Odisha news

ବାସୁଦେବପୁର ରାସ୍ତାଘାଟ ଶୂନଶାନ : ଚିିନ୍ତା ବଢାଉଛନ୍ତି କୋଲକତା ଫେରନ୍ତା

0

ବାସୁଦେବପୁର,୨୫/୪(ସ.ବ୍ୟୁ.) ସଡ ଡାଉନ୍‍ ସମୟରେ ବାସୁଦେବପୁରରେ ରାସ୍ତାଘାଟ ଶୂନଶାନ ହୋଇ ପଡିଛି । ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକ୍‍ ଡାଉନ୍‍ ସମୟରେ ଲୁଚିଛପି କୋଲକତାରୁ ଫେରନ୍ତା ୪୨୫ ଜଣଙ୍କର ସ୍ୱାବ ସିନା ସଂଗ୍ରହ ସରିଗଲା । ଏବେ ତାଙ୍କ ଦ୍ୱାରା ଘାଣ୍ଟି ଦେଇଥିବା ସାମାଜିକ ପରିବେଶକୁ ନେଇ ଚିନ୍ତା ବଢାଇ ଦେଇଛି । ବାସୁଦେବପୁର ବ୍ଲକର କୋଲକତା ଫେରନ୍ତା କରୋନା ରୋଗୀଙ୍କ ସଂଖ୍ୟା ସାତକୁ ବୃଦ୍ଧି ହୋଇଛି । କୋଲକତା ଲିଙ୍କ୍‍ରେ ସଂକ୍ରମଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାର ମୁଖ୍ୟତଃ ଦୁଇଟି ଜିଲ୍ଲାର ପୋଲିସ ବାବୁଙ୍କର ନିଷ୍କ୍ରିୟତା ଓ ପ୍ରଶାସନିକ ବାବୁଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଆଜି ସମଗ୍ର ରାଜ୍ୟର ଚିନ୍ତା ବଢିଯାଇଛି । ସବୁ ଠାରୁ ବଡ କଥା ଲକ୍‍ ଡାଉନ୍‍ ସମୟରେ ସରକାରଙ୍କ ନିର୍ଦ୍ଧେଶ କ୍ରମେ ସବୁ ଆଡେ ପଥକୁ ସିଲ୍‍ କରାଯାଇ ପୋଲିସ ଜଗି ବସିଥିବା ବେଳେ ଏହି ରାସ୍ତା ଦେଇ ଲକ୍ଷ୍ମଣନାଥ ଠାରୁ ବାସୁଦେବପୁର ପର୍ଯ୍ୟନ୍ତ ଲୋକମାନେ ଆସୁଥିବା ବେଳେ ଦୁଇଟି ଜିଲ୍ଲାର ପୋଲିସ ଜାଣି ପାରିଲା ନାହିଁ କିପରି । କୋଲକତା ଫେରନ୍ତା ସମ୍ପର୍କରେ ସୂଚନା ପାଇ ମଧ୍ୟ ପ୍ରଶାସନ କ୍ୱାରେଣ୍ଟାଇନ୍‍ରେ କାହିଁକି ରଖିଲେ ନାହିଁ । ପୋଲିସ ଓ ପ୍ରଶାସନର ସାମା୍ୟନ୍ୟ ଭୁଲୁ ପାଇ ଅଗଣିତ ଜନତାଙ୍କୁ ଆଜି ସଡ୍‍ ଡାଉନ୍‍ ପରି ଦସା ଭୋଗିବାକୁ ପଡିଛି । ସରପଞ୍ଚ କ୍ୱାରେଣ୍ଟାଇନ୍‍ କେନ୍ଦ୍ରରେ କେମିତି ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ସେଥିରେ ଦିନରାତି ଖଟିଆ ଓ ବେଡସିଟ୍‍ କିଣିବାରେ ବ୍ୟସ୍ତ ରହିଲେ । ଅଥଚ କୋଲକତା ଫେରନ୍ତାଙ୍କ ପାଇଁ ବେଡ୍‍୍‍ ଟିଏ ଯୋଗଇ ଦେଲେନାହିଁ । ଅସ୍ଥାୟୀ କରୋନା ସହାୟତା କେନ୍ଦ୍ର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଚାବି ପଡିରହିଲା । କୋଲକତା ଫେରନ୍ତା ହେଉ କି ସୁରଟ ବାଙ୍ଗାଲୋର ଫେରନ୍ତା ଅମାନିଆଙ୍କ ମଧ୍ୟରୁ କାହାକୁ ବି ରଖିଲେ ନାହିଁ । ଫଳରେ ଭୂତାଣୁ ଧରି ଆସିଥିବା ଅମାନିଆମାନେ ବନ୍ଧୁ ବାନ୍ଧବ ସାଙ୍ଗ ସାଥିରେ ମଜା ମସ୍ତି କରି ମଦ ମାଂସର ଆସର ଜମାଇ ଭୂତାଣୁ ସଂକ୍ରମଣକୁ ଦ୍ୱିଗୁଣିତ କରିଛନ୍ତି । ଯାହା ଆଜି ସମଗ୍ର ବାସୁଦେବପୁରବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସାମାନ୍ୟ ଭୁଲ୍‍ ଯୋଗୁଁ ଆଜି ସାରା ରାଜ୍ୟରେ ବାସୁଦେବପୁର ବ୍ଲକର ଅଧିକାରୀମାନେ ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛନ୍ତି । ଯଦି ପୋଲିସ ଅମାନିଆଙ୍କୁ ବାଟରୁ ଅଟକାଇ କୋଠର ପଦକ୍ଷେପ ନେଇଥାନ୍ତା ଓ ପ୍ରଶାସନ ଦାୟିତ୍ୱାର ସହିତ ଅମାନିଆଙ୍କୁ ତୁରନ୍ତ କ୍ୱାରେଣ୍ଟାଇନ୍‍ରେ ୧୪ ଦିନ ରଖି ସ୍ୱାବ ସଂଗ୍ରହ କରାଯାଇଥାନ୍ତା ତାହେଲେ ଆଜି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ନଥାନ୍ତା ବୋଲି ବୁଦ୍ଧିଜୀବିମାନେ ଚର୍ଚ୍ଚା କରୁଥିବାର ଶୁଣିବାକୁ ମିଳୁଛି

Leave A Reply