ରାଜଧାନୀର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଥାନା ହେଉଛି ଖଣ୍ଡଗିରି ଥାନା । ଏହି ଥାନା ଅଞ୍ଚଳରେ ୪ଲକ୍ଷ ଲୋକ ରୁହନ୍ତି । ଏତେ ସଂଖ୍ୟକ ଜନସଂଖା ବିଶିଷ୍ଟ ଅଞ୍ଚଳରେ ଦୁଇଟି ଥାନା ହେବାକୁ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଥିଲେ । ଏହି ଦାବିର ଆଜି ଘଟିଛି ଅନ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରତପୁର ଥାନା ପାଇଁ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି । ଖଣ୍ଡଗିରି ଥାନାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ଖଣ୍ଡଗିରି ଥାନା ସମେତ ଆଉ ଏକ ଥାନା ଭରତପୁରରେ କରିବାକୁ ସରକାର ଅନୁମୋଦନ ଦେଇଛନ୍ତି । ଖୁବଶୀଘ୍ର ଭରତପୁରରେ ଆଉ ଏକ ଥାନା ପ୍ରତିଷ୍ଠା ହେବାକୁ ଯାଉଛି । ଖଣ୍ଡଗିରିରେ ନୂଆ ନୂଆ ପ୍ରତିଷ୍ଠାନ ଗଢ଼ିଉଠିଲାଣି, ତେଣୁ ଠିକ୍ ଭାବେ ପୋଲିସ ସେବା ଲୋକମାନେ ପାଇ ପାରୁନାହାନ୍ତି । ଖୁସିର କଥା ଯେ, ଖଣ୍ଡଗିରି ଥାନାକୁ ଦୁଇଟି ଥାନାରେ ବିଭକ୍ତ କରାଯାଇଛି । ଗୋଟିଏ ଖଣ୍ଡଗିରି ଅନ୍ୟଟି ଭରତପୁର । ଏଥି ଯୋଗୁଁ ନିଶ୍ଚିତ ଜନସାଧାରଣ ପାଉଥିବା ପୋଲିସ ସେବାରେ ଉନ୍ନତି ଆସିବ ।
ଅଞ୍ଚଳରେ ସଫଳତାର ସହିତ ଅପରାଧୀ ନିୟନ୍ତ୍ରଣ ହୋଇପାରିବ । ଏଥି ପାଇଁ ପୋଲିସ କମିଶନର ଶ୍ରୀ ଷଡଙ୍ଗୀ କୃତଜ୍ଞତା ଜଣାଉଛି । ଖଣ୍ଡଗିରିରେ ଯେଉଁ ନୂଆ ଥାନା ପାଇଁ ସରକାର ମୋହର ଲଗାଇଛନ୍ତି ସେହି ଥାନାରେ ଖଣ୍ଡଗିରି ଥାନାରୁ କୋ÷ଣସି କର୍ମଚାରୀଙ୍କୁ ସେଠାକୁ ପଠାଯିବ ନାହିିଁ । ଭରତପୁରରେ ନୂଆ ଜଣେ ଇନ୍ସପେକ୍ଟର, ୯ଟି ସବ୍ଇନ୍ସପେକ୍ଟର, ୩ ଏଏସ୍ଆଇ, ୨୧ ଜଣ କନଷ୍ଟେବଳ ପଦବୀ ପୂରଣ କରାଯାଇଛି । ଏହାଛଡା ଅନ୍ୟ କେତେକ ଆଉଟପୋଷ୍ଟ ପାଇଁ ଅନୁମୋଦନ କରାଯାଇଛି । ସେହିଭଳି ବାଲିଅନ୍ତା ପାଟଣା,ବନମାଳୀପୁର ଫାଣ୍ଡି, ନୂଆପଲ୍ଲ,ଚନ୍ଦକା, ଚନ୍ଦ୍ରଶେଖରପୁର, ଲିଙ୍ଗରାଜ, ଜଟଣୀ, ବାଲିଅନ୍ତା, ଭରତପୁର ଏବଂ ମଞ୍ଚେଶ୍ୱର ଥାନାର କର୍ମଚାରୀଙ୍କୁ ବଢ଼ାଇ ଦିଆଯାଇଛି । ସେହିଭଳି କଟକ ସହରାଞ୍ଚଳର ଜଗତପୁର,ବାଦାମବାଡି, ଚୋ÷ଦ୍ୱାର, ବାରଙ୍ଗ ଥାନାର କର୍ମଚାରୀ ସଂଖ୍ୟା ବଢ଼ାଇ ଦିଆଯାଇଛି । ରାଜ୍ୟ ସରକାର ଭରତପୁରରେ ନୂଆ ଥାନା ପାଇଁ ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋନ-୩ ଏସିପି ପ୍ରାଣବନ୍ଧୁ ରାଉତ, ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ସମେତ ସବୁ କର୍ମଚାରୀ କୃତଜ୍ଞତା ଜଣାଇଛନ୍ତି ।
