Odisha news

ବାସ୍ତୁ ଶାସ୍ତ୍ର : କୌଣସି ବରଦାନ ଠାରୁ କମ ନୁହେଁ ଏହି ୫ଟି ଜିନିଷ,  ଧନ ପ୍ରାପ୍ତି ପାଇଁ ନିହାତି ନିଜ ନିକଟରେ ରଖନ୍ତୁ

0

୧ – ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ସମସ୍ତଙ୍କର ପ୍ରାୟ ଭଗବତ ଗୀତା ରହିଥାଏ, ଯାହାକି ଜୀବନ ରେ ଉନ୍ନତି ପଥରେ ନେଇଥାଏ, ଏହାଛଡା ଗୀତl ପଢିବା ଦ୍ୱାରା ଆତ୍ମବଳ ବୃଦ୍ଧି ହୋଇଥାଏ, ଯାହାଦ୍ୱାରା ମଣିଷ ନିଜେ ନିଜ ସମସ୍ୟା ଦୂର କରିଥାଏ l ତେଣୁ  ନିହାତି ନିଜ ଘରେ ଭଗବତଗୀତା ଟିଏ ରଖନ୍ତୁ l

୨ – ହିନ୍ଦୁ ଧର୍ମ ଶାସ୍ତ୍ର ର ମାନ୍ୟତା ଅନୁସାରେ ରୁପା ମୁଦ୍ରା ଖୁବ ଶୁଭ ଅଟେ, ଏହାଙ୍କ ସମ୍ବନ୍ଧ ଚନ୍ଦ୍ର ଙ୍କ ସହିତ ରହିଛି, ରୁପା ର ମୁଦ୍ରା ଘରେ ଠାକୁରଙ୍କ ନିକଟରେ ନିହାତି  ପୂଜା କରନ୍ତୁ, ଏହାଦ୍ୱାରା ଘରେ ସକାରାତ୍ମକ ସ୍ଥିତି ରହିଥାଏ, ଆପଣ ପୂଜା ସ୍ଥାନରେ ନଚେତ ନିଜ ଘର ଆଲମିରା ରେ ଚାନ୍ଦି ର ମୁଦ୍ରା ରଖନ୍ତୁ l

୩ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଉଡ଼ି ର ସମ୍ବନ୍ଧ ଧନ ର ଦେବୀ ମା ଲକ୍ଷ୍ମୀ ଙ୍କ ସହିତ ରହିଛି, କଉଡ଼ି ହେଉଛି ଧନ ପ୍ରାପ୍ତି ରେ ସହାୟକ ବୋଲି କୁହାଯାଇ ଥାଏ l ତେଣୁ  ୫ଟି କଉଡ଼ି ନେଇ ତାହାକୁ ହଳଦୀ ଲଗାଇ ନିଜ ପୂଜା ସ୍ଥାନରେ ରଖି ଦିଅନ୍ତୁ l

୪ – ହଳଦୀ ର ସମ୍ବନ୍ଧ ଭଗବାନ ବିଷ୍ଣୁ ଙ୍କ ସହିତ ରହିଛି, ପୌରାଣିକ ମାନ୍ୟତା ଅନୁସାରେ ଯେଉଁଠାରେ ଭଗବାନ ବିଷ୍ଣୁ ବାସ କରି ଥାଆନ୍ତି ସେଠାରେ ମା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ l ଏମିତିରେ ଆପଣ ମା ଲକ୍ଷ୍ମୀ ଙ୍କ କୃପା ପାଇପାରିବେ l ନିଜ ଆଲମିରା ରେ କିମ୍ବା ଧନ ଥିବା ସ୍ଥାନରେ ଏହି ହଳଦୀ କୁ ରଖିଦିଅନ୍ତୁ l

୫ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀଙ୍କୁ ପଦ୍ମ ସହିତ ଗୋଲାପ ଫୁଲ ଖୁବ ପସନ୍ଦ ଅଟେ, ଗୋଲାପ ଗଛ ଘରେ ରଖିବା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ରହିଥାଏ, ଗୋଲାପ ଗଛ ଘରେ ରଖିବା ଦ୍ୱାରା ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୋଇଥାଏ l

Leave A Reply