ଜଳ ବିନା ଜୀବନ ଅସମ୍ଭବ, ଏହାର ମାନ୍ୟତା ମଧ୍ୟ ଧର୍ମ ଶାସ୍ତ୍ରରେ ରହିଛି, ଅଧିକ ଜଳ ନଷ୍ଟ କରିବା ଦ୍ୱାରା ଘରେ ଆର୍ଥିକ ସ୍ଥିତି ଖରାପ ଆଡକୁ ଗତି କରିଥାଏ, ଦକ୍ଷିଣ – ପୂର୍ବ ଦିଗ ଜଳ ପାଇଁ ଗୋଟିଏ ଶୁଭ ଦିଗ ଅଟେ, ଏବଂ ଏହିଦିଗ ବରୁଣ ଦିଗ ବାସ କରିଥାଆନ୍ତି l ଅଗ୍ନି ଓ ଜଳ ର ମିଳନ ଆର୍ଥିକ ଅସୁବିଧା ର କାରଣ ହୋଇଥାଏ, ତେଣୁ ଆମେ ଯଦି ଘର ତିଆରି କରୁଚୁ ତେବେ ଏହାକୁ ବିଶେଷ ଧ୍ୟାନ ରଖିବା ଜରୁରୀ l
– ଦକ୍ଷିଣ ଓ ଦକ୍ଷିଣ -ପଶ୍ଚିମ ଦିଗ ରେ ବୋରିଂ କିମ୍ବା ପାଣି ଟାଙ୍କି ରଖିବା ଉଚିତ ନୁହେଁ, ଏହାଦ୍ୱାରା ଦରିଦ୍ରତା ଦେଖା ଦେଇଥାଏ, କିମ୍ବା ଏହି ଦିଗରେ କଦାପି ଜଳପୂର୍ଣ କଳସ ମଧ୍ୟ ରଖନ୍ତୁ ନାହିଁ l ଏହିଦିନ ପ୍ରତି ବିଶେଷ ସତର୍କ ରୁହନ୍ତୁ l
– ଐଶାନ୍ୟ କୋଂ ଜଳ ପାଇଁ ଶୁଭ ଅଟେ, ଅର୍ଥାତ ଉତର- ପୂର୍ବ ଦିଗ, ଏହି ଦିଗରେ ପାଣି ବୋରିଂ ରଖିବା ଜରୁରୀ, ଏବଂ ଯଦି ନିୟମିତ ଭାବରେ ଏହି ଦିଗରେ ଗୋଟିଏ ଜଳପୂର୍ଣ କଳସ ରଖିବେ ତେବେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାଆନ୍ତି l
– ନିଜ ଘର ଯଦି ତିଆରି କରୁଛନ୍ତି ତେବେ ଉତ୍ତର କିମ୍ବା ପୂର୍ବ -ଉତର ଦିଗରେ ପାଣି ଟାଙ୍କି ବୋରିଂ ଇତ୍ୟାଦି ରଖନ୍ତୁ, ଏହାଦ୍ୱାରା ସମୃଦ୍ଧିର ଆଗମନ ହୋଇଥାଏ l ଘରେ ନଳ ରୁ ପାଣି ନଷ୍ଟ ହେବା ଘରର ବାସ୍ତୁ ଦୋଷ କୁ ଉତ୍ପନ୍ନ କରିଥାଏ l
– ନିୟମିତ ଭାବରେ ନିଜ ଘରର ଉତର କିମ୍ବା ପୂର୍ବ ଦିଗରେ ଗୋଟିଏ ଜଳପୂର୍ଣ୍ଣ କଳସ ରଖନ୍ତୁ, ପ୍ରତିଦିନ ଏହି କଳସ ର ଜଳ କୁ ପରିବର୍ତ୍ତନ କରନ୍ତୁ, ଏପରି କରିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ l
– ପାଇପ ରେ ଲିକେଜ ଘରେ ନକାରାତ୍ମକ ଉର୍ଜା ର ଆଗମନ ଅଟେ, ତେଣୁ ଯଦି ଏଭଳି ଦେଖା ଦେଉଛି ତେବେ ତୁରନ୍ତ ମିସ୍ତ୍ରୀ ଡକାଇ ତାହାକୁ ଠିକ କରିବା ଜରୁରୀ ଅଟେ l ନଚେତ ଅର୍ଥ ହାନି ହୋଇଥାଏ l