Odisha news

ଟଙ୍କା ମାଗିବାରୁ ଦୁଷ୍କର୍ମ ମାମଲାରେ ଫସାଇବାକୁ ଧମକ : ଥାନାରେ ମଲ୍ ମାଲିକଙ୍କ ଏତଲା

0

ଭୁବନେଶ୍ୱର,(ନି.ପ୍ର): ଲୁଟ୍ର ନୂଆ ଫଣ୍ଡା । ସପିଂ କଲେ ପରେ ବିଲ ନ ଦେଇ ଧମକ ଦେଲେ । ଦୁଷ୍କର୍ମ ମାମଲାରେ ଫସାଇ ଦେବାକୁ କହି ଲୁଟି ନେଲେ ୫୦ ହଜାର ଟଙ୍କାର ଜିନିଷ । ମହିଳାଙ୍କ ଲୁଟ ଡ୍ରାମାର ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ରାଜଧାନୀ ତମାଣ୍ଡୋ ସ୍ଥିତ ରେନଗାଲିଆ ମଲରେ ଜଣେ ମହିଳା ଏପରି ଚୂନ ଲଗାଇଥିବା ଅଭିଯୋଗ ହୋଇଛି । ତମାଣ୍ଡୋ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି କମିସନରେଟ ପୋଲିସ ।

ସୂଚନା ମୁତାବକ ଗୁରୁବାର ସନ୍ଧ୍ୟା ୭ ଟା ସମୟରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ରେନଗାଲିଆ ମଲରେ ଥିବା ଦୁଲହନ ଶାଢୀ ଦୋକାନରେ ପହଞ୍ଚିଥିଲେ । ନିଜକୁ ଦୋକାନର ମାଲିକଙ୍କ ପାର୍ଟନର ସମ୍ପର୍କୀୟ କହି ଶାଢୀ ଡିଜାଇନ ଦେଖାଇବାକୁ କହିଥିଲେ । ଶାଢୀ ପସନ୍ଦ ହେବା ପରେ ବିଲି ପାଇଁ କୁହାଯାଇଥିଲା । ଦୋକାନ ମାଲିକଙ୍କୁ ଟଙ୍କା ଦେଇ ଦେଇଛି କହି ବିଲ କାଟିବାକୁ କହିଥିଲେ । ହେଲେ ସେଲସମ୍ୟାନ ରାଜି ନହେବାରୁ ତାକୁ ଦୁଷ୍କର୍ମ ମାମଲାରେ ଫସାଇ ଦେବେ କହି ମହିଳା ଜଣଙ୍କ ମଲ ଭିତରେ ଡ୍ରାମା କରିଥିଲେ ଏବଂ ପରେ ସେଠାରୁ ଟଙ୍କା ନଦେଇ ଶାଢୀ ନେଇ ଫେରାର ହୋଇଯାଇଥିଲେ ।

ମହିଳାଙ୍କ ଏପରି କାରନାମାକୁ ନେଇ ତମାଣ୍ଡୋ ଥାନାରେ ଦୋକାନର ମ୍ୟାନେଜର ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରୁ ଯେଉଁ ଓଡି ୦୨ ଏପି ୯୦୦୧ କାରରେ ଫେରାର ହେବା ସହ ମହିଳାଙ୍କ ଦେଇଥିବା ମୋବାଇଲ ନମ୍ବର ଦେଇ ଥାନାରେ ଅଭିଯୋଗ କରିଛନ୍ତି । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ସମ୍ପୃକ୍ତ ମହିଳା ଜଣଙ୍କ ଜଣେ ଠକ । ଯିଏ କି ପୂର୍ବରୁ ୟୁନିଟ ୮ ମାଛ ମାର୍କେଟରେ ମଧ୍ୟ ମାଛ କିଣି ପଇସା ନଦେଇ ହଙ୍ଗାମା କରି ପୋଲିସ ସ୍କାନରକୁ ଆସିଥିଲେ । ଏପରିକି ଅନେକ ସମୟରେ ନିଜକୁ ମିଡିଆ ଓ ବହୁ ଉପରିସ୍ତ ପୁଲିସ ଅଧିକାରୀଙ୍କ ସମ୍ପର୍କୀୟ ବୋଲି କହି ଠକାମି କରୁଥିବାର ନଜିର ରହିଥିବା ପୁଲିସ ଜାଣିବାକୁ ପାଇଛି ।

Nalco
Leave A Reply