଟ ବସ୍ତିରେ ରହି ଟାଟା ଏସି ଚାଳକ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲା । ସମ୍ପୃକ୍ତ ଗାଡିର ମାଲିକ ମଧ୍ୟ କୃଷ୍ଣଚନ୍ଦ୍ର । ଗତ ମାସ ୧୨ ତାରିଖ ଦିନ ଗାଡି ନେଇ ସେ ଘରୁ ଯାଇଥିଲେ । ନ ଫେରିବାରୁ ଘରଲୋକେ ବହୁ ଖୋଜ୍ ଖବର କଲେ । ଡେରି ରାତି ପର୍ଯ୍ୟନ୍ତ ଅପେକ୍ଷା କରି ସାଙ୍ଗସାଥିଙ୍କୁ ଫୋନ କରିଥିଲେ ମଧ୍ୟ କୌଣସି ସୂଚନା ପାଇନଥିଲେ ।
ଏପରିକି ୧୨ ତାରିଖ ଦିନ ରାତି ୧୦ଟା ବେଳେ ପରିବାର ଲୋକେ ଯାଇ ଗାଡି ଲାଗୁଥିବା ସ୍ଥାନ ଷ୍ଟେସନ ବଜାରରେ ଖୋଜ୍ ଖବର କରିଥିଲେ । ହେଲେ କୌଣସି ପତ୍ତା ମିଳିନଥିଲା । ୧୩ ତାରିଖ ଦିନ ସକାଳେ ପରିବାର ସଦସ୍ୟ ଯାଇ ଦେଖନ୍ତିତ ଗାଡି ଷ୍ଟେସନ ବଜାରରେ ଠୁଆ ହୋଇଛି । ଏହା ଦେଖିବାପରେ ଘର ଲୋକ ସମସ୍ତେ ଯାଇ ସେଠାରେ ପହଞ୍ଚôଥିଲେ । ଗାଡି ଭିତର ଷ୍ଟେରିଂ ପାଖରେ କୃଷ୍ଣଚନ୍ଦ୍ରଙ୍କର ରକ୍ତ ଜୁଡୁବୁଡୁ ଶବ ପଡିରହିଛି । ଖବରପାଇ ପୋଲିସ ପହଞ୍ଚôବା ସହ ଶବ ଜବତ କଲା ।
ପାରିପାଶ୍ୱିକ ଅବସ୍ଥାକୁ ନେଇ ୩୦୨ରେ ମାମଲା ରୁଜୁ କରାଗଲା । ଶବ ବ୍ୟବଚ୍ଛେଦ ପାଇଁ ପଠାଯିବାପରେ କରୋନା ପାଇଁ ବ୍ୟବଚ୍ଛେଦ ତିନିଦିନ ବିଳମ୍ବ ହେଲା । ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସହ ଘଟଣା ସମ୍ପର୍କରେ ପୋଲିସ ଛାନବିନ୍ ଆରମ୍ଭ କଲା । ସେଭଳି କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ । ପୋଲିସ ଶବ ବ୍ୟଚ୍ଛେଦ ରିପୋର୍ଟ ଓ ଅଧିକ ପରୀକ୍ଷା ଭିସେରା ରିପୋର୍ଟକୁ ପ୍ରତିକ୍ଷା କରିଥିବା ସୂଚନା ଦେଇଛି । ଗାଡି ଉପରେ ପରିବାର ପ୍ରତିପୋଷଣ ନିର୍ଭର କରୁଥିବାରୁ ଅଦାଲତ ନିଦେ୍ର୍ଦଶ କ୍ରମେ ଗାଡିକୁ ପରିବାରକୁ ହସ୍ତାନ୍ତର କରାଯାଇଛି । ଡାକ୍ତରୀ ରିପୋର୍ଟ ମିଳିବାପରେ ସବୁ ରହସ୍ୟର ପର୍ଦ୍ଦାଫାଶ ହେବ ବୋଲି ପୋଲିସ ସୂଚନା ଦେଇଛି ।
