ବିହାର ଇଲେକ୍ସନ ସାରି ଯାଇଛି , ପରିଣାମ ମଧ୍ୟ ଆସି ଯାଇଛି, କିଏ ଜିତିଲା କିଏ ହାରିଲା ତାହା ତ ସମସ୍ତେ ଜାଣିଛନ୍ତି ହେଲେ RJD ନେତା ଲାଲୁ ପ୍ରସାଦ ଯାଦବ ଙ୍କ ପରିବାର ହୋଇଯାଇଛି ଦୁଇଫାଳ  l
କିଛି ଏଭଳି ଖବର କୁ ନେଇ ସରଗରମ ହୋଇଛି ବିହାର ରାଜନୀତି, ବିହାର ରାଜନୀତି ରେ ଲାଲୁ ଯାଦବ ଙ୍କ ପରିବାର କେବଳ ଗୋଟିଏ ରାଜନୈତିକ ପରିବାର ନୁହେଁ, ଏହା ବର୍ତମାନ ଗୋଟିଏ ଅଖାଡା ସ୍ଥଳୀ ହୋଇଯାଇଛି, ଏଠାରେ ବର୍ତମାନ ସମ୍ପର୍କ ର ରଶି ଢିଲା ହୋଇଯାଇଛି, ଏବଂ ଦଳକୁ ମଧ୍ୟ ଦୁର୍ବଳ କରିଦେଇଛି l
ଯେଉଁ ଝିଅ ରୋହିଣୀ ଦିନେ କିଡ୍ନୀ ଦେଇ ବଞ୍ଚାଇ ଥିଲେ ବାପାଙ୍କ ଜୀବନ, ଆଜି ସେ ଘରୁ ହୋଇଛନ୍ତି ବିତାଡିତ l ଦିନେ ନିଜ ବାପା ଲାଲୁ ଙ୍କ ପାଇଁ କିଡ୍ନୀ ଦେଇ ଜୀବନ ବଞ୍ଚାଇଥିବା ରୋହିଣୀ ଚର୍ଚାକୁ ଆସିଥିଲେ, କିନ୍ତୁ ବର୍ତମାନ ବିହାର ଇଲେକ୍ସନ କୁ ନେଇ ରୋହିଣୀ ଙ୍କ ର ଚର୍ଚା ଜୋର ଧରିଛି l
୧୯୯୦ ଦଶକ ର କାହାଣୀ , ଲାଲୁ ଯାଦବ ପ୍ରଥମ ଥର ପାଇଁ ହୋଇଥିଲେ ବିହାର ମୁଖ୍ୟମନ୍ତ୍ରୀ, ତାଙ୍କ ସହିତ ତାଙ୍କର ୨ ଶଳା ସାଧୁ ଯାଦବ ଓ ସୁଭାଷ ଯାଦବ ଭଳି ସମ୍ପର୍କୀୟ ଙ୍କ ଏଣ୍ଟ୍ରି ହୋଇଥିଲା ରାଜନୀତିରେ l
ଲାଲୁ ଯାଦବ ଙ୍କ ପତ୍ନୀ ରାବିଡି ଦେବୀ ୧୯୯୭ ରେ ମୁଖ୍ୟମନ୍ତ୍ରୀ ହେଲେ, ସେତେବେଳେ ଲୋକେ କହିଲେ ଯେ ପରିବାର ରେ ରାଜନୀତି ଇନ -ହାଉସ ହୋଇଯାଇଛି l ସାଧୁ ଯାଦବ ରାବିଡି ଦେବୀଙ୍କ ଭାଇ ଆରଜେଡି ସାଂସଦ ଭାବରେ ବଛା ହେଲେ, କିନ୍ତୁ ୨୦୦୫ ରେ ଯେତେବେଳେ ବିହାର ରାଜନୀତି ରୁ ଲାଲୁ ପରିବାର ହାତରୁ ଖସିଲା ସାଧୁ ଯାଦବ ଲାଲୁ ପରିବାର ବିରୁଦ୍ଧରେ ଗପିବା ଆରମ୍ଭ କରିଦେଲେ l  ସାଧୁ ଯାଦବ କହିଲେ RJD କୁ ଲାଲୁ ପରିବାର ନିଜ ଦୋକାନ କରି ଦେଇଛନ୍ତି l  ୨୦୦୯ ରେ ସାଧୁ ଧରିଲେ କଂଗ୍ରେସ ହାତ l ସେତେବେଳେ ଏହା ବିହାର ରାଜନୀତି ରେ ପ୍ରଥମ ପାରିବାରିକ କଳହ ଥିଲା l
