Odisha news

ଗାଧୋଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ହୋଇପାରେ ହୃଦଘାତ ସମସ୍ୟା

0

ହୃଦଘାତ ସେତେବେଳେ ହୋଇଥାଏ, ଯେତେବେଳେ ହାର୍ଟ ର ମାଂସପେଶୀକୁ ପର୍ଯ୍ୟାପ୍ତ ରକ୍ତ ମିଳିନଥାଏ l ଏହି ସମସ୍ୟା ହୃଦୟର କରୋନାରୀ ଧମନୀରେ ଅଚାନକ ସଂକୁଚିତ ହେବା ଓ ରକ୍ତ ସଂଚାଳନ ଖୁବ ଧୀର ଭାବରେ ହେବା କାରଣରୁ ହୋଇଥାଏ l ଏହାଦ୍ୱାରା ଆପଣଙ୍କ ହୃତ୍ପିଣ୍ଡ କୁ ଅକ୍ସିଜେନ ଠିକ ଭାବରେ ମିଳି ପାରି ନଥାଏ l

ବିଭିନ୍ନ କାରଣ ହୋଇଥାଏ ହୃଦଘାତ ସମସ୍ୟାର କାରଣ l ଯେପରିକି ଆପଣଙ୍କ ବୟସ, ପାରିବାରିକ ଇତିହାସ, ରକ୍ତଚାପ କୋଲେଷ୍ଟ୍ରଲ ର ସ୍ତର ବୃଦ୍ଧି ଇତ୍ୟାଦି l ଏହି ସ୍ୱାସ୍ଥ୍ୟ କାରକ ବ୍ୟତୀତ, କିଛି ଖରାପ ଜୀବନଶୈଳୀ ମଧ୍ୟ ଆପଣଙ୍କ ହୃଦଘାତ ର କାରଣ ହୋଇଥାଏ l

ସେହିପରି ଗୋଟିଏ କାରଣ ହେଉଛି ଥଣ୍ଡା ପାଣିରେ ସାୱାର ରେ ଗାଧୋଇବା l ଏହାଛଡା ଅନେକଥର ଗାଧୋଇବା ଦ୍ୱାରା ମଧ୍ୟ ତ୍ୱଚା ର ମାଇକ୍ରୋବାୟୋମ , ତ୍ୱଚା ଉପରେ ରହୁଥିବା ଗୋଟିଏ ଲାଭକାରୀ ବ୍ୟାକ୍ଟେରିଆ ମଧ୍ୟ ପ୍ରଭାବିତ ହୋଇଥାଏ l

– ଥଣ୍ଡା ପାଣି ଦ୍ୱାରା ହୋଇପାରେ ହୃତପିଣ୍ଡ ରେ ସମସ୍ୟା –
କିଛି ବିଶେଷଜ୍ଞ ଙ୍କ ମତ ଅନୁସାରେ ଅଚାନକ ଭାବରେ ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ହୃଦ ରୋଗୀମାନଙ୍କ ପାଇଁ ହୋଇପାରେ ଅସୁବିଧାର କାରଣ l ଥଣ୍ଡା ପାଣି ଶରୀର ର ରକ୍ତ ଧମନୀ ଗୁଡିକୁ ପ୍ରଭାବିତ କରିଥାଏ l ଏହା ଫଳରେ ଆପଣଙ୍କ ହାର୍ଟ ବିଟ ଦ୍ରୁତ ଗତିରେ ଆରମ୍ଭ ହୋଇଥାଏ l

– ଥଣ୍ଡା ପାଣିରେ କିପରି ହୋଇଥାଏ ହୃଦଘାତ –
ଯେ କୌଣସି ଫିଟ ଯୁବକ ହୋଇଥାଉ ପଛକେ ତାର ମଧ୍ୟ ଥଣ୍ଡା ପାଣିରେ ହୃଦଘାତ ହୋଇପାରେ l ଗବେଷଣାରୁ ବିଶେଷ ଭାବରେ ଜଣା ପଡିଛି ଯେ ଥଣ୍ଡାପାଣି ରେ ଗାଧୋଇବା ର ପ୍ରଭାବ ବିଶେଷ ଭାବରେ ଆମେ ମାନେ ଗ୍ରୀଷ୍ମ ଋତୁରେ ଗରମ ପ୍ରଭାବରୁ ରକ୍ଷା ପାଇବା ପାଇଁ ଥଣ୍ଡାପାଣି ରେ ଗାଧୋଇ ପଡିଥାଉ l ଯାହାକି ଆମପାଇଁ ବିପଦପୂର୍ଣ୍ଣ ହୋଇଥାଏ l ଜର୍ଣ୍ଣାଲ ଅଫ ଫିଜିଓଲୋଜି ରେ ପ୍ରକାଶିତ ଗୋଟିଏ ସୂଚନା ଅନୁସାରେ ହଠାତ ଭାବରେ ଥଣ୍ଡାପାଣି ରେ ଗାଧୋଇବା ଶରୀର ପାଇଁ କ୍ଷତିକାରକ l

– ହାର୍ଟ ଆଟାକ ର ଲକ୍ଷଣ – ଅଧିକାଂଶ ହୃଦଘାତ ବାମ ପାର୍ଶ୍ଵର ଛତିରେ ଯନ୍ତ୍ରଣା ଦ୍ୱାରା ହୋଇଥାଏ l ଏହାଛଡା ନିଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦ୍ୱାରା ମଧ୍ୟ ହୋଇଥାଏ l ନଚେତ ଆପଣଙ୍କୁ  ଦୁର୍ବଳ ଲାଗିବା କିମ୍ବା ପିଠି ଯନ୍ତ୍ରଣା, ହାତ କିମ୍ବା କାନ୍ଧରେ ଯନ୍ତ୍ରଣା ଓ ବାନ୍ତି ମଧ୍ୟ ଏହାର ଗୋଟିଏ ଲେଖାଏଁ ଲକ୍ଷଣ ଅଟେ l

Leave A Reply