ହିନ୍ଦୁ ଧର୍ମରେ ଘର, ଦୋକାନ ଯାହା କିଛିବି ଆମେ ବନେଇ ଥାଉ ଜ୍ୟୋତିଷ ଗଣନା ସହିତ ବାସ୍ତୁ ଶାସ୍ତ୍ର ର ମଧ୍ୟ ଧ୍ୟାନ ରଖାଯାଇ ଥାଏ l କାରଣ ଏହି ଦୁଇଟି ଜିନିଷ କୁ ଧ୍ୟାନ ରଖିବା ନିହାତି ଜରୁରୀ ହୋଇଥାଏ l କେବଳ ନିର୍ମାଣ ସମୟରେ ନୁହେଁ, ନିର୍ମାଣ ପରେ ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ l ନଚେତ ଜୀବନ ରେ ଆସିଥାଏ ଅନେକ ବାଧା ବିଘ୍ନ l କିନ୍ତୁ ଆପଣ କଣ ଜାଣିଛନ୍ତି କିଏ ଏହି ବାସ୍ତୁ ଦେବତା ?
ବାସ୍ତୁ ଦେବତାଙ୍କ ଉତ୍ପତି ?
ବାସ୍ତୁ ଦେବତାଙ୍କ ପୂଜନ ବିନା ଘରର ବାସ୍ତୁ ଦୋଷ ଦୂର ହୋଇ ନଥାଏ, ଏପରି ସ୍ଥିତିରେ ଆସନ୍ତୁ ଜାଣିବା କିଏ ସେହି ବାସ୍ତୁ ଦେବତା ଏବଂ କଣ ତାଙ୍କର ମହତ୍ୱ ଏବଂ କିଭଳି ହେଲା ତାଙ୍କର ଉତ୍ପତି l
କିପରି ହେଲା ବାସ୍ତୁ ଦେବତାଙ୍କ ଉତ୍ପତି ?
ପୌରାଣିକ କଥା ଅନୁସାରେ ବାସ୍ତୁ ଦେବତା ଙ୍କ ଉତ୍ପତି ଭଗବାନ ଶିବ ଙ୍କ ଝାଳ ରୁ ହୋଇଥିଲା l ଯେତେବେଳେ ଅନ୍ଧକାସୁର ନାମକ ରାକ୍ଷସ ସହିତ ମହାଦେବଙ୍କ ର ଭୟଙ୍କର ଯୁଦ୍ଧ ହେଉଥିଲା ସେତେବେଳେ ମହାଦେବଙ୍କ ଶରୀରରୁ କିଛି ଝାଳ ବୁନ୍ଦା ଭୂମି ଉପରେ ପଡି ଯାଇଥିଲା l ଯେଉଁଥିରୁ ଗୋଟିଏ ସୁଦୀର୍ଘ ପ୍ରାଣୀର ଉତ୍ପତି ହୋଇଥିଲା l ସେହି ପ୍ରାଣୀ କୁ ଦେଖି ଭୟଭୀତ ହୋଇ ଦେବତା ଏବଂ ଇନ୍ଦ୍ର ଦେବ ବ୍ରହ୍ମା ଙ୍କ ନିକଟରେ ପହଂଚିଥିଲେ l
ସେତେବେଳେ ବ୍ରହ୍ମା କହିଥିଲେ ଇଏ ହେଉଛନ୍ତି ବାସ୍ତୁ ଦେବତା ଓ ତାଙ୍କର ହୁଙ୍କାର ଦ୍ୱାରା ପୃଥିବୀ ଏବଂ ଆକାଶ ର ନକାରାତ୍ମକ ଉର୍ଜା ଦୂର ହୋଇଯିବ l ଏହାପରେ ସମସ୍ତ ଦେବତା ତାଙ୍କର ସ୍ୱାଗତ କରିଥିଲେ l ଏହିଭଳି ଭାବରେ ଭଗବାନ ଶିବ ଙ୍କ ଝାଳ ରୁ ବାସ୍ତୁ ଦେବତାଙ୍କ ଉତ୍ପତି ହୋଇଥିଲା l ଏହାପରେ ସମସ୍ତ ଦେବତା ବାସ୍ତୁ ଦେବତାଙ୍କୁ ବରଦାନ ଦେଇଥିଲେ କୌଣସି ଘରର ନିର୍ମାଣ ପୂର୍ବରୁ ପ୍ରଥମେ ତୁମକୁ ବନ୍ଦନ କରାଯିବ l ପୌରାଣିକ ମାନ୍ୟତା ଅନୁସାରେ ସନାତନ ଧର୍ମରେ ଯେକୌଣସି ଗୃହ ନିର୍ମାଣ ପୂର୍ବରୁ ବାସ୍ତୁ ଦେବତା ଙ୍କୁ ପୂଜା ନକରାଗଲେ ସେହି ଗୃହରେ ବାସ୍ତୁ ଦୋଷ ର ଉତ୍ପତି ହୋଇଥାଏ l
