ବାସ୍ତୁଶାସ୍ତ୍ରରେ ସମସ୍ତ ଦିଗର ନିଜସ୍ୱ ମହତ୍ୱ ରହିଛି l ଦକ୍ଷିଣ ପଶ୍ଚିମ ଦିଗକୁ ନୈରୁତ ଦିଗ କୁହାଯାଏ l ଦକ୍ଷିଣ ପଶ୍ଚିମ ଦିଗରେ ଝରକା ଆବଶ୍ୟକ ଏବଂ କବାଟ ରଖିବା ଉଚିତ ନୁହେଁ l ବାସ୍ତୁଶାସ୍ତ୍ରର ନିୟମ ଅନୁସାରେ ଏପରି କିଛି ମହତ୍ୱପୂର୍ଣ୍ଣ କଥା ରହିଛି ଯାହାକୁ ମାନିବ ନିତାନ୍ତ ଆବଶ୍ୟକ ଅଟେ l ବାସ୍ତୁକାର ମାନେ କୁହନ୍ତି ଯେ ଘରର ସମୃଦ୍ଧି କେତୋଟି ଛୋଟ ଛୋଟ କଥାକୁ ଧ୍ୟାନରେ ରଖିଲେ ହୋଇପରେ l ଯାହା ଗୃହ ସ୍ୱାମୀଙ୍କ ଉପରେ ଭଲ ପ୍ରଭାବ ପକାଇଥାଏ l ଗୃହ ସ୍ୱାମୀ ଘରର ମୁଖ୍ୟ ହୋଇଥିବା କାରଣରୁ ତାଙ୍କର କୋଠରୀ ଠାରୁ ଆରମ୍ଭ କରି ସବୁ ଜିନିଷକୁ ବାସ୍ତୁକାର ମାନେ ଧ୍ୟାନ ଦିଅନ୍ତି l
* ଘରର ଦକ୍ଷିଣ ପଶ୍ଚିମ ଦିଗରେ କୌଣସି ବଡ଼ ବୃକ୍ଷ ରଖନ୍ତୁ ନାହିଁ l ପ୍ରଥମ କଥା ହେଲା ଏହି ଦିଗରେ ସୂର୍ଯ୍ୟଙ୍କର ପର୍ଯ୍ୟାପ୍ତ କିରଣ ପଡେ ନାହିଁ ଓ ଅନ୍ୟଟି ବାସ୍ତୁ ଦୃଷ୍ଟିରୁ ବୃକ୍ଷ ପାଇଁ ଏହି ଜଗତି ଅଶୁଭ ଅଟେ l ଦକ୍ଷିଣ ପଶ୍ଚିମ ଦିଗରେ ଯେକୌଣସି ବୃକ୍ଷ ରହିବା ଦ୍ୱାରା ଗୃହର ସ୍ୱାମୀ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୁଅନ୍ତି l
* ଘରର ଦକ୍ଷିଣ ପଶ୍ଚିମ ଦିଗରେ ସାବୁବେଳେ ଜଳପୂର୍ଣ୍ଣ ବଡ କଳସ ରଖିବା ଆବଶ୍ୟକ ,ଯାହା ଦ୍ୱାରା ରାହୁ ଗ୍ରହ ଶାନ୍ତ ହୋଇଥାନ୍ତି l
* ଦକ୍ଷିଣ ପଶ୍ଚିମ ଦିଗରେ ଶୌଚାଳୟ ରଖିଲେ ପିତୃ ଦୋଷ ଦେଖାଯାଇଥାଏ l ରାହୁ ଓ ପିତୃ ଦୋଷ କାରଣରୁ ଘରେ ସର୍ବଦା ନାକାରତ୍ମକ ଉର୍ଜା ଦେଖା ଦେଇଥାଏ l
* ଈଶ୍ୱରୀୟ ସାକ୍ତି ଐଶାନ୍ୟ କୋଣରେ ପ୍ରବେଶ କରେ ଓ ନଈରୁତ୍ୟା କୋଣ ଦେଇ ବାହାରକୁ ବାହାରେ l ତେଣୁକରି ଦକ୍ଷିଣ ଦିଗରେ କେବେବି ପୂଜା ଘର କରନ୍ତୁ ନାହିଁ l ଦକ୍ଷିଣ ପଶ୍ଚିମ ଦିଗରେ ଗୃହ ସ୍ୱାମୀଙ୍କ କୋଠରୀ କିମ୍ବା ଷ୍ଟୋର ରୁମ ତିଆରି କରନ୍ତୁ l
* ଦକ୍ଷିଣ ପଶ୍ଚିମ ଦିଗରେ ପିତୃ ପୁରୁଷଙ୍କ ସ୍ଥାନ ରହିଛି l ଯଦି ଦକ୍ଷିଣ ପଶ୍ଚିମ ଦିଗରେ ଝରକା କିମ୍ବା କବାଟ ରହିଛି ତେବେ ହନୁମାନଙ୍କ ଫଟୋ ଏପରି ଲଗାନ୍ତୁ ଯେପରି ତାଙ୍କର ଦୃଷ୍ଟି ଦକ୍ଷିଣ ଦିଗକୁ ରହିବ l
