Odisha news

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ପଂଜୀକରଣ ସମୟସୀମା ବୃଦ୍ଧି : ଅଗଷ୍ଟ ୫ ତାରିଖ ଯାଏଁ ଚାଷୀମାନଙ୍କୁ ବୀମାଭୁକ୍ତ କରାଯିବ

0

ଭୁବନେଶ୍ୱର, ୦୨ ଅଗଷ୍ଟ, ୨୦୨୦ : ଚଳିତ ଖରିଫ୍‍ରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀମାନଙ୍କୁ ବୀମାଭୁକ୍ତ କରିବା ପାଇଁ ସମୟସୀମା ଅଗଷ୍ଟ ୫ ତାରିଖ ଯାଏଁ ବୃଦ୍ଧି କରାଯାଇଛିା ଯେଉଁ ଚାଷୀମାନେ ବୀମାଭୁକ୍ତ ହୋଇ ପାରି ନାହାନ୍ତି ସେମାନେ ସେମାନଙ୍କ ଫସଲ ନିମନ୍ତେ ୫ ଅଗଷ୍ଟ, ୨୦୨୦ ଯାଏ ବୀମା କରିପାରିବୋ ଏହି ମର୍ମରେ ଆଜି କେନ୍ଦ୍ର ସରକାରଙ୍କ, କୃଷି ସମବାୟ ଏବଂ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ଅବଗତ କରାଯାଇଛିା ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଜୁଲାଇ ୩୧ ତାରିଖ ଶେଷ ତାରିଖ ଥିବାବେଳେ କୋଭିଡ୍‍-୧୯ ସ୍ଥିତି ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ଅନେକ ଚାଷୀ ବୀମାଭୁକ୍ତ ହୋଇ ନ ପାରୁଥିବାରୁ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏ ଦିଗରେ ଭାରତ ସରକାରଙ୍କ ପକ୍ଷରୁ ବୀମାର ସମୟସୀମା ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବା ନିମନ୍ତେ ଅନୁରୋଧ କରିଥିଲୋ

ଏଥି ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହିତ ଏ ସଂପର୍କରେ ଆଲୋଚନା କରି ସମୟସୀମା ବୃଦ୍ଧି ନିମନ୍ତେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲୋ ତଦନୁଯାୟୀ ଗତ ଜୁଲାଇ ୩୦ ତାରିଖରେ ମୁଖ୍ୟ ଶାସନ ସଚିବ ଏବଂ ଜୁଲାଇ ୩୧ ତାରିଖରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ କେନ୍ଦ୍ର ସରକାରଙ୍କୁ ସମୟସୀମା ବୃଦ୍ଧି କରିବା ନିମନ୍ତେ ଅନୁରୋଧ କରି ପତ୍ର ଲେଖିଥିଲୋ

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ବୀମାଭୁକ୍ତ ହେବାର ସମୟସୀମା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛିା ସଂପୃକ୍ତ ବୀମା କମ୍ପାନୀଗୁଡ଼ିକ ଚାଷୀମାନଙ୍କଠାରୁ ଦରଖାସ୍ତ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛିା ଅଗଷ୍ଟ ୨ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବୀମା କମ୍ପାନୀମାନେ ସମସ୍ତ ଦରଖାସ୍ତ ଗ୍ରହଣପୂର୍ବକ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୋ
ଏହି ସମୟସୀମା ବୃଦ୍ଧି ହେବା ଦ୍ୱାରା ରାଜ୍ୟର ଚାଷୀମାନେ ବହୁଳ ଭାବରେ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶାପ୍ରକାଶ କରିବା ସହ ଯେଉଁ ଚାଷୀମାନେ ବୀମା କରାଇ ପାରିନାହାନ୍ତି ସେମାନେ ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଛନ୍ତିା

ଫସଲବୀମା ସମୟସୀମା ବୃଦ୍ଧି ପାଇବା ପରେ ଆଜି ପୂର୍ବାହ୍ନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ, ସମବାୟ ବିଭାଗର ଶାସନ ସଚିବ, କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ନିବନ୍ଧକ ସମବାୟ ସମିତି ସମୂହ, ଡି.ଆର୍‍.ସି.ଏସ୍‍, ଏ.ଆର୍‍.ସି.ଏସ୍‍, କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସିଇଓ ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନଙ୍କ ସହିତ ଭର୍ଚୁଆଲ୍‍ ବୈଠକ ଅନୁଷ୍ଠିତ ହୋଇ ଏକ ସ୍ୱତନ୍ତ୍ର ଅଭିଯାନ ଜରିଆରେ ରାଜ୍ୟରେ ବୀମାଭୁକ୍ତ ହୋଇନଥିବା ଚାଷୀମାନଙ୍କୁ ବର୍ଦ୍ଧିତ ସମୟସୀମା ମଧ୍ୟରେ ବୀମାଭୁକ୍ତ କରିବା ଦିଗରେ ଆବଶ୍ୟକୀୟ କାର୍ଯ୍ୟ ଗ୍ରହଣ କରିବା ଦିଗରେ ଆଲୋଚନା ହୋଇଥିଲାା

IEC 2 years
Leave A Reply