ରାଜ୍ୟର ଆୟୁର୍ବେଦ ଓ ହୋମିଓପ୍ୟାଥିକ କଲେଜରେ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ସିଟ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର
ଭୁବନେଶ୍ୱର : ରାଜ୍ୟରେ ଥିବା ତିନୋଟି ସରକାରୀ ଆୟୁର୍ବେଦ କଲେଜ ଯଥା ବ୍ରହ୍ମପୁର ନିକଟରେ ଅଙ୍କୁଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ହସ୍ପିଟାଲ (୧୯୭୮),ପୁରୀ ସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟଓ ହସ୍ପିଟାଲ (୧୯୪୯),ବଲାଙ୍ଗୀର ସ୍ଥିତ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟଓ ହସ୍ପିଟାଲ(୧୯୭୫) ପ୍ରତ୍ୟେକ କଲେଜରେ ୭୫ଟି ଲେଖାଏଁ ଆୟୁର୍ବେଦ ସ୍ନାତକ ସିଟ ମୋଟ ରାଜ୍ୟରେ୨୨୫ ଟି ସ୍ନାତକ ଆୟୁର୍ବେଦ ଶିକ୍ଷା ସିଟ ରହିଛି। ସେହିଭଳି ଚାରୋଟି ସରକାରୀ ହୋମିଓପ୍ୟାଥିକ କଲେଜ ଯଥା ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲ (୧୯୬୯),ରାଉଲକେଲା ସ୍ଥିତ ଉତ୍କଳମଣି ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲ (୧୯୭୫),ସମ୍ବଲପୁର ସ୍ଥିତ ଓଡିଶା ମେଡିକାଲ କଲେଜ ଅଫ ହୋମିଓପ୍ୟାଥିଆଣ୍ଡ ରିସର୍ଚ୍ଚ(୧୯୭୮) ପ୍ରତ୍ୟେକ କଲେଜରେ ୩୧ଟି ଲେଖାଏଁ ସ୍ନାତକଏବଂ ଭୁବନେଶ୍ୱର ଡ଼ା. ଅଭିର୍ଣ୍ଣ ଚନ୍ଦ୍ର ହୋମିଓପ୍ୟାଥିକ ମେଡ଼ିକାଲ କଲେଜ ହସ୍ପିଟାଲ(୧୯୬୯)ରେ ୬୩ଟି ଏପରି ରାଜ୍ୟରେ ମୋଟ ୧୫୬ଟି ସ୍ନାତକ ହୋମିଓପ୍ୟାଥିକ ଶିକ୍ଷା ସିଟ ରହିଛି।
