Odisha news

ପୂର୍ବ ତଟ ରେଳପଥ ପକ୍ଷରୁ ଉର୍ଜ୍ଜା ସଂରକ୍ଷଣ ସପ୍ତାହ ପାଳିତ : ସମ୍ପୂର୍ଣ୍ଣ ଶୂନ୍ୟ କାର୍ବନ ବିକିରଣ ଦିଗରେ ପୂର୍ବ ତଟ ରେଳପଥ

0

ଭୁବନେଶ୍ୱର, ୧୪/୧୨ : ପୂର୍ବ ତଟ ରେଳପଥ ପକ୍ଷରୁ ୮ ଡ଼ିସେମ୍ବର ରୁ ୧୪ ଡ଼ିସେମ୍ବର ୨୦୨୦ ମଧ୍ୟରେ ଉର୍ଜ୍ଜା ସଂରକ୍ଷଣ ସପ୍ତାହ ପାଳନ କରାଯାଇଥିଲା । ସମସ୍ତ ତିନୋଟି ମଣ୍ଡଳରେ ଉର୍ଜ୍ଜା ସଂରକ୍ଷଣ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ କର୍ମଚାରୀ ଓ ଅଧିକାରୀ ମାନେ ପ୍ଲା କାର୍ଡ଼ ଧରି ଏବଂ ସ୍ଲୋଗାନ୍ ଦେଇ କଲୋନୀ ଚାରିପଟେ ମାର୍ଚ୍ଚ ପାଷ୍ଟ କରିଥିଲେ । ପୂର୍ବ ତଟ ରେଳପଥ ର ପ୍ରିନ୍ସିପାଲ୍ ଚିଫ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର ବାସୁଦେବ ପଣ୍ଡାଙ୍କ ତତ୍ତ୍ୱାବଧାନରେ ୧୪ ଡ଼ିସେମ୍ବର ଦିନ ଉର୍ଜ୍ଜା ସଂରକ୍ଷଣ ଦିବସ ସମାରୋହ ଉଦେ୍ଦଶ୍ୟରେ ଏକ ୱେବିନାର୍ର ପରିଚାଳନା କରାଯାଇଥିଲା । ହେଡ଼୍କ୍ୱାର୍ଟର ଏବଂ ମଣ୍ଡଳ ଗୁଡ଼ିକରେ କର୍ମଚାରୀ ଓ ଅଧିକାରୀମାନଙ୍କ ମଧ୍ୟରେ ସଚେତନତା ନିମନ୍ତେ ବୁକ୍ଲେଟ୍ ମାନ ବଣ୍ଟନ କରାଯାଇଥିଲା ।

ପୂର୍ବ ତଟ ରେଳପଥ, ଏହାର ଥିବା ୨୭୦୮ ରୁଟ୍ କିଲୋ ମିଟର ମଧ୍ୟରୁ ୯୬.୬ % ଟ୍ରାକ୍ର ବିଦୁ୍ୟତୀକରଣ କରିସାରିଛି ଏବଂ ବାକିଥିବା ୧୦୫ ରୁଟ୍ କିଲୋ ମିଟରକୁ ୨୦୨୦-୨୧ ସୁଦ୍ଧା ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହାଦ୍ୱାରା ମାର୍ଚ୍ଚ ୨୦୨୧ ସୁଦ୍ଧା ପୂର୍ବ ତଟ ରେଳପଥ ସମ୍ପୂର୍ଣ୍ଣ ରୂପେ ବିଦୁ୍ୟତୀକରଣ ହୋଇଥିବା ରେଲ୍ୱେ ଜୋନ୍ ରୂପେ ପରିଗଣିତ ହେବ । ଏହା ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଙ୍କ ନେତୃତ୍ୱ ଦ୍ୱାରା ଅନବରତ ରୂପେ ବିଦୁ୍ୟତୀକରଣକୁ ଗୁରୁତ୍ୱ ଦେବା ଦ୍ୱାରା ସମ୍ଭବ ହୋଇପାରିଛି ।

ବିଗତ ୫ ବର୍ଷ ମଧ୍ୟରେ ପୂର୍ବ ତଟ ରେଳପଥରେ ୧୧୪୦ ରୁଟ୍ କିଲୋ ମିଟର ବିଦୁ୍ୟତୀକରଣ ହେବାଦ୍ୱାରା ୭୧.୭୫% ପଣ୍ୟ ଓ ୮୦.୮୦ % ଯାତ୍ରୀଙ୍କ ଯାତାୟାତ ଇଲେକ୍ଟ୍ରିକ୍ ଟ୍ରାକ୍ସନ ମାଧ୍ୟମରେ ହୋଇପାରୁଛି । ଏହାଦ୍ୱାରା ଡ଼ିଜେଲ୍ ଅଏଲ୍ ର ଖର୍ଚ୍ଚ କୁ ହ୍ରାସ କରାଯାଇ ପାରିଛି ତଥା ପ୍ରତ୍ୟକ୍ଷ ବିକିରଣ ସହିତ ହଲେଜ୍ ଖର୍ଚ୍ଚ ମଧ୍ୟ ହ୍ରାସ କରାଯାଇ ପାରିଛି । ବଳକା ଥିବା ସେକ୍ସନ ଓ ଟର୍ମିନାଲ୍ ଗୁଡ଼ିକ ବିଦୁ୍ୟତୀକରଣ ହେବା ମାତ୍ରେ ସମଗ୍ର ଯାତାୟାତ ଇଲେକ୍ଟ୍ରିକ୍ ଟ୍ରାକ୍ସନ ମାଧ୍ୟମରେ ପରିଚାଳନା କରାଯିବ ।

