Odisha news

ନିଦ୍ରା ହୀନତା ଓ କେଶ ଝଡ଼ିବା ମଧ୍ୟରେ କଣ ରହିଛି କନେକ୍ସନ ? ରିସର୍ଚ୍ଚ

0
ଆଜିକାଲି ଲୋକେ ନିଜର ଜୀବନଶୈଳୀ, ମାନସିକ ଚାପ ଓ ସୋସିଆଲ ମିଡ଼ିଆ କାରଣରୁ ନିଦ୍ରା ହୀନତାର ଶିକାର ହେଉଛନ୍ତି, କେବେ ଅଧିକ ରାତି ପର୍ଯ୍ୟନ୍ତ ଫୋନ ଦେଖିବା ତ ଆଉ କେତେବେଳେ ମାନସିକ ଚାପ ନିଦ କୁ ପ୍ରଭାବିତ କରୁଛି l ଆମେମାନେ ଭାବିଥାଉ ନିଦ ପୁରା ନହେଲେ ମୁଣ୍ଡ ଥକା ଲାଗିଥାଏ ଓ ଭାରି ଲାଗିଥାଏ , କିନ୍ତୁ କଣ ଆପଣ ଜାଣିଛନ୍ତି କି ନିଦ୍ରା ହୀନତା କେଶ ଝଡିବାର ମଧ୍ୟ କାରଣ ହୋଇପାରେ ?

ନିଦ କେବଳ ଶରୀରକୁ ନୁହେଁ , ଆପଣଙ୍କ ବାଳ କୁ ମଧ୍ୟ ରୀପେୟାର କରି ହେଲଦି ରଖିଥାଏ, ଆଜି ଆସନ୍ତୁ ଜାଣିବା ନିଦ୍ରା ହୀନତା କାରଣରୁ କିପରି ବାଳ ଝଡିଥାଏ l

* କେଶ ଝାଡିବାର ସମସ୍ୟା ହୋଇପାରେ ନିଦ୍ରା ହୀନତାର କାରଣ :

ଆମ ବାଳ ଆମ ଶରୀରର ଅଂଶ ଅଟେ, ଯାହାକୁ ପୋଷଣ ଓ ଅରାମର ଆବଶ୍ୟକତା ରହିଥାଏ, ଯେତେବେଳେ ଆମେ ରାତିରେ ଗଭୀର ନିଦ୍ରାରେ ଶୋଇଥାଉ ସେତେବେଳେ ଆମ ଶରୀର ରିପେୟାର ମୋଡ଼ କୁ ଚାଲିଯାଏ, ଏବଂ ଶରୀରର ବିଭିନ୍ନ ଅଙ୍ଗ ର ରିପେୟାର ହୋଇଥାଏ, ସେଥି ମଧ୍ୟରୁ ଗୋଟିଏ ହେଲା ବାଳ, ଯଦି ଆପଣ ରାତିରେ ଠିକ ଭାବରେ ଶୋଇବେ ତେବେ କେଶ କୁ ଭରପୁର ପୋଷଣ ମିଳିଥାଏ ଏବଂ କେଶ ମଜବୁତ ହୋଇଥାଏ l  ଯଦି ନିଦ ଅଧୁରା ରହିଥାଏ ତେବେ କେଶ ଦୁର୍ବଳ ହୋଇ ଝାଡ଼ିବା ଆରମ୍ଭ କରେ l

* ନିଦ୍ରା ହୀନତା ଦ୍ୱାରା ହେଉଥିବା ଶାରୀରିକ ସମସ୍ୟା –
– ନିଦ୍ରା ହୀନତା ଦ୍ୱାରା ଆମ ଶରୀରରେ କାର୍ଟି ସୋଲ ନାମକ ଷ୍ଟ୍ରେସ ହର୍ମୋନ ବୃଦ୍ଧି ପାଇଥାଏ, ଏହି ହର୍ମୋନ ଶରୀର କୁ ଷ୍ଟ୍ରେସ ଦେଇଥାଏ, ଏବଂ ଯେତେବେଳେ ମାନସିକ ଚାପ ବୃଦ୍ଧି ହୁଏ ଏହାର ପ୍ରଭାବ ବାଳ ଉପରେ ପଡେ l

– ଯଦି କାର୍ଟି ସୋଲ ର ମାତ୍ର ଅଧିକ ବୃଦ୍ଧି ହୁଏ ତେବେ ଶରୀରରେ ବ୍ଲଡ଼ ଶେର୍କୁଲେସନ ଠିକ ଭାବରେ ହୋଇପାରେ ନାହିଁ, ଏବଂ କେଶ ଉପରେ ଏହାର ପ୍ରଭାବ ପଡି କେଶ ଝଡ଼େ l

– ଏହି ଷ୍ଟ୍ରେସ ହର୍ମୋନ କେବଳ କେଶ ନୁହେଁ ମାନସିକ ଚାପ  ବୃଦ୍ଧିର ମଧ୍ୟ କାରଣ ଅଟେ l ଯାହାକି ଉଚ୍ଚ ରକ୍ତଚାପ ରେ ଗ୍ରାସିତ କରେ ଏବଂ ହାର୍ଟ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ l

– କେଶ ଝଡ଼ିବା ସମସ୍ୟାକୁ ଦୂର କରିବା ପାଇଁ ଦିନକୁ ୭ରୁ୮ ଘଣ୍ଟା ଶୋଇବା ଜରୁରୀ l

– ଶୋଇବା ର ଏକଘଣ୍ଟା ପୂର୍ବରୁ ଫୋନ କୁ ଅଫ କରି ନିଵାହଟି ରଖି ଦିଅନ୍ତୁ l

– ଅଧିକ ସୋସିଆଲ ମିଡିଆରେ ବ୍ୟସ୍ତ ରୁହନ୍ତୁ ନାହିଁ  l ଷ୍ଟ୍ରେସ କମ କରିବା ପାଇଁ ଧ୍ୟାନ, ଯୋଗାସନ କରନ୍ତୁ l

– ରାତିରେ ସନ୍ତୁଳିତ ଭୋଜନ ସହିତ କମ ଖାଦ୍ୟ ଖାଆନ୍ତୁ l  ପ୍ରତିଦିନ ଅଳ୍ପ ସମୟ ଫ୍ରେସ ଏୟାର ରେ ବସନ୍ତୁ l

Leave A Reply