Odisha news

ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳିତ

0

 ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ୨୦୨୬ ପାଳନ ଅବସରରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ୦୩.୦୬.୨୦୨୬ ରୁ ୦୯.୦୬.୨୦୨୬ ପର୍ଯ୍ୟନ୍ତ ମଣ୍ଡଳ ଅଧୀନସ୍ଥ ବିଭିନ୍ନ ଲେଭେଲ କ୍ରସିଂ ଗେଟ୍‌ଗୁଡ଼ିକରେ ଏକ ସ୍ୱତନ୍ତ୍ର ସୁରକ୍ଷା ସଚେତନତା ଅଭିଯାନ ପରିଚାଳନା କରାଯାଇଥିଲା, । ଏହି ଅଭିଯାନ LC ନଂ KP-9, KP-11, KP-14, KP-27, 202, 255, 263, 118, 119, 120, 142, 147, 289, 292, 185 ଏବଂ 219 ଠାରେ ଆୟୋଜିତ ହୋଇଥିଲା। ୦୯.୦୬.୨୦୨୬ ତାରିଖରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳନ ସହିତ ଏହି ଅଭିଯାନର ସମାପନ ହୋଇଥିଲା।

 ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ପ୍ରୟାସ, ଯାହାର ଉଦ୍ଦେଶ୍ୟ ହେଉଛି ରେଳବାଇ ଲେଭଲ୍ କ୍ରସିଂଗୁଡ଼ିକରେ ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା । ୨୦୨୬ ର ବିଷୟବସ୍ତୁ  ହେଉଛି “ଆଜି ସତର୍କ, ଆସନ୍ତାକାଲି ସୁରକ୍ଷିତ” (Alert Today, Safe Tomorrow)।

ଏହି ଅବସରରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଅଧୀନରେ ଥିବା ମଞ୍ଚେଶ୍ୱର ଏବଂ ବାରଙ୍ଗ ଷ୍ଟେସନ ମଧ୍ୟରେ ଅବସ୍ଥିତ ଲେଭେଲ କ୍ରସିଂ ଗେଟ୍ ନଂ ୧୮୫ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସାଧାରଣ ଜନତାଙ୍କୁ ରେଳବାଇ ଲେଭଲ୍ କ୍ରସିଂରେ ସୁରକ୍ଷିତ ଅଭ୍ୟାସ ବିଷୟରେ ଶିକ୍ଷା ଦେବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକଳାପ ଯେପରିକି  , ଲିଫଲେଟ ବଣ୍ଟନ, ବ୍ୟାନର ଓ ପୋଷ୍ଟର ପ୍ରଦର୍ଶନ ସହ ସୁରକ୍ଷା ବାର୍ତ୍ତା ପ୍ରଚାର ମାଧ୍ୟମରେ ସଡ଼କ ବ୍ୟବହାରକାରୀ ଏବଂ ସାଧାରଣ ଲୋକଙ୍କୁ ରେଳ ଲେଭେଲ କ୍ରସିଂରେ ସୁରକ୍ଷିତ ଆଚରଣ ସମ୍ପର୍କରେ ସଚେତନ କରାଯାଇଥିଲା।

ସ୍କାଉଟ୍ସ ଏବଂ ଗାଇଡ୍ସଙ୍କ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବାର୍ତ୍ତା ପହଞ୍ଚାଇବା ପାଇଁ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ଏହି ଅଭିନୟ ରେଳ ଧାରଣା ପାର ହେବା ସମୟରେ ଧୈର୍ଯ୍ୟ ଓ ସତର୍କତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲା ଏବଂ ଗେଟ୍ ବନ୍ଦ ଥିବା ସମୟରେ କ୍ରସିଂ ପାର ହେବା ପାଇଁ କୌଣସି ଚେଷ୍ଟା କରାଯିବା ଉଚିତ୍ ନୁହେଁ ବୋଲି ଦର୍ଶାଇଥିଲା। ଖୋର୍ଦ୍ଧା ରୋଡ୍ ବେସାମରିକ ପ୍ରତିରକ୍ଷା (ସିଭିଲ୍ ଡିଫେନ୍ସ) ସଂଗଠନର ସଦସ୍ୟମାନେ ମଧ୍ୟ ରେଳ ଧାରଣାରେ ଅନୁପ୍ରବେଶ କରିବା, ସେଲଫି ନେବା, ଭିଡିଓ ରିଲ୍ସ ତିଆରି କରିବା ଏବଂ ରେଳ ପରିସର ମଧ୍ୟରେ ଅନ୍ୟାନ୍ୟ ଅସୁରକ୍ଷିତ କାର୍ଯ୍ୟକଳାପ କରିବାର ବିପଦ ବିଷୟରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ।

ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ ସୁବୋଧ ଚୌଧୁରୀ ମୁଖ୍ୟ ସୁରକ୍ଷା ଅଧିକାରୀ , ଶ୍ରୀ ପି. କେ. ବେହେରା ଏଡିଆରଏମ (ପରିଚାଳନ) ଖୋର୍ଦ୍ଧା ରୋଡ୍, ଶ୍ରୀ ଏ. ପି. ବାରିକ ଡେପୁଟି ସିଏସଓ/ଇଲେକ୍ଟ୍ରିକାଲ ଏବଂ ଅନ୍ୟାନ୍ୟ ବ୍ରାଞ୍ଚ ଅଧିକାରୀମାନେ ଲେଭଲ୍ କ୍ରସିଂ ଏବଂ ରେଳ ପରିସର ମଧ୍ୟରେ ସୁରକ୍ଷା ନିୟମାବଳୀ ପାଳନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ଦୋହରାଇ ସେମାନେ ସମସ୍ତ ରାସ୍ତା ବ୍ୟବହାରକାରୀ ଏବଂ ପଦଚାରୀମାନଙ୍କୁ ସତର୍କ ରହିବାକୁ ଏବଂ ନିର୍ଦ୍ଧାରିତ ସୁରକ୍ଷା ପ୍ରଣାଳୀ ଅନୁସରଣ କରିବାକୁ ଅନୁରୋଧ କରିଥିଲେ।

ଏହି କାର୍ଯ୍ୟକ୍ରମଟି ଖୋର୍ଦ୍ଧା ରୋଡ୍‌ର ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଶ୍ରୀ ନମୋନାରାୟଣ ମୀନାଙ୍କ ମାର୍ଗଦର୍ଶନରେ ଆୟୋଜିତ ହୋଇଥିବା ବେଳେ ସିଭିଲ୍ ଡିଫେନ୍ସ ଇନଷ୍ଟ୍ରକ୍ଟର ଶ୍ରୀ ସୁକେନ୍ଦ୍ର ବେହେରାଙ୍କ ଦ୍ୱାରା ସଂଯୋଜିତ ହୋଇଥିଲା

IEC 2 years
Leave A Reply