Odisha news

ପୂଜା ସପିଙ୍ଗକୁ ଆନନ୍ଦମୟ କରିବାକୁ ଟ୍ରେଣ୍ଡସ ପକ୍ଷରୁ ‘ଟ୍ରେଣ୍ଡସ ଦୁର୍ଗା ପୂଜା ସ୍ପେଶାଲ’ ଅଭିଯାନ ଶୁଭାରମ୍ଭ

- ୩,୪୯୯ ଟଙ୍କାର କ୍ରୟ ସହିତ ଆକର୍ଷଣୀୟ ଉପହାର ପାଇବା ସୁଯୋଗ

0

ଭୁବନେଶ୍ୱର: ଦୁର୍ଗାପୂଜା ଉତ୍ସବକୁ ସର୍ବଶ୍ରେଷ୍ଠ ଫ୍ୟାଶନ, ଉତ୍ସବ ଓ ଆନନ୍ଦ ସହିତ ପାଳନ କରିବା ପାଇଁ ଭାରତର ସର୍ବବୃହତ ଏବଂ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ ର ପୋଷାକ ଏବଂ ଆସେସୋରିଜ୍ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡସ ପକ୍ଷରୁ ‘ଦୁର୍ଗା ପୂଜା ସ୍ପେଶାଲ’ ଉତ୍ସବ ଅଭିଯାନ ଶୁଭାରମ୍ଭ ଘୋଷଣା କରାଯାଇଛି।

ଏହି ଉତ୍ସବ ଅଭିଯାନର ଅଂଶ ଭାବରେ, ୩,୪୯୯ ଟଙ୍କା ଏବଂ ତଦୁର୍ଦ୍ଧ୍ୱ ମୂଲ୍ୟର କ୍ରୟ ସହିତ ଗ୍ରାହକମାନେ ଆକର୍ଷଣୀୟ ଉପହାର ପାଇପାରିବେ, ଯାହା ଉତ୍ସବର ସପିଙ୍ଗକୁ ଅଧିକ ଲାଭଦାୟକ ଏବଂ ସ୍ମରଣୀୟ କରିବ। ‘ପୂଜା ସପିଙ୍ଗ, ଏବେ ଅଧିକ ଲାଭଦାୟକ’ ଶୀର୍ଷକ ରହିଥିବା ଏହି ଅଭିଯାନ ଜରିଆରେ ଟ୍ରେଣ୍ଡସ ଏହାର ଗ୍ରାହକମାନଙ୍କ ଉତ୍ସବ ଖୁସିକୁ ବହୁଗୁଣିତ କରିବାକୁ ଲକ୍ଷ୍ୟ ରଖିଛି।

ଟ୍ରେଣ୍ଡସ ଷ୍ଟୋରଗୁଡ଼ିକ ଭାରତରେ ଫ୍ୟାଶନକୁ ସହଜଲବ୍ଧ କରିବା ସହିତ ମେଟ୍ରୋ, ମିନି ମେଟ୍ରୋ, ଟାୟାର ୧, ୨ ସହର ଏବଂ ଅନ୍ୟାନ୍ୟ ସ୍ଥାନରେ ଏହାର ଉପସ୍ଥିତିକୁ ସୁଦୃଢ଼ କରିବାରେ ବେଶ ଆଗରେ ରହିଛି ଏବଂ ଭାରତର ସବୁଠାରୁ ପ୍ରିୟ ଫ୍ୟାଶନ ଗନ୍ତବ୍ୟସ୍ଥଳ ଭାବରେ ଉଭା ହୋଇଛି।

ଟ୍ରେଣ୍ଡସ ଷ୍ଟୋରଗୁଡ଼ିକ ଆଧୁନିକ ପରିବେଶ ସହିତ ଏକ ଅଭିନବ ସପିଂ ଅନୁଭୂତି ଏବଂ ପ୍ରତ୍ୟେକ ଅଞ୍ଚଳର ପସନ୍ଦ ଅନୁଯାୟୀ ପ୍ରସ୍ତୁତ ଉଚ୍ଚମାନର ଫ୍ୟାଶନ୍ ସାମଗ୍ରୀର ଏକ ବ୍ୟାପକ ସମ୍ଭାର ସୁଲଭ ମୂଲ୍ୟରେ ପ୍ରଦାନ କରିଥାଏ। ଗ୍ରାହକମାନେ ଦୁର୍ଗା ପୂଜା ଅବସରରେ ଟ୍ରେଣ୍ଡସରେ ମହିଳାଙ୍କ ପୋଷାକ, ପୁରୁଷଙ୍କ ପୋଷାକ, ପିଲାମାନଙ୍କ ପୋଷାକ ଏବଂ ଫ୍ୟାଶନ୍ ଆସେସୋରିଜ୍ ଇତ୍ୟାଦିର ଏକ ଆନନ୍ଦଦାୟକ ଉତ୍ସବ ସପିଂ ଅନୁଭୂତି ନେଇପାରିବେ।

Nalco
Leave A Reply