Odisha news

୨୦୨୪-୨୦୨୫ ଆର୍ଥିକ ବର୍ଷରେ ସରକାରୀ ରାଜକୋଷରେ ୨.୧୦ ଲକ୍ଷ କୋଟି ଟଙ୍କା ଜମା କରିଛି ରିଲାଏନ୍ସ

0

– ରିଲାଏନ୍ସ ଛଅ ବର୍ଷରେ ଜାତୀୟ ରାଜକୋଷରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଜମା କରିଛି

– ଗତ ୧୦ ବର୍ଷରେ ସେୟାରହୋଲ୍ଡରଙ୍କ ନିବେଶ ଟଙ୍କା  ଗୁଣ ବୃଦ୍ଧି ପାଇଛି

ମୁମ୍ବାଇ, ଅଗଷ୍ଟ ୦୭, ୨୦୨୫: ଦେଶର ପ୍ରମୁଖ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨୦୨୪-୨୫ ଆର୍ଥିକ ବର୍ଷରେ ବିଭିନ୍ନ ଟିକସ, ଲେଭି, ସ୍ପେକ୍ଟ୍ରମ୍ ଚାର୍ଜ ଏବଂ ଅନ୍ୟାନ୍ୟ ସାମଗ୍ରୀ ବାବଦରେ ସରକାରୀ ରାଜକୋଷରେ ୨,୧୦,୨୬୯ କୋଟି ଟଙ୍କା ଯୋଗଦାନ କରିଛି। ଏହା ପୂର୍ବ ଆର୍ଥିକ ବର୍ଷର ୧,୮୬,୪୪୦ କୋଟି ଟଙ୍କା ଅପେକ୍ଷା ୧୨.୮ ପ୍ରତିଶତ ଅଧିକ ରହିଛି। ଏହା ପ୍ରଥମ ଥର ଯେ ଜାତୀୟ ରାଜକୋଷରେ ରିଲାଏନ୍ସର ଅବଦାନ ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏହା ସହିତ, ୨୦୨୦ ଆର୍ଥିକ ବର୍ଷରୁ ୨୦୨୫ ଆର୍ଥିକ ବର୍ଷ ଯାଏଁ ଅର୍ଥାତ୍ ଗତ ଛଅ ବର୍ଷ ମଧ୍ୟରେ ରିଲାଏନ୍ସ ଜାତୀୟ ରାଜକୋଷରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଜମା କରିଛି। ସୂଚନାଯୋଗ୍ୟ ଯେ ରିଲାଏନ୍ସ ହେଉଛି ଦେଶର ଜାତୀୟ ରାଜକୋଷରେ ସର୍ବାଧିକ ଅବଦାନ ଦେଉଥିବା କମ୍ପାନୀ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ରିପୋର୍ଟରେ, କମ୍ପାନୀ ପକ୍ଷରୁ ଗତ ୧୦ ବର୍ଷର ହିସାବ ମଧ୍ୟ ପ୍ରକାଶ କରାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀ ଗତ ୧୦ ବର୍ଷ ମଧ୍ୟରେ ଏହାର ସେୟାରହୋଲ୍ଡରମାନଙ୍କୁ ସେମାନଙ୍କ ନିବେଶର ୫ ଗୁଣ ମୂଲ୍ୟ ଦେଇଛି। କମ୍ପାନୀର ବଜାର ପୁଞ୍ଜି ଗତ ୧୦ ବର୍ଷରେ ୫ ଗୁଣରୁ ଅଧିକ ବୃଦ୍ଧି ପାଇ ୨୦୨୪-୨୫ ଆର୍ଥିକ ବର୍ଷରେ ୧୭,୨୫,୩୭୮ କୋଟି ଟଙ୍କା ହୋଇଛି ଯାହା ୧୦ ବର୍ଷ ପୂର୍ବରୁ ୩୩୮,୭୦୩ କୋଟି ଟଙ୍କା ଥିଲା। କମ୍ପାନୀର ସମନ୍ୱିତ ରାଜସ୍ୱରେ ମଧ୍ୟ ୩.୬୫ ଗୁଣ ବୃଦ୍ଧି ଦେଖାଯାଇଛି। ବାର୍ଷିକ ଶୁଦ୍ଧ ଲାଭ ୨୦୧୫-୧୬ ଆର୍ଥିକ ବର୍ଷରେ ୨୯,୮୬୧ କୋଟି ଟଙ୍କାରୁ ୨.୭୨ ଗୁଣ ବୃଦ୍ଧି ପାଇ ୨୦୨୪-୨୫ରେ ୮୧,୩୦୯ କୋଟି ଟଙ୍କା ହୋଇଛି।

Nalco
Leave A Reply