କିନ୍ତୁ ଲାଲୁ ଙ୍କ ସାନ ଶଳା ଦଳରେ  ସକ୍ରିୟା ରହି ନିଜକୁ ସର୍ବେ ସର୍ବା ଭାବିଲେ l ଧୀରେ ଧୀରେ ସୁଭାଷ ରାଜନୀତି ରୁ ଦୂରେଇ ଗଲେ l
ଲାଲୁ ଯାଦବ ଙ୍କ ଜେଲ ଯାତ୍ରା ପରେ ଦଳର ଡୋର ଆସିଥିଲା ପର ପିଢିଙ୍କ ହାତରେ , ଏବଂ ଏହା ସେହି ସମୟ ଥିଲା ଯେଉଁ ସମୟରେ ଦଳର ଉତରାଧିକାରୀ ଭାବରେ ତେଜସ୍ବୀ ଙ୍କ ନାମ ଘୋଷଣା କରାଯାଇଥିଲା , ବଡପୁଅ ତେଜ ପ୍ରତାପ ଙ୍କୁ କେହି ଗୁରୁତ୍ୱ ଦେଉ ନଥିଲେ l
ଧୀରେ ଧୀରେ ତେଜ ପ୍ରତାପ ଓ ତେଜସ୍ବୀ ଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲା ଓ ତେଜ ପ୍ରତାପ ଗୋଟିଏ ଅଲଗା ଦଳ ଗଢି ନିଜ କୁ ଅଲଗା କରି ନେଇଥିଲେ ପରିବାର ଠାରୁ l
ଚଳିତ ଥର ବିହାର ମତଦାନ ରେ RJD ର ପରାଜୟ ପରେ  ଲାଲୁ ପରିବାର ୩ ଫାଳ ହୋଇଛି , ଗୋଟିଏ ହେଲା ତେଜସ୍ବୀ ଦଳ , ଆଉ ଗୋଟିଏ ତେଜ ପ୍ରତାପ ଦଳ ଅନ୍ୟଟି ହେଲା ରୋହିଣୀ ଙ୍କ ଦଳ l
ଅସନ୍ତୋଷ ର ସ୍ଥିତି ଲାଲୁ ପରିବାର ରେ ଏଭଳି ହୋଇଥିଲା ଯେ ଭାଇ ଭଉଣୀ କୁ ଚୁଟି ଘୋଷାଡ଼ି ମାରିବାକୁ ପଛାଇ ନଥିଲା l ବର୍ତମାନ ରୋହିଣୀ ଙ୍କ ର ଟୁଇଟ ଲଗାତାର ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି l ଯେଉଁଥିରେ ସେ କହିଛନ୍ତି ଯେ ବାପାଙ୍କୁ କିଡ଼ନୀ ଦେଇ ସେ ପଶ୍ଚାତାପ କରୁଛନ୍ତି l ଏମିତି କୌଣସି ଝିଅ କରନ୍ତୁ ନାହିଁ l ରୋହିଣୀ ଲାଲୁ ପରିବାର କୁ ଛାଡିବା ପରେ ଲାଲୁ ଙ୍କ ଆଉ ୩ ଝିଅ ମଧ୍ୟ ବାପ ଘରକୁ ବାଏ ବାଏ କହିଛନ୍ତି l