ରେଳ ପରିସର ମଧ୍ୟରେ ସୋଲାର ଫଟୋଭୋଲ୍ଟାଇଜ୍ ପ୍ଲାଣ୍ଟ୍ ର ବ୍ୟବସ୍ଥା ଦ୍ୱାରା ଫୋସିଲ୍ ଇନ୍ଧନ ଭିତ୍ତିକ ଇଲେକ୍ଟ୍ରିସିଟି ଉପରେ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ହାନିକାରକ ଗ୍ୟାସ୍ ବିକିରଣ ହ୍ରାସ ପାଇବ ।

ଏହିପରିଭାବେ, କାର୍ବନ ବିକିରଣକୁ ହ୍ରାସ କରି ପୂର୍ବ ତଟ ରେଳପଥ ଦୀର୍ଘ ମିଆଦି ଏନର୍ଜି ସିକୁ୍ୟରିଟି ଓ ଇକୋଲୋଜିକାଲ୍ ସିକୁ୍ୟରିଟି ନିମନ୍ତେ ସୌର ଶକ୍ତି ଉପରେ ଗୁରୁତ୍ୱ ଦେଉଛି । ପୂର୍ବ ତଟ ରେଳପଥ ୨୦% ଉର୍ଜ୍ଜା ସଂରକ୍ଷଣ ନିମନ୍ତେ ଏହାର ବିଭିନ୍ନ ବିଲ୍ଡିଂ , କର୍ମଶାଳା, ଚିକିସôାଳୟ, ରେଳ ଷ୍ଟେସନ ଗୁଡ଼ିକର ଛାତ ଉପରେ ସମୁଦାୟ ୧୩.୫ ଗଡକ୍ଟ୍ର କ୍ଷମତାର ସୋଲାର ପ୍ଲାଣ୍ଟ୍ ବସାଇବା ନିମନ୍ତେ ଯୋଜନା କରିଛି, ଯାହାର କାର୍ଯ୍ୟ ଏବେ ଆଗେଇ ଚାଲିଛି । ଆହୁରି ମଧ୍ୟ ଟ୍ରାକ୍ସନ ଲୋଡ଼କୁ ଆବଶ୍ୟକ ହେଉଥିବା ସର୍ବାଧିକ ପରିମାଣର ବିଦୁ୍ୟତ୍ ଶକ୍ତି ଯୋଗାଇବା ନିମନ୍ତେ ପୂର୍ବ ତଟ ରେଳପଥ ୪୭୬ ଏକର ଜମିକୁ ଚିହ୍ନଟ କରିଛି ଯେଉଁଠାରେ ଅକ୍ଷୟ ଶକ୍ତି ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ୮୬.୫ ଗଡକ୍ଟ୍ର କ୍ଷମତାର “ଜମି ଭିତ୍ତିକ ସୋଲାର୍ ପିଭି ଇନ୍ଷ୍ଟାଲେସନ୍ସ” ମାନ ସ୍ଥାପନା କରାଯିବ ।

ଏହି ସୋଲାର ପ୍ଲାଣ୍ଟ୍ ଗୁଡ଼ିକ କାର୍ଯ୍ୟକ୍ଷମ ହେବା ମାତ୍ରେ ପୂର୍ବ ତଟ ରେଳପଥ ନିକଟରେ ୧୦୦ ଗଡକ୍ଟ୍ର କ୍ଷମତାର ଇନ୍ଷ୍ଟାଲ୍ଡ଼ ସୋଲାର ପାୱାର ରହିବ, ଯାହାଦ୍ୱାରା ବାର୍ଷିକ ୯୬ ହଜାର ଟନ୍ର କାର୍ବନ ବିକିରଣ ହ୍ରାସ ପାଇବ ।

