Odisha news

ବିକଳ୍ପ ସମାଧାନ କେନ୍ଦ୍ରରେ ମଧ୍ୟସ୍ଥତା ଦ୍ୱାରା ମାମଲାର ସମାଧାନ

0

ଭୁବନେଶ୍ୱର- ତା-୧୧.୧୨.୨୦୨୨ : ସ୍ଥାନୀୟ ମଣ୍ଡଳ ନ୍ୟାୟାଧିକାରୀଙ୍କ ସୁପାରିଶ କ୍ରମେ ଏକ ଘରୋଇ ହିଂସା (ଡି.ଭି.)- ସି.ଏମ୍.ସି-୪୩୪ -୨୦୨୨ ମାମଲାର ବିକଳ୍ପ ସମାଧାନ କେନ୍ଦ୍ରକୁ ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ର,ଭୁବନେଶ୍ୱରରେ ଆଗତ କରାଯାଇଥିଲା । ମଧ୍ୟସ୍ଥତା କେନ୍ଦ୍ରର ତାଲିମ ପ୍ରାପ୍ତ ଦକ୍ଷ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ ଆବେଦନକାରୀ ରେବତୀ ପ୍ରଧାନ ଓରଫ ରାଉତ ଏବଂ ଅପରପକ୍ଷ ସୁଶାନ୍ତ ପ୍ରଧାନ ଏବଂ ଅନ୍ୟମାନଙ୍କୁ ବାରମ୍ବାର କାଉନସେଲିଂ କରି ଉଭୟ ପକ୍ଷକୁ ବୁଝାଇବାରେ ସମର୍ଥ ହୋଇଥିଲେ । ଉଭୟ ସ୍ୱାମୀ ଓ ସ୍ତ୍ରୀ ପୂର୍ବ ରାଗ , ରୋଷ ଭୁଲି ଏକତ୍ର ସହାବସ୍ଥାନ କରିବାକୁ ଏବଂ ପିଲାମାନଙ୍କର ଯତ୍ନ, ସେମାନଙ୍କର ଉନ୍ନତି ,ଶିକ୍ଷା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ବହନ ଦେବ। ସହ ଏକ ରାଜିନାମାରେ ସ୍ୱାକ୍ଷର କରିଥିଲେ ଏବଂ ଯଦି ଏଥିରେ ଖିଲାପ ହୁଏ, ତାହେଲେ, ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ବୋଲି ସେମାନଙ୍କୁ ଜଣାଇଦିଆଯାଇଛି । ଶେଷରେ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣଙ୍କ ସଚିବ ଶ୍ରୀମତୀ ସୌଦାମିନୀ ସିଂ ଙ୍କ ପାଖରେ ଉଭୟ ପକ୍ଷକୁ ପେଶ୍ କରାଯାଇ ସେମାନଙ୍କର ମଧ୍ୟସ୍ଥତା ଜରିଆରେ ମାମଲାର ସମାଧାନ ସଂକ୍ରାନ୍ତୀୟ ରାଜିନାମା ପଢି ଶୁଣାଇ ଦିଆଯିବା ସହ ସେମାନଙ୍କର ସ୍ୱାକ୍ଷରକୁ ଯାଂଚ କରାଯାଇ ଉକ୍ତ ରାଜିନାମାର ସର୍ତ୍ତାବଳୀର ବିଶେଷ ବିବରଣୀ ଅବଗତ କରାଯାଇଥିଲା ଏବଂ ସଚିବ ଶ୍ରୀମତି ସିଂ ଙ୍କର ସହି ମୋହର ସହ ମଧ୍ୟସ୍ଥତା ରିପୋର୍ଟ ସହ କେସ୍ ରେକର୍ଡ ପୁନଶ୍ଚ ଚୁଡାନ୍ତ ଫଇସଲା ନିମନ୍ତେ ଏସଡିଜେମ୍ କୋର୍ଟ ,ଭୁବନେଶ୍ୱରଙ୍କୁ ପ୍ରେରଣ କରାଯାଇଥିଲା ।

Nalco
Leave A Reply