Odisha news

ବାସ୍ତୁ ଟିପ୍ସ : ଭଗବାନଙ୍କ ନିକଟରେ ପ୍ରସାଦ ଅର୍ପଣ କରିବା ପରେ ଏହି ଭୁଲ୍ କରୁଛନ୍ତି କି ? ହୋଇ ଯାଆନ୍ତୁ ସତର୍କ

ଆମ ହିନ୍ଦୁ ଧର୍ମରେ ଯେ କୌଣସି ପୂଜାରେ ପ୍ରସାଦ ଅର୍ପଣ କରିବା ଗୋଟିଏ ପୂଜାର ନିୟମ ଅଟେ । କିନ୍ତୁ ଏହି ନୈବେଦ୍ୟ ଅର୍ପଣ କରିବା ପରେ କଣ କରିବା ଆବଶ୍ୟକ , ଆପଣ ଜାଣିଛନ୍ତି କି ? ଯଦି ଆମେ ପୂଜା ପଦ୍ଧତି ର ସମସ୍ତ କାର୍ଯ୍ୟକୁ ଠିକ୍ ଭାବରେ କରି ନଥାଉ ତାହା ଆମ ପରିବାର ଉପରେ ନକାରାତ୍ମକ ଶକ୍ତି ପକାଇ ଥାଏ ।
* ବାସ୍ତୁ ଅନୁସାରେ ନୈବେଦ୍ୟ କୁ ସବୁବେଳେ କୌଣସି ଧାତୁ ନିର୍ମିତ ପତ୍ରରେ ଅର୍ପଣ କରିବା ଉଚିତ୍ । ଯେପରିକି ପିତଳ , ସୁନା , ଚାନ୍ଦି , ମାଟି ପତ୍ର ,କଦଳୀ ପତ୍ର ଇତ୍ୟାଦି । ଏହି ନୈବେଦ୍ୟ ତତ୍କାଳ ନିର୍ମାଲ୍ୟ ହୋଇ ଯାଇଥାଏ ।
* ଏହି ପ୍ରସାଦକୁ ଯଥା ଶୀଘ୍ର ନିଜେ ଗ୍ରହଣ କରିବା ସହ ବାଣ୍ଟିବା ଆବଶ୍ୟକ । ଧାର୍ମିକ ମାନ୍ୟତା ଅନୁସାରେ ନୈବେଦ୍ୟ ବାଣ୍ଟିବା ଦ୍ଵାରା ଜସ ବୃଦ୍ଧି ହୋଇଥାଏ ।
* ପ୍ରସାଦ କେବେବି ଗୋଟିଏ ହାତରେ ଗ୍ରହଣ କରିବା ଉଚିତ୍ ନୁହେଁ । ସବୁବେଳେ ଯୋଡ଼ା ହସ୍ତରେ ପ୍ରସାଦ ଗ୍ରହଣ କରିବା ଉଚିତ୍ । ଯଦି ଆପଣ ଗୋଟିଏ ହାତରେ ପ୍ରସାଦ ଗ୍ରହଣ କରିବେ ତେବେ ଘରେ କଳହ ଉପୂଜିବ ।
* ପ୍ରସାଦ ବାଣ୍ଟିବା ବ୍ୟକ୍ତି ସବୁବେଳେ ନିଜ ମସ୍ତକ ନୁଆଇଁ ପ୍ରସାଦ ବାଣ୍ଟିବା ଉଚିତ୍ । ନଚେତ୍ ଯଶ ହାନି ହୋଇଥାଏ ।
* ପ୍ରସାଦକୁ ଯେଉଁ ବ୍ୟକ୍ତି ଆଦରର ସହିତ ଗ୍ରହଣ କରିଥାଏ ତାର ଜୀବନର ସମସ୍ତ ସଙ୍କଟ ଦୁର ହୋଇଥାଏ ଓ ଆର୍ଥିକ ଅନାଟନ ଦୁର ହୋଇଥାଏ ।
Shares