୨୦୧୬ ରୁ ପୂର୍ବ ତଟ ରେଳପଥ ଏହାର ଅଫିସ୍ ବିଲ୍ଡିଂ, ରେଳ ଷ୍ଟେସନ, କର୍ମଶାଳା, ସେଡ଼୍, ରେସିଡ଼େନ୍ସିଆଲ୍ କଲୋନୀ ଅଞ୍ଚଳ ଇତ୍ୟାଦିରେ ଲାଗିଥିବା ଫ୍ଲୋରୋସେଣ୍ଟ୍ ଭିତ୍ତିକ ଲାଇଟ୍ ଗୁଡ଼ିକୁ ପରିବର୍ତ୍ତନ କରି ଉର୍ଜ୍ଜା ଦକ୍ଷ ଏଲ୍ଇଡ଼ି ଲାଇଟ୍ ଲଗାଇବା ନିମନ୍ତେ ପଦକ୍ଷେପ ନେଇଛି । ଏଲ୍ଇଡ଼ି ଲାଇଟ୍ର ବ୍ୟବସ୍ଥା ଦ୍ୱାରା ସମୁଦାୟ ୨.୪ ମେଗାୱାଟ୍ ବିଦୁ୍ୟତ୍ ଖର୍ଚ୍ଚ ହ୍ରାସ ପାଇଥିଲା । ଏଲ୍ଇଡ଼ି ଲାଇଟ୍ର ବ୍ୟବସ୍ଥା ଦ୍ୱାରା ବାର୍ଷିକ ୧୦.୪ ମିଲିୟନ୍ ୟୁନିଟ୍ ଖର୍ଚ୍ଚ ହ୍ରାସ ପାଇଥିଲା ଏବଂ ବାର୍ଷିକ ୮୫୦୦ ଟନ୍ର ଅଙ୍ଗାରକାମ୍ଳ ବିକିରଣ ହ୍ରାସ ପାଇଥିଲା ।

୨୦୧୯-୨୦ ରେ ରେଳ କୋଚ୍ ମାନଙ୍କରେ ଆଲୋକ ବ୍ୟବସ୍ଥା, ବାୟୁ ଚଳାଚଳ ସୁବିଧା ଓ ସହାୟତା ପ୍ରଦାନ ଭଳି ଯାତ୍ରୀ ସୁବିଧାର ଆବଶ୍ୟକତା ପୂରଣ ନିମନ୍ତେ ବିଦୁ୍ୟତଶକ୍ତି ଉତ୍ପାଦନରେ ବ୍ୟବହାର କରାଯାଉଥିବା ଡ଼ିଜେଲ୍ ଇନ୍ଧନର ବିକଳ୍ପ ନିମନ୍ତେ ୪୮ ଯୋଡ଼ା ଟ୍ରେନ୍ କୁ ହେଡ଼୍ ଅନ୍ ଜେନେରେସନ୍ ସିଷ୍ଟମ୍ରେ ପରିବର୍ତ୍ତନ କରାଯାଇଥିଲା । ରେକ୍ଗୁଡ଼ିକର ଏଚ୍ଓଜି କନ୍ଭର୍ସନ୍ ଦ୍ୱାରା ପ୍ରାୟ ୭୮୦୦ କିଲୋ ଲିଟର ଡ଼ିଜେଲ ଇନ୍ଧନ ଖର୍ଚ୍ଚ ହ୍ରାସ କରାଯାଇପାରିଛି, ଯାହାର ଆକଳିତ ମୂଲ୍ୟ ୪୮ କୋଟି ଟଙ୍କା ।

ଏହା ବ୍ୟତୀତ ପୂର୍ବ ତଟ ରେଳପଥ, ନଷ୍ଟ ହେବାର ପରିମାଣ ହ୍ରାସ କରି, ଷ୍ଟାର୍ ରେଟେଡ଼୍ ଉପକରଣ ବିନିଯୋଗ କରିବାର ପ୍ରୋସôାହନ ଦେଇ ଏବଂ ପର୍ଯ୍ୟାୟକ୍ରମେ ଉର୍ଜ୍ଜା ଅଡ଼ିଟ୍ କରିବା ସହିତ ସଂରକ୍ଷଣ ନିମନ୍ତେ ସୁଯୋଗ ଥିବା କ୍ଷେତ୍ରକୁ ଚିହ୍ନଟ କରି ଉର୍ଜ୍ଜାର ଖର୍ଚ୍ଚକୁ ହ୍ରାସ କରିବା ପାଇଁ ଅନେକ ଗୁଡ଼ିଏ ଉର୍ଜ୍ଜା ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଛି ।

ବୁ୍ୟରୋ ଅଫ୍ ଏନର୍ଜି ଏଫିସିଏନ୍ସି (ଈଋଋ ) ର ଚଇଞ (ପ୍ରଦର୍ଶନ, ହାସଲ, ବାଣିଜ୍ୟ) ଯୋଜନା ର ଅଂଶ ସ୍ୱରୂପ ନିକଟ ଅତୀତରେ ଈଈଋ ଆକ୍ରିଡ଼ାଇଟେଡ଼୍ ଏନର୍ଜି ଅଡ଼ିଟରଙ୍କ ଦ୍ୱାରା କରାଯାଇଥିବା ଏନର୍ଜି ଅଡ଼ିଟ୍ର ଫଳାଫଳ ଅନୁଯାୟୀ ପୂର୍ବ ତଟ ରେଳପଥ ସମୁଦାୟ ୧୬୮୭୧ ଏନର୍ଜି ଏକ୍ସଚେଞ୍ଜ୍ ଆୟ କରି ରେଳପଥ ର ରାଜସ୍ୱ ବୃଦ୍ଧି କରିଛି ।

Leave A Reply