ବାସ୍ତୁଶାସ୍ତ୍ର ଅନୁସାରେ ଏହିସବୁ ଜିନିଷ ତଳକୁ ଖସି ପଡିବା ଅଶୁଭ ହୋଇଥାଏ
ଵାସ୍ତୁ ବିଜ୍ଞାନ ଅନୁସାରେ ଏପରି କିଛି ପ୍ରଣାଳୀ ରହିଛି ଯାହା ଆମର ଦୈନଦିନ ଜୀବନ ସହିତ ଯୋଡି ହୋଇଛି ,କିଛି ଘଟଣା ଏପରି ଘଟିଥାଏ ଯାହାକୁ ନେଇ ଆମେ ଶୁଭ ଓ ଅଶୁଭର ପ୍ରଭାବ ବିଷୟରେ ଚିନ୍ତା କରିଥାଉ l ଅଧିକାଂଶ ସମୟ ଆମ ହାତରୁ କୌଣସି ବସ୍ତୁ ଯଦି ଖସି ଭାଙ୍ଗିଯାଏ ତେବେ ଏହାକୁ ଵାସ୍ତୁ ସହିତ ଯୋଡି ଦେଖିବା ବଶ୍ୟକ l
* ଲୁଣ ଗୋଟିଏ ଏପରି ଜିନିଷ ଯାହାକୁ ଆମେ ଦିନକୁ ୪ ରୁ ୫ ଥର ହାତରେ ଧରିଥାଉ ବାସ୍ତୁଶାସ୍ତ୍ରରେ ଯଦି ଆପଣଙ୍କ ହାତରୁ ଲୁଣ ଅଚାନକ ଖସି ତଳେ ପଡ଼ିଯାଏ ତେବେ ଏହା ଋଣ ଭାରକୁ ବଢ଼ାଇ ଦେଇଥାଏ l ଯଦି କେବେ ଲୁଣ ହାତରୁ ଖସି ଯାଉଛି ତେବେ ତାହାକୁ ତଳୁ ଉଠାଇ ପାତ୍ରରେ ଭରନ୍ତୁ ନାହିଁ l ସେହି ଲୁଣକୁ ନେଇ ପାଣିରେ ମିଶାଇ ଫୋପାଡ଼ି ଦିଅନ୍ତୁ l ଏହା ଦ୍ୱାରା ଘରର ବାସ୍ତୁଦୋଷ ଦୂର ହୋଇଥାଏ l
* ତେଲକୁ ଶନି ଦେବଙ୍କ ପ୍ରତୀକ ଭାବରେ ଗ୍ରହଣ କରାଯାଏ ଓ ଏହା ପ୍ରାୟ ସମସ୍ତ ଘରେ ପ୍ରୟୋଗ ହୋଇଥାଏ l ନବଗ୍ରହଙ୍କ ମଧ୍ୟରେ ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ l ଯଦି ତେଲ ଆପଣଙ୍କ ହାତରୁ ଖସି ତଳେ ପଡ଼ିଯାଏ ତେବେ ଏହି ତେଲକୁ କୌଣସି ପାତ୍ରରେ ଭାରି ରଖିବେ ନାହିଁ l ଏହାକୁ ଗୋଟିଏ କପଡ଼ାରେ ପୋଛି ଫୋପାଡ଼ି ଦିଅନ୍ତୁ l ପାତ୍ରରେ ଭରିବା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ଆସିଥାଏ l
* ଯଦି ଖାଇବା ପରଷିବା ସମୟରେ ଖାଇବା ଜିନିଷ ଆପଣଙ୍କ ହାତରୁ ଖସି ଯାଉଛି ତେବେ ଜାଣିବେ ଯେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି l ଓ ତାସାହିତ ଆପଣଙ୍କ ରୋଷେଇ ଘରେ ବାସ୍ତୁଦୋଷ ରହିଛି l ତେଣୁକରି ଆପଣଙ୍କ ରୋଷେଇ ଘରେ ଗୋଟିଏ ଛୋଟ ଆଲୋକ ଲଗାଇବେ ଯାହା ଦ୍ୱାରା ବାସ୍ତୁଦୋଷ ଦୂର ହେବ l
* ଯଦି ଆପଣ ସିନ୍ଦୁର ଲଗାଇବା ସମୟରେ ଆପଣଙ୍କ ହାତରୁ ବାରମ୍ବାର ସିନ୍ଦୁର ଖସି ପଡୁଛି ତେବେ ଏହା ଠିକ ନୁହେଁ ,ତେଣୁକରି ଆପଣ ଭଗବାନ ଶିବଙ୍କ ନିକଟରେ ବେଲପତ୍ର ଓ ନଡ଼ିଆ ଅର୍ପଣ କରିବା ଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଯିବ l
Comments are closed.