ବାରିପଦା : ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଚଳିତ ୨୦୨୪ ମସିହାର ଉଣା ଅଧିକ ସମୟରେ ରାଜ୍ୟର ସର୍ବାଧିକ ଉତ୍ତତ୍ପ ସହର ଭାବେ ପ୍ରିଣ୍ଟ୍ ଏବଂ ବୈଦୁ୍ୟତିକ ଗଣମାଧ୍ୟମ ଗୁଡିକର ଦୃଷ୍ଟି ଆକର୍ଷଣ କରିଥିବାର ସଭିଏଁ ଜାଣନ୍ତି । ଏଭଳି କଠିନ ପରିସ୍ଥିତିରେ ଏପ୍ରିଲ ମାସରୁ ଆଜିଯାଏ ଧୁ ଧୁ ଖରାବେଳ ଓ ଦିବସ ତମାମ ରଘୁନାଥପୁର ନିବାସୀ ଧର୍ମପ୍ରାଣା ବୟସ୍କା ଭଦ୍ରମହିଳା ଗୌରୀ ପାତ୍ର ଓରଫ୍ “ଗୋରୀନାନୀ’ଙ୍କ ପଥଚାରୀଙ୍କୁ ଥଣ୍ଡା ପାନୀୟ ଜଳସେବା ସ୍ଥାନୀୟ ଜନସାଧାରଣଙ୍କ ଶ୍ରଦ୍ଧା ଓ ପ୍ରଶଂସା ସାଉଁଟି ପାରିଥିବାର ଲକ୍ଷ୍ୟ କରାଯାଇଛି । ନିଜଘର ଆଗରେ ଥିବା ବଉଳ ଗଛ ମୂଳେ ଅସ୍ଥାୟୀ ଛାଉଣୀର ଏକ ମଞ୍ଚଗଢି ତା’ଉପରେ ନୂଆ ମାଟିହାଣ୍ଡିରେ ପାନୀୟଜଳ ସଂରକ୍ଷଣ ପୂର୍ବକ ସାମ୍ନାରେ ଲମ୍ବିଥିବା ରାଜରାସ୍ତା ଉପରେ ଗାଡି, ମଟର ବାଇକ୍, ସାଇକେଲ ତଥା ପାଦରେ ଚାଲିଚାଲି ଆତଯାତ ହେଉଥିବା ତୃଷାର୍ତ୍ତ ପଥଚାରୀଙ୍କୁ ଦୈନନ୍ଦିନ ଜଳସେବା ପ୍ରଦାନ କରି ଆତ୍ମିକ ସୁଖ ଅନୁଭବ କରୁଥିବାର ସେ କହନ୍ତି ।
