Odisha news

କାହିଁକି ନିର୍ବସ୍ତ୍ର ହୋଇ ସ୍ନାନ କରିବାକୁ ମନକରାଯାଏ , କଣ ରହିଛି ଶାସ୍ତ୍ରରେ ଏହାର ମାନ୍ୟତା

0
ହିନ୍ଦୁ ଧର୍ମରେ ପ୍ରତ୍ୟେକ କାର୍ଯ୍ୟକୁ ନେଇ କିଛିନା କିଛି ନିୟମ ରହିଛି l ଏହି ନିୟମ ମାନଙ୍କ ମଧ୍ୟରୁ ଗୋଟିଏ ନିୟମ ହେଲା ସ୍ନାନ କୁ ନେଇ ରହିଛି l ଏମିତିରେ କୁହାଯାଇ ଥାଏ ଯେ ଜଣେ ସାଧାରଣ ବ୍ୟକ୍ତି ଶାସ୍ତ୍ରର ନିୟମ ନିହାତି ମାନିବା ଆବଶ୍ୟକ, ଯାହାଦ୍ୱାରା ଘରର ସୁଖସମୃଦ୍ଧି ବାସ କରିଥାଏ l ବିଶେଷ ଭାବରେ ଆମ ହିନ୍ଦୁ ଶାସ୍ତ୍ରରେ ଏମିତି ଅନେକ କଥା ଲେଖା ଯାଇଛି ଯାହାକୁ ଆମେ ଅନେକ ବର୍ଷରୁ ପାଳନ କରି ଆସୁଛୁ , କିନ୍ତୁ ଏହା ପଛରେ କଣ ରହିଛ କାରଣ ଆମେ ତାହା ଜାଣି ନାହୁଁ l ସେହି ନିୟମ ମାନଙ୍କ ମଧ୍ୟରୁ ଗୋଟିଏ ହେଲା ନିର୍ବସ୍ତ୍ର ହୋଇ ସ୍ନାନ କରିବା l ଆପଣ ସାଧାରଣ ଭାବରେ ଘରେ ଗୁରୁଜନ ମାନଙ୍କର କହିବା ଶୁଣିଥିବେ ଯେ ନିର୍ବସ୍ତ୍ର ହୋଇ ଗାଧୋଇବା ଉଚିତ ନୁହେଁ l ଆସନ୍ତୁ ଜାଣିବା କଣ ରହିଛି ଏହା ପଛର କାରଣ l
ଶାସ୍ତ୍ରରେ ନିର୍ବସ୍ତ୍ର ହୋଇ ସ୍ନାନ କରିବାକୁ କାହିଁକି ମନା କରାଯାଇ ଥାଏ –
ଯଦି ଆମେ ପୌରାଣିକ ସମୟର କଥା କହିବା ତେବେ ଶ୍ରୀକୃଷ୍ଣ ଙ୍କ ସମୟରୁ ନିର୍ବସ୍ତ୍ର ହୋଇ ସ୍ନାନ କରିବା କୁ ଯୋଡ଼ା ଯାଇଛି l ଏକଦା ଗୋପୀ ମାନେ ସ୍ନାନ କରିବା ସମୟରେ ଶ୍ରୀକୃଷ୍ନ ତାଙ୍କ ବସ୍ତ୍ର ଲୁଚାଇ ଦେଇଥିଲେ, ଏହାପରେ ଗୋପୀମାନେ ପ୍ରାର୍ଥନା କରିବାରୁ ତାଙ୍କ ବସ୍ତ୍ର ଶ୍ରୀକୃଷ୍ନ ଫେରାଇ ଥିଲେ ଓ ତାଙ୍କୁ ବୁଝାଇଥିଲେ ଯେ କାହିଁକି ଗାଧୋଇବା ସମୟରେ ନିର୍ବସ୍ତ୍ର ହୋଇ ଗାଧୋଇବା ଉଚିତ ନୁହେଁ l ଏହାଦ୍ୱାରା ଜଳ ଦେବତା ବରୁଣ ଦେବଙ୍କ ଅସମ୍ମାନ ହୋଇଥାଏ l
ନିର୍ବସ୍ତ୍ର ହୋଇ ଗାଧୋଇବା ଦ୍ୱାରା କଣ ହୋଇଥାଏ –
* ନିର୍ବସ୍ତ୍ର ହୋଇ ଗାଧୋଇବା ଦ୍ୱାରା ବରୁଣ ଦେବତାଙ୍କ ଅବମାନନା ହୋଇଥାଏ ଓ ଏହାଦ୍ୱାରା ଆର୍ଥିକ ଏବଂ ଶାରୀରିକ କ୍ଷତି ଘଟିଥାଏ l ତେଣୁ ଗାଧୋଇବା ସମୟରେ ଯାହା ହେଲେ ଖଣ୍ଡିଏ ପିନ୍ଧି ଗାଧୋଇବା ଜରୁରୀ l
* ନିର୍ବସ୍ତ୍ର ହୋଇ ସ୍ନାନ କରିବା ଶରୀରରେ ନକାରାତ୍ମକ ଶକ୍ତିର ଆଗମନ ହୋଇଥାଏ l ନିରବସ୍ତ୍ର ହୋଇ ସ୍ନାନ କରିବା ସମୟରେ ନକାରାତ୍ମକ ଶକ୍ତି ଆପଣଙ୍କ ଶରୀର ରୁ ବାହାରି ଯାଇଥାଏ ଏବଂ ଏହାର ପ୍ରଭାବ ଶରୀର ଓ ମସ୍ତିଷ୍କ ଉପରେ ମଧ୍ୟ ପଡିଥାଏ l
* ଗରୁଡ଼ ପୁରାଣ ଅନୁସାରେ ଯେତେବେଳେ ଆପଣ ସ୍ନାନ କରି ଥାଆନ୍ତି ସେତେବେଳେ ଆପଣଙ୍କ ପୂର୍ବଜ ଆପଣଙ୍କ ନିକଟରେ ରହି ଥାଆନ୍ତି l ଯଦି ଆପଣ ନିର୍ବସ୍ତ୍ର ହୋଇ ସ୍ନାନ କରିବେ ତେବେ ଆପଣଙ୍କୁ ପିତୃ ଦୋଷ ଲାଗିପାରେ l ନିରବସ୍ତ୍ର ସ୍ନାନ ଦ୍ୱାରା ପିତୃ ପୁରୁଷ ଅସନ୍ତୁଷ୍ଟ ଓ ଅତୃପ୍ତ ରହି ଥାଆନ୍ତି l ପଦ୍ମ ପୁରାଣ ଅନୁସାରେ ଆପଣଙ୍କ ଗାଧୁଆ ପାଣି ଆପଣଙ୍କ ପୂର୍ବଜ ଙ୍କ ନିକଟକୁ ଯାଇଥାଏ l
* ଶାସ୍ତ୍ରର ମାନ୍ୟତା ଅନୁସାରେ ନିର୍ବସ୍ତ୍ର ହୋଇ ସ୍ନାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ଏହାଦ୍ୱାରା ଆପଣଙ୍କ କୁଣ୍ଡଳୀ ରେ ଧନ ହାନୀର ଯୋଗ ରହିଥାଏ l ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ଖରାପ ହୋଇପାରେ l ତେଣୁ ନିର୍ବସ୍ତ୍ର ଗାଧୋଇବା ଉଚିତ ନୁହେଁ l
Leave A Reply