Odisha news

ବଢୁଥିବା ତାପମାତ୍ରା ଭୟଙ୍କର ଫାଙ୍ଗସ ରେ କରିପାରେ ସଂକ୍ରମିତ ଏବଂ ଆଣିପାରେ ଜୀବନ ପ୍ରତି ବିପଦ

0

ଜଳବାୟୁ ପରିବର୍ତ୍ତନ ବର୍ତମାନ ଗୋଟିଏ ବଡ଼ ବିପଦ ଭାବରେ ଜୀବଜଗତ ଉପରେ ଦେଖା ଯାଉଛି, ଏହି ଅଦୃଶ୍ୟ ବିପଦ ମଣିଷ ସମାଜ ଆଡକୁ ଧୀରେ ଧୀରେ ପାଦ ବଢ଼ାଉଛି , ଏବଂ ବୈଜ୍ଞାନିକ ମାନେ ଚେତାବନୀ ଦେଇଛନ୍ତି ଯେ ଏହା ଗୋଟିଏ ବିପଦ ପୁର୍ଣ ଫାଙ୍ଗସ କୁ ସୃଷ୍ଟି କରିବ ଏବଂ ମଣିଷ ସମାଜ ଧ୍ବଂସ ହୋଇଯିବ l

ବଢୁଥିବା ତାପମାତ୍ରା ଓ ଆର୍ଦ୍ରତା ଏହି ଫାଙ୍ଗସ ବଢିବାର ନୂତନ ରାସ୍ତା ଅଟେ, ବୈଜ୍ଞାନିକ ମାନେ ଚେତାଇ ଦେଇଛନ୍ତି ଯେ ଏହି ଫଙ୍ଗସ ଆଗାମୀ ଦିନରେ ବିଶ୍ୱର ଜନସଂଖ୍ୟା ହ୍ରାସ କରିବାରେ ସହାୟକ ହେବ l ଏସ୍ସରଗିଲସ ଫିୟୁମିଗେଟ୍ସ ନାମକ ଫାଙ୍ଗସ ଦ୍ରୁତ ଗତିରେ ଏସିଆ ଓ ଆମେରିକା ରେ ବ୍ୟାପିବାକୁ ଯାଉଛି l  ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଜଳବାୟୁ ପରିବର୍ତ୍ତନ ଏହି ଫାଙ୍ଗସ ର ଜନ୍ମଦାତା ବୋଲି ଅଧ୍ୟୟନ ରେ କୁହାଯାଇଛି l ଏହି ଭାଇରସ ଦ୍ୱାରା ଫୁସଫୁସ ସଂକ୍ରମିତ ହୋଇ ମୃତ୍ୟୁ ର କାରଣ ହେବ l

* ଏହି ଫାଙ୍ଗସ ଦ୍ୱାରା ସେହି ଲୋକମାନେ ପ୍ରଭାବିତ ହେବେ ଯେଉଁନ୍ମାନେ ପୂର୍ବରୁ ଆସ୍ଥମା, ସିସ୍ଟିକ ଫାଇବ୍ରୋଶିଶ କିମ୍ବା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ବ୍ୟକ୍ତି ଙ୍କୁ ବ୍ୟାପି ପାରେ l ଏସ୍ସରଗିଲସ ଫିୟୁମିଗେଟ୍ସ ଭାଇରସ ଗରମ ଓ ନମନୀୟ ବାତାବରଣ ସୃଷ୍ଟି ହୋଇଥାଏ ଏବଂ ପ୍ରଶ୍ୱାସ ଦ୍ୱାରା ଶରୀର କୁ ପ୍ରବେଶ କରିଥାଏ l ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ବ୍ୟକ୍ତିଙ୍କ ପାଇଁ ଏହା ଘାତକ ହୋଇଥାଏ l

* ବୈଜ୍ଞାନିକ ମାନେ ଚେତାବନୀ ଦେଇଛନ୍ତି ଯେ ଆସନ୍ତା ୫୦ ବର୍ଷରେ ଏହି ଫାଙ୍ଗସ ମାନବ ସମାଜ କୁ ନିଜ କବଜା ରେ କରିନେବ l ଏବଂ ଏହି ଭାଇରସ ବିଶେଷ ଭାବରେ ପ୍ରତିକୂଳ ଜଳବାୟୁ ରେ ଜୀବିତ ହୋଇ ରହିବେ l

* କିପରି ରହିବେ ସୁରକ୍ଷିତ –
– କମ୍ପୋଷ୍ଟ, କନଷ୍ଟ୍ରକ୍ସନ ସାଇଡ ଓ ଆର୍ଦ୍ରତା ଅଂଚଳ ରୁ ଦୁରେଇ ରୁହନ୍ତୁ
– ମାଟି, ଧୂଳି, ଫାଂର୍ମିଙ୍ଗ କାମରେ ମାସ୍କ ପିନ୍ଧନ୍ତୁ
– ଘରକୁ ଶୁଖିଲା ଓ ଭେଣ୍ଟିଲେସନ ଯୁକ୍ତ ରଖନ୍ତୁ
– ଯଦି ଫୁସଫୁସ ସମ୍ବନ୍ଧିତ ରୋଗରେ ପୀଡିତ ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l

Leave A Reply