Odisha news

ଗବେଷଣାରୁ ଖୁଲାସା : ପୁରୁଷ ମାନେ ସପ୍ତାହ କୁ ୩୦୦ ଗ୍ରାମ ଚିକେନ ରୁ ଅଧିକ ଖାଇବା ଉଚିତ ନୁହେଁ

0

ଚିକେନ ଦୁନିଆର ସବୁଠୁ ଅଧିକ ଭୋଜନ କରାଯାଉଥିବା ଆମିଷ ଖାଦ୍ୟ ଅଟେ, ଯାହାକି ଲୋକଙ୍କ ପାଇଁ ସ୍ୱାଦିଷ୍ଟ ହୋଇଥାଏ, ରେଡ ମିଟ ତୁଳନାରେ ଏହା ଅଧିକ ହେଲଦି ବୋଲି କୁହାଯାଇଥାଏ l ଏଥିରେ ଭିଟାମିନ B 12 ଓ କୋଲୀନ ଭଳି ପୋଷାକ ତତ୍ୱ ମଧ୍ୟ ରହିଥାଏ ଯାହାକି ବ୍ରେନ କୁ ମଜବୁତ କରିଥାଏ, କିନ୍ତୁ ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ସେହି ଲୋକ ମାନଙ୍କର ଚିନ୍ତା ବଢ଼ାଇଛି ଯିଏକି ଚିକେନ ନିୟମିତ ଭାବରେ ଖାଇବାକୁ ପସନ୍ଦ କରିଥାଆନ୍ତି, ଗବେଷଣା ଅନୁସାରେ ଯଦି କୌଣସି ବ୍ୟକ୍ତି ସପ୍ତାହ ରେ ୩୦୦ ଗ୍ରାମ ରୁ ଅଧିକ ଚିକେନ ସେବନ କରିଥାଏ, ତେବେ ତାର ଶରୀରରେ କ୍ୟାନ୍ସର ର ଭୁତାଣୁ ବୃଦ୍ଧି ହୋଇଥାଏ l

ଷ୍ଟଡି ରେ କଣ ମିଳିଥିଲା –
ନିୟୁଟ୍ରିଏଣ୍ଟସ ନାମକ ଜର୍ଣ୍ଣାଲ ରେ ପ୍ରକାଶିତ ଗୋଟିଏ ଖବର ଅନୁସାରେ ୪ ହଜାର ରୁ ଉର୍ଧ୍ଵ ଲୋକଙ୍କୁ ସାମିଲ କରାଯାଇଥିଲା, ଏବଂ ତାହାକୁ ୧୯ ବର୍ଷ ପର୍ଯ୍ୟନ୍ତ ମନିଟର କରାଯାଇଥିଲା, ଏବଂ ଏଥିରେ ଜଣାପଡି ଥିଲା ଯେ ଯେଉଁମାନେ ୩୦୦ ଗ୍ରାମ ରୁ ଅଧିକ ଚିକେନ ସେବନ କରିଥିଲେ ସେମାନଙ୍କ ନିକଟରେ ୨୭ ପ୍ରତିଶତ ମୃତ୍ୟୁର ବିପଦ ବଢି ଯାଇଥିଲା l

ଚିକେନ ରୁ କ୍ୟାନ୍ସର ର ବିପଦ –
ଷ୍ଟଡି ରେ ମିଳିଥିଲା ଚିକେନ ଖାଉଥିବା ପୁରୁଷ ମାନଙ୍କ ନିକଟରେ ଗ୍ୟାସ୍ଟ୍ରୋ ଇଣ୍ଟେନ ଷ୍ଟାଇନ କ୍ୟାନ୍ସର ଦ୍ୱାରା ମୃତ୍ୟୁ ବରଣ  କରିବାର ବିପଦ ଦୁଇଗୁଣ ବଢି ଯାଇଥାଏ, ଗବେଷକଙ୍କ ମତରେ ମୃତ ବ୍ୟକ୍ତିଙ୍କ ନିକଟରେ ଚିକେନ ଦ୍ୱାରା ବ୍ୟାପୁ ଥିବା କ୍ୟାନ୍ସର ସେଲ ଅଧିକ ମିଳିଥାଏ l

କେତେ ମାତ୍ରାରେ ଖାଇବେ ଚିକେନ –
ଆମେରିକା ର ଗୋଟିଏ ଅଧ୍ୟୟନ ଅନୁସାରେ ଜଣେ ବ୍ୟକ୍ତି ସପ୍ତାହ କୁ ଥରେ ମାତ୍ର ୧୦୦ ଗ୍ରାମ ବଏଲର ଚିକେନ ଖାଇବା ଜରୁରୀ, ଯାହାକି ତାର ସ୍ୱାସ୍ଥ୍ୟ ପାଇଁ ହିତକର l ଏହାଛଡା  ପ୍ରୋସେସଡ଼ ଚିକେନ ନଗେଟସ , ସସେଜେସ ଭଳି ଖାଦ୍ୟ ପଦାର୍ଥ ସାମିଲ ରହିଛି l  ପ୍ରୋସେସଡ଼ ଚିକେନ ମଧ୍ୟ ଶରୀର ପକ୍ଷରେ ଖୁବ କ୍ଷତୁକାରକ ଅଟେ l

Leave A Reply