Odisha news

ଜମି ଦେବା ନାଁରେ ୨୧ଲକ୍ଷ ଠକେଇ: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,(ନି.ପ୍ର): ରାଜଧାନୀ ଉପକଣ୍ଠରେ ଜମି ଦେବାକୁ ଲୋଭନୀୟ ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କଠାରୁ ୨୧ଲକ୍ଷ ଠକେଇ କରି ଚମ୍ପଟ ମାରିଥିବା ଜଣେ ଅଭିଯୁକ୍ତକୁ ଗିରଫ କରିିଛି ନୂଆପଲ୍ଳୀ ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ନୂଆପଲ୍ଳୀ ଥାନା ୟୁନିଟ୍- କ୍ୱାର୍ଟର ନମ୍ବର ୨ଆରଏ/୭/୩ କୁମାର କିଶୋର ମହାନ୍ତି(୫୩) । ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ଶ୍ରୀ ମହାନ୍ତିଙ୍କୁ ଝାରପଡା ଜେଲ ହାଜତକୁ ପଠାଇ ଦିଆଯାଇଛି । ୫ ବର୍ଷ ଧରି ଜମି ଦେବା ନାଁରେ ଠକେଇ କରି ମହିଳାଙ୍କୁ ଲୁଚକାଳି ଖେଳୁଥିଲା ଅଭିଯୁକ୍ତ କୁମାର କିଶୋର । ସହିଦନଗର ପ୍ଳଟ ନମ୍ବର ୭୦୨ରେ ରହୁଥିବା ଅରବିନ୍ଦ ସୂତାରଙ୍କ ପତ୍ନୀ ମୀନାକ୍ଷୀ ରାଣି ମହାପାତ୍ର(୪୦) ରୁହନ୍ତି । ୨୦୧୭ ମସିହା ଜୁନ୍ ମାସରେ ମୀନାକ୍ଷୀ କୁମାର କିଶୋରଙ୍କୁ କେସୁରା ଅଞ୍ଚଳରେ ଜମି କିଣିବା ପାଇଁ ୧୧ ଲକ୍ଷ ପରବର୍ତ୍ତି ସମୟରେ ୨୦୧୮ନଭେମ୍ବର ମାସରେ ୨୦ଲକ୍ଷ ଦେଇଥିଲେ । ଜମିର ମୂଲ୍ୟ ୩୫ଲକ୍ଷ ଟଙ୍କା ଥିବାରୁ ଅବଶିଷ୍ଟ ୧୪ଲକ୍ଷ ଟଙ୍କା ଜମି ରେଜେଷ୍ଟି୍ର ସରିଯିବା ପରେ ଦେବାକୁ ମୀନାକ୍ଷୀ କହିଥିଲେ । ହେଲେ କୁମାର କିଶୋର ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲେ । ଦୀର୍ଘ ୫ ବର୍ଷ ଧରି ଲୁଚକାଳି ଖେଳିବା ସହ ଫୋନ ଉଠାଇନଥିଲେ । ଶେଷରେ ମୀନାକ୍ଷୀ ନୂଆପଲ୍ଳୀ ଥାନାର ଦ୍ୱାରସ୍ଥ ହେବା ପରେ ପୋଲିସ ଠକେଇ ଭଳି ମାମଲା ରୁଜୁ କରି କୁମାର କିଶୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.