Odisha news

ବିଶ୍ୱ ପରିବେଶ ଦିବସ ଅବସରରେ ନିଆରା ପ୍ରକଳ୍ପର ଉନ୍ମୋଚନ

0

ଭୁବନେଶ୍ୱର,(ନି.ପ୍ର): ବିଶ୍ୱ ପରିବେଶ ଦିବସ ୨୦୨୨ ଅବସରରେ ହମର ବଚପନ୍ ଟ୍ରଷ୍ଟ୍ ତରଫରୁ ଏକ ନିଆରା ପ୍ରକଳ୍ପ ରଜ୍ଞକ୍ଟ୍ରକ୍ଟଙ୍ଗରକ୍ସସଦ୍ଭଶ ଙ୍ଗକ୍ଟଜ୍ଞରଦ୍ଭ ବଦ୍ଭୟ ବୟକ୍ଟକ୍ଷରଗ୍ଦମରଦ୍ଭଗ୍ଧଗ୍ଦ ଶସକ୍ସକ୍ଷଗ୍ଦ ବଗ୍ଦ ରମକ୍ଟ ମଷବଦ୍ଭଶରଜ୍ଞବଳରକ୍ସଗ୍ଦର ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନିଦେ୍ର୍ଦଶକ ଏବଂ ବିଶେଷ ସଚିବ ସୁଶାନ୍ତ କୁମାର ନନ୍ଦ (ଆଇଏଫଏସ) ଏବଂ ଜେନେରାଲ ମ୍ୟାନେଜର ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଦିପ୍ତି ରାଣୀ ସାହୁ, ଭୁବନେଶ୍ୱର ଶିଳ୍ପ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷା ଜିତମିତ୍ର ଶତପଥୀ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ପ୍ରକଳ୍ପର ଉନ୍ମୋଚନ କରିଥିଲେ ।
ଜଳ ବାୟୁ ପରିବର୍ତନ ଏବଂ ପରିବେଶ ସମସ୍ୟା ବିଶ୍ୱ ସ୍ତରରେ ଏକ ପ୍ରମୁଖ ସମସ୍ୟା ରୂପେ ଦେଖା ଦେଇଛି । ଏହା ସମାଜର ସବୁ ବର୍ଗର ଲୋକଙ୍କୁ ପ୍ରଭିତ କରି ଥାଏ କିନ୍ତୁ ଗରିବ, ଦୁର୍ବଳ ଶ୍ରେଣୀର ଲୋକେ, ମହିଳା ଓ କିଶୋରୀ ବାଳିକା ମାନେ ଏଥିରେ ମାତ୍ରାଧିକ ପ୍ରଭାବିତ ହୋଇଥାଆନ୍ତି । ମହିଳା ଓ କିଶୋରୀ ମାନେ ଏକ ପକ୍ଷରେ ପରିବେଶ ସମସ୍ୟା ଯୋଗୁ ଅଧିକ ପ୍ରଭାବିତ ହେଉଥିବା ବେଳେ ଅପରପକ୍ଷରେ ସେମାନଙ୍କର ଅନ୍ତର୍ନିହିତ କ୍ଷମତା ଓ ବିପର୍ଯ୍ୟୟର ମୁକାବିଲା ସହ ଖାପ ଖୁଆଇ ଚାଲିବାର ଶୈଳୀ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ସେମାନଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦେବାରେ ସକ୍ଷମ । ମହିଳା ଓ ବାଳିକା ମାଙ୍କର ଏହି ସ୍ୱତନ୍ତ୍ର କ୍ଷମତାକୁ ସମ୍ମାନ ଦେଇ ହମାର ବଚପନ ଏହି ବିଶ୍ୱ ସ୍ତରୀୟ ସମସ୍ୟାର ସମାଧାନ ଦିଗରେ ଏହି ପଦକ୍ଷେପ ଗ୍ରହଣ କରିଛି । ରଜ୍ଞକ୍ଟ୍ରକ୍ଟଙ୍ଗରକ୍ସସଦ୍ଭଶ ଙ୍ଗକ୍ଟଜ୍ଞରଦ୍ଭ ବଦ୍ଭୟ ବୟକ୍ଟକ୍ଷରଗ୍ଦମରଦ୍ଭଗ୍ଧଗ୍ଦ ଶସକ୍ସକ୍ଷଗ୍ଦ ବଗ୍ଦ ରମକ୍ଟ ମଷବଦ୍ଭଶରଜ୍ଞବଳରକ୍ସଗ୍ଦ ପ୍ରକଳ୍ପ ମହିଳା ଓ କିଶୋରୀ ବାଳିକା ସଶକ୍ତି କରଣ ପ୍ରକିୟାରେ ଏକ ଆବଶ୍ୟକତା ପୂର୍ଣ୍ଣ ଅଧ୍ୟାୟ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ୩ଟି ଜିଲା ଯଥା ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ରେ ଆସନର ୨ ବର୍ଷ ମଧ୍ୟରେ ହମର ବଚପାନ ୨୦ ହଜାରରୁ ଊଦ୍ଧ୍ୱର୍ ମହିଳା ଓ କିଶୋରୀ ରମକ୍ଟ ମଷବଦ୍ଭଶରଜ୍ଞବଳରକ୍ସଗ୍ଦ ପ୍ରସ୍ତୁତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି । ଯେଉଁମାନେ ଜଳ, ବାୟୁ, ମୂର୍ତ୍ତିର୍କା, ପ୍ରଦୂଷଣ ରୋକିବା ଦିଗରେ ବିଭିନ୍ନ ଗଠନ ମୂଳକ ପଦକ୍ଷେପ ଗ୍ରହଣ କରିବେ । ଏହା ସହ ଜୀବନଚର୍ଯ୍ୟରେ ବ୍ୟବହାରିକ ପରିବର୍ତ୍ତନ ଆଣି ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ରୋକିବାରେ ସଚେତନତା ମୂଳକ କାର୍ଯ୍ୟକ୍ରମ ହାତକୁ ନେବେ । ଏହି ଅବସରରେ ହମର ବାଚପନର ପ୍ରତିଷ୍ଠାତ୍ରୀ ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ ଜଳବାୟୁ ପରିବର୍ତ୍ତନର ସ୍ଥାଇ ସମାଧାନ ଦିଗରେ ମହିଳା ଏବଂ ଝିଅ ମାନଙ୍କର ଭୂମିକା ସେମାନଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦେବାରେ ସକ୍ଷମ ହେବ ବୋଲି ଆଶାପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୀ, ସୁନ୍ଦରଗଡ଼, ଖୋର୍ଦ୍ଧା ଜିଲ୍ଲାରୁ ୨୦୦ରୁ ଅଧିକ ମହିଳା ଓ ବାଳିକା ଅଂଶଗ୍ରହଣ କରିଥିଲେ ।

Nalco
Leave A